/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734518426.jpg)
PM Modi on Ambedkar Issue
ଆମ୍ବେଦକର ପ୍ରସଙ୍ଗରେ ଜୋର ଧରିଲା ରାଜନୀତି। ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟକୁ ନେଇ ବିରୋଧୀଙ୍କ ଟାର୍ଗେଟ ପରେ ସୋସିଆଲ ମିଡିଆରେ ସିରିଜ୍ ପୋଷ୍ଟ କରି ଧୋଇଲେ ପ୍ରଧାନମନ୍ତ୍ରୀ ମୋଦି । ୬ ପଏଣ୍ଟ ଉଲ୍ଲେଖ କରି କଟୁ ସମାଲୋଚନା କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ସମ୍ବିଧାନକୁ ବାରମ୍ବାର ଅସମ୍ମାନ କରିଥିବା କଂଗ୍ରେସ ଓ ଏହାର ଖରାପ ଇକୋସିଷ୍ଟମ ଏହାକୁ ଲୁଚାଇ ପାରିବନି ।
ବର୍ତ୍ତମାନ ଲୋକେ ଦେଖୁଛନ୍ତି, କଂଗ୍ରେସ କିଭଳି ପ୍ରତିଟି କୌଶଳ ଆପଣାଇ ପାରେ । ବି.ଆର. ଆମ୍ବେଦକରଙ୍କ ସହ ଏସ୍ସି, ଏସଟି ଲୋକଙ୍କୁ ଅପମାନିତ ଭଳି ଟ୍ରିକସ ଆପଣାଉଛି କଂଗ୍ରେସ । କଂଗ୍ରେସ ଏବଂ ତାଙ୍କର ଖରାପ ଇକୋସିଷ୍ଟମ ବଡ଼ ଭୁଲ କରି ଆସୁଛି । ଏଭଳି ମିଥ୍ୟା କଥା କହି ଯଦି ଆମ୍ବେଦକରଙ୍କ ପ୍ରତି ସେମାନଙ୍କ ଥିବା ମନୋଭାବ ବଦଳାଇବାକୁ ଚାହୁଁଛନ୍ତି, ତାହା ହୋଇପାରିବନି ।
ଡକ୍ଟର ଆମ୍ବେଦକରଙ୍କ ପ୍ରତି କଂଗ୍ରେସର ମନୋଭାବ ନେଇ ଅନେକ ଲିଷ୍ଟ ରହିଛି । ସେତେବେଳେ ପଣ୍ଡିତ ନେହରୁ କିଭଳି ଆମ୍ବେଦକଙ୍କ ବିରୋଧରେ ଯାଇଥିଲେ ଏବଂ ତାଙ୍କର ସମ୍ମାନକୁ ନଷ୍ଟ କରିଥିଲେ ତାହା ଉଲ୍ଲେଖ କରିଛନ୍ତି ମୋଦି ।
ଅଧିକ ପଢ଼ନ୍ତୁ: ବିଶ୍ୱର ସର୍ବୋଚ୍ଚ ଚେନାବ ରେଲୱେ ବ୍ରିଜ୍ରେ OTV , ଅଂଜି ବ୍ରିଜର ମଧ୍ୟ ପରଖିଲା ସ୍ଥିତି
ସେପଟେ କିଛିଦିନ ତଳେ ସମ୍ବିଧାନ ଉପରେ ସଂସଦରେ ବିତର୍କ ଭାଷଣରେ ଗାନ୍ଧି ପରିବାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚଣ୍ଡ ହମଲା କରିଥିଲେ । ସାମ୍ବିଧାନିକ ମୂଲ୍ୟବୋଧକୁ ବାରମ୍ବାର ଆଘାତ ପାଇଁ ନେହରୁ, ଇନ୍ଦିରା ଓ ରାଜୀବଙ୍କଠୁ ନେଇ ରାହୁଲଙ୍କୁ ବି ନିଜ ଅଭିଭାଷଣରେ ନିଶାନା କରିଥିଲେ ମୋଦି ।
ପରିବାରବାଦ କଥା ଉଠାଇ ମୋଦି କହିଥିଲେ- ଏହି ପରିବାର ସମ୍ବିଧାନକୁ ଚ୍ୟାଲେଞ୍ଜ କରି ଆସିଛି । ୧୯୫୧ରେ ନିର୍ବାଚିତ ସରକାର ନ ଥିଲେ, ସେ ସମୟରେ ଅଧ୍ୟାଦେଶ ଆଣି ସମ୍ବିଧାନ ବଦଳାଇ ଦେଲେ । ଯାହା ସମ୍ବିଧାନ ନିର୍ମାତାଙ୍କ ପ୍ରତି ଘୋର ଅପମାନ । ମୁଖ୍ୟମନ୍ତ୍ରୀମାନଙ୍କୁ ତତକାଳୀନ ପ୍ରଧାନମନ୍ତ୍ରୀ ନେହରୁ ଚିଠି ଲେଖି ସମ୍ବିଧାନ ଆମ ରାସ୍ତାରେ ପ୍ରତିବନ୍ଧକ ହେଲେ ବଦଳାଇବାକୁ ହେବ ବୋଲି କହିଥିଲେ, ଯାହାକୁ ସେତେବେଳେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ବିରୋଧ କରିଥିଲେ ।
