/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734597134.jpg)
କେବଳ କ’ଣ ନନା ଆହତ ?
ରାହୁଲଙ୍କ ଧକ୍କାରେ ଫାଟିଲା ନନାଙ୍କ ମୁଣ୍ଡ। ଆଜି ସଂସଦରେ ଏପରି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ସଂସଦ ଭିତରେ ରାହୁଲ ଗାନ୍ଧିଙ୍କ ଧକ୍କାରେ ସିଡିରୁ ପଡି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ରାହୁଲ ଗାନ୍ଧି ପ୍ରଥମେ ମୁକେଶ ରାଜପୁତଙ୍କୁ ଧକ୍କା ଦେଇଥିଲେ। ମୁକେଶ ପ୍ରତାପ ଷଡଙ୍ଗୀଙ୍କ ଉପରେ ପଡିଯାଇଥିଲେ। ଏହାପରେ ତାଙ୍କ ମୁଣ୍ଡ ଫାଟିଯାଇଛି। ତାଙ୍କୁ ରାମମନୋହର ଲୋହିଆ (RML) ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଅଧିକ ପଢ଼ନ୍ତୁ:ଏନକାଉଣ୍ଟର କଲେ ସୁରକ୍ଷା କର୍ମୀ, ଜମ୍ମୁ ଓ କାଶ୍ମୀରରେ ୫ ଆତଙ୍କୀ ସଫା
ହସ୍ପିଟାଲରେ ପ୍ରତାପ ଷଡଙ୍ଗୀଙ୍କୁ ଭେଟିବାକୁ ଅନେକ ନେତା ଓ ମନ୍ତ୍ରୀ ପହଞ୍ଚିଛନ୍ତି। କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ପ୍ରହଲ୍ଲାଦ ଯୋଶୀ ତାଙ୍କୁ ଭେଟିଛନ୍ତି। ଶିବରାଜ ସିଂ ଚୌହାନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏପରି କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି। ଏହାକୁ ସଂସଦ ଇତିହାସର ଏକ କଳା ଦିନ ବୋଲି କହିଛନ୍ତି। ସେ କହିଛନ୍ତି ଭାରତର ସଂସଦ ଇତିହାସରେ ଏପରି ଆଚରଣ କେବେ ଦେଖାଯାଇ ନଥିଲା।
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1734595473.jpeg)
ସେହିପରି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି, ଦୁଇ ବିଜେପି ସାଂସଦ ଆହତ ହୋଇଛନ୍ତି। ଅଧିକାଂଶ ବିଜେପି ସାଂସଦ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ... ସମସ୍ତଙ୍କର ବିରୋଧ କରିବାର ଅଧିକାର ଅଛି। ରାହୁଲ ଗାନ୍ଧୀ ଧକ୍କା ଦେବା ପରେ ବି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ନଥିଲେ .. କଂଗ୍ରେସ ବିଆର୍ ଆମ୍ବେଦକରଙ୍କ ପ୍ରତି ସର୍ବଦା ଅନ୍ୟାୟ କରିଆସୁଛି...ସେମାନେ ତାଙ୍କୁ ସବୁବେଳେ ଅପମାନିତ କରିଛନ୍ତି ... ରିପୋର୍ଟ ଆସିବା ପରେ ବିଜେପି କଂଗ୍ରେସ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସାଂସଦମାନେ ବିରୋଧ ପ୍ରଦର୍ଶନ କରିଥିଲେ। ଆକ୍ରମଣରେ ପ୍ରତାପ ଷଡଙ୍ଗୀ ଏବଂ ମୁକେଶ ରାଜପୁତ ଗୁରୁତର ଆହତ ହୋଇଛନ୍ତି। TDP MP ଆପ୍ପାଲାନାଇଡୁ କାଲିସେଟ୍ଟୀ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଭେଟିବା ସହ ତାଙ୍କର ଭିଡିଓ ସୋସିଆଲ୍ ମିଡିଆ ଏକ୍ସରେ ସେୟାର କରିଛନ୍ତି।
#WATCH | TDP MP Appalanaidu Kalisetti meets BJP MP Pratap Chandra Sarangi at RML Hospital. He is admitted here after sustaining injuries during jostling with INDIA Alliance MPs.
(Video Source: Appalanaidu Kalisetti) pic.twitter.com/IOE6fUe2gJ
— ANI (@ANI) December 19, 2024
ବିରୋଧୀ ‘ଆମ୍ବେଦକର’ ପ୍ରସଙ୍ଗକୁ ନେଇ ବିକ୍ଷୋଭ କରୁଥିଲେ। ଏହି ସମୟରେ ସଂସଦ ଭବନର ପ୍ରବେଶ ପଥ ନିକଟରେ ଠେଲାପେଲା ଆରମ୍ଭ ହୋଇଥିଲା। ରାହୁଲ ଗାନ୍ଧୀ ପ୍ରଥମେ ବିଜେପି ସାଂସଦ ମୁକେଶ ରାଜପୁତଙ୍କୁ ଧକ୍କା ଦେଇଥିଲେ। ତାଙ୍କୁ ମଧ୍ୟ ICUରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଚିକିତ୍ସା ଚାଲିଛି।
#WATCH | TDP MP Appalanaidu Kalisetti meets BJP MP Mukesh Rajput at RML Hospital. He is admitted here after sustaining injuries during jostling with INDIA Alliance MPs.
(Video Source: Appalanaidu Kalisetti) pic.twitter.com/NYS8ZrSNca
— ANI (@ANI) December 19, 2024
ଏ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ମୁହଁ ଖୋଲିଛନ୍ତି। ପ୍ରତାପ ଷଡଙ୍ଗୀଙ୍କ ଅଭିଯୋଗ ପରେ ରାହୁଲ ଗାନ୍ଧି କହିଛନ୍ତି ଯେ, ହଁ ସେ ଏହା କରିଛନ୍ତି, ଠିକ୍ ଅଛି ... ଠେଲିବା ଦ୍ୱାରା କିଛି ହାସଲ ହୁଏ ନାହିଁ। ମୁଁ ସଂସଦ ଭିତରକୁ ଯିବାକୁ ଚାହୁଁଥିଲି । ସଂସଦକୁ ଯିବା ମୋର ଅଧିକାର, ମୋତେ ଅଟକାଇବାକୁ ଚେଷ୍ଟା କରାଯାଇଥିଲା। ଆମକୁ ସଂସଦରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ବିଜେପି ସାଂସଦମାନେ ଠେଲାପେଲା କରୁଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)