ଗତ ୬ ଦଶନ୍ଧିରେ ୭୫ ଥର ସମ୍ବିଧାନକୁ ବଦଳାଯାଇଛି ଓ ୧୯୭୧ରେ ଇନ୍ଦିରା ଗାନ୍ଧି ସମ୍ବିଧାନ ସଂଶୋଧନ କରି ନ୍ୟାୟପାଳିକାର ଅଙ୍ଗ ଛେଦନ କରିଥିଲେ ବୋଲି ଆକ୍ଷେପ କରିଥିଲେ ମୋଦି । ନ୍ୟାୟପାଳିକା ଇନ୍ଦିରାଙ୍କୁ ଅଯୋଗ୍ୟ କରିବାରୁ ୧୯୭୫ରେ ଏମର୍ଜେନ୍ସି ଲଗାଇଲେ, ତେଣୁ କଂଗ୍ରେସ ତାର ଅତୀତର ପାପକୁ ଧୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ନେହରୁ ଯେଉଁ ପରମ୍ପରା ଆରମ୍ଭ କରିଥିଲେ, ଇନ୍ଦିରା ତାହା ବଜାୟ ରଖିଲେ ବୋଲି କହିଥିଲେ ।
If the Congress and its rotten ecosystem think their malicious lies can hide their misdeeds of several years, especially their insult towards Dr. Ambedkar, they are gravely mistaken!
The people of India have seen time and again how one Party, led by one dynasty, has indulged in…
— Narendra Modi (@narendramodi) December 18, 2024
ନେହରୁ, ଇନ୍ଦିରାଙ୍କ ପରେ ରାଜୀବ ଏହାକୁ ଶକ୍ତି ଯୋଗାଇଲେ ଓ ପରପିଢ଼ି ମଧ୍ୟ ଏହି ରାସ୍ତାରେ ଆଗକୁ ବଢ଼ୁଛନ୍ତି ବୋଲି ଦର୍ଶାଇ ରାହୁଲ ଗାନ୍ଧିଙ୍କ ନାଁ ନ ନେଇ ବର୍ଷିଥିଲେ ପ୍ରଧାନମନ୍ତ୍ରୀ । ଏମିତିକି କ୍ୟାବିନେଟ୍ ନିଷ୍ପତ୍ତିକୁ ପତ୍ରକାରଙ୍କ ଆଗରେ ଫାଡିଦେଲେ ବୋଲି ଦର୍ଶାଇ କଂଗ୍ରେସ ନିରନ୍ତର ଭାବେ ସମ୍ବିଧାନ ପ୍ରତି ଧୋକା ଦେଇ ଆସୁଛି ବୋଲି କହିଥିଲେ ମୋଦି ।
ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇ ସାମ୍ବିଧାନିକ ବ୍ୟବସ୍ଥା ରଦ୍ଦ କରାଯାଇଥିଲା। ଦେଶ ଜେଲଖାନାରେ ପରିଣତ ହୋଇଥିଲା । ନାଗରିକଙ୍କ ଅଧିକାର ଲୁଟ୍ କରାଯାଇଥିଲା । କଂଗ୍ରେସର କପାଳରେ ଥିବା ଏହି ପାପ କେବେ ଧୋଇବାରେ ସକ୍ଷମ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ବି ଦେଶର ଗଣତନ୍ତ୍ରକୁ ନେଇ ବିଶ୍ୱରେ ଆଲୋଚନା ହେବ, କଂଗ୍ରେସର ଏହି ପାପ ନିଶ୍ଚିତ ଭାବରେ ଚର୍ଚ୍ଚା ହେବ । କାରଣ ସେତେବେଳେ ଗଣତନ୍ତ୍ରର କଣ୍ଠରୋଧ କରାଯାଇଥିଲା । ଭାରତର ସମ୍ବିଧାନର ନିର୍ମାତାଙ୍କ ତପସ୍ୟାକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିଲା । ଗଣମାଧ୍ୟମର ସ୍ୱାଧୀନତାକୁ ଲୋପ କରିଦିଆଯାଇଥିଲା, କଂଗ୍ରେସ ନିଜ ମୁଣ୍ଡରେ ଥିବା ଏହି ପାପକୁ କେବେବି ଧୋଇପାରିବ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)