Advertisment

Allu Arjun: ମୃତ୍ୟୁ ସହ ସଂଘର୍ଷ କରୁଛି ଅଲୁ ଅର୍ଜୁନଙ୍କ କୁନି ଫ୍ୟାନ୍; 'ପୁଷ୍ପା ୨' ଦେଖିବାକୁ ଯାଇ ଅଘଟଣ

'ପୁଷ୍ପା ୨'ର ପ୍ରିମିୟର୍ ଶୋ’ରେ ଦଳାଚକଟାରେ ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ ସହିତ ତାଙ୍କର ୮ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହୋଇନାହିଁ। ପ୍ରକାଶ ଯେ, ଶିଶୁର ଅବସ୍ଥା ଏବେ ବି ଗୁରୁତର ଏବଂ ସେ ଭେଣ୍ଟିଲେଟର ସହାୟତାରେ ଅଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
allu arjun little fan 8 year old sri teja critical on ventilator support

allu arjun little fan 8 year old sri teja critical on ventilator support

'ପୁଷ୍ପା ୨'ର ପ୍ରିମିୟର୍ ଶୋ’ ସମୟରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଦଳିରେ ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ ହୋଇଛି ଏବଂ ତାଙ୍କର ୮ ବର୍ଷର ପୁଅ ଶ୍ରୀ ତେଜ ଗୁରୁତର ଆହତ ହୋଇଛନ୍ତି। ଡିସେମ୍ବର ୪ ତାରିଖରୁ ପିଲାଟି ହସ୍ପିଟାଲରେ ଭର୍ତ୍ତି ହୋଇଛି।

Advertisment
allu arjun little fan 8 year old sri teja critical on ventilator support ଦଳାଚକଟାରେ ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ

କିନ୍ତୁ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହୋଇନାହିଁ। ପ୍ରକାଶ ଯେ, ଶିଶୁର ଅବସ୍ଥା ଏବେ ବି ଗୁରୁତର ଏବଂ ସେ ଭେଣ୍ଟିଲେଟର ସହାୟତାରେ ଅଛନ୍ତି। ନିକଟରେ 'ପୁଷ୍ପା ୨' ଷ୍ଟାର୍ ଅଲୁ ଅର୍ଜୁନଙ୍କୁ ହାଇଦ୍ରାବାଦ ପୋଲିସ ଏହି ମାମଲାରେ ଗିରଫ କରିଥିଲା

ମଙ୍ଗଳବାର ହାଇଦ୍ରାବାଦର KIMS କଡଲ୍ସ ହସ୍ପିଟାଲ୍ ଦ୍ୱାରା ଜାରି କରାଯାଇଥିବା ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ, ୮ ବର୍ଷିୟ ଶ୍ରୀ ତେଜଙ୍କ ସ୍ନାୟୁଗତ ସ୍ଥିତିର କୌଣସି ଉନ୍ନତି ଆସି ନ ଥିବାରୁ ତାଙ୍କୁ ଗୁରୁତର ଚିକିତ୍ସାରେ ରଖାଯାଇଛି।

Advertisment


ଭେଣ୍ଟିଲେସନ୍‌ରେ ଅଲୁଙ୍କ କୁନି ଫ୍ୟାନ୍:

ଡାକ୍ତରଙ୍କ କହିବାନୁସାରେ, ସେ ଅକ୍ସିଜେନ୍ ଏବଂ ଚାପର ସର୍ବନିମ୍ନ ସମର୍ଥନ ସହିତ ଯାନ୍ତ୍ରିକ ଭେଣ୍ଟିଲେସନ୍‌ରେ ଅଛନ୍ତି। ତାଙ୍କୁ ଭେଣ୍ଟିଲେଟରରୁ ବାହାର କରିବା ପାଇଁ ଟ୍ରାକିଓଷ୍ଟୋମି (ଏକ ପ୍ରଣାଳୀ ଯେଉଁଥିରେ ଶ୍ୱାସ ନେବାର ସୁବିଧା ପାଇଁ ଶ୍ୱାସ ନଳୀରେ ସର୍ଜିକାଲ୍ ଚିକିତ୍ସା ଦ୍ୱାରା ଏକ ପାଇପ୍ ଭର୍ତ୍ତି କରାଯାଇଥାଏ) ବିଷୟରେ ମଧ୍ୟ ବିଚାର କରାଯାଉଛି। ତେବେ ପିଲାଟିର ଜ୍ୱର କମିଯାଉଛି ଏବଂ ସର୍ବନିମ୍ନ ଇନୋଟ୍ରୋପ୍ସରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ପାରାମିଟର ସ୍ଥିର ରହିଛି ବୋଲି ଡାକ୍ତରଖାନାର ଏକ ବିବୃତ୍ତିରେ କୁହାଯାଇଛି।

ଅଧିକ ପଢ଼ନ୍ତୁ: ବିଳମ୍ବରେ ପହଞ୍ଚିଲା ଜାମିନ୍‌ ଅର୍ଡର, ରାତି ସାରା ଜେଲ୍‌ରେ ରହିଲେ ଅଲ୍ଲୁ !

ଅକ୍ସିଜେନ୍ ସପୋର୍ଟ:

ଅକ୍ସିଜେନ୍ ଅଭାବ ଏବଂ ଶ୍ୱାସ ନେବାରେ ଅସୁବିଧା ଭୋଗିବା ପରେ ପିଲାଟିକୁ ଡିସେମ୍ବର ୪ରେ ଡାକ୍ତରଖାନାକୁ ଅଣାଯାଇଥିଲା ବୋଲି ଡାକ୍ତରଖାନାର ବିବୃତ୍ତିରେ କୁହାଯାଇଛି। ୧୦ ଡିସେମ୍ବରରେ ତାଙ୍କୁ ଦିଆଯାଇଥିବା ଅକ୍ସିଜେନ୍ ସପୋର୍ଟ ହଟାଯାଇଥିଲା, କିନ୍ତୁ ୧୨ ଡିସେମ୍ବରରେ ପୁନର୍ବାର ଅକ୍ସିଜେନ୍ ସପୋର୍ଟ ଦେବାକୁ ପଡିଲା।

ଏହାରି ଭିତରେ ହାଇଦ୍ରାବାଦ ସହର ପୋଲିସ କମିଶନର ସି.ଭି ଆନନ୍ଦ ଡାକ୍ତରଖାନା ପରିଦର୍ଶନ କରିବା ପରେ କହିଛନ୍ତି ଯେ ଦଳାଚକଟା ସମୟରେ ଶ୍ୱାସ ନେବା ଅଭାବରୁ ଶ୍ରୀ ତେଜଙ୍କ ବ୍ରେନ୍ ଡେଡ୍ ହୋଇଯାଇଥିଲା ଏବଂ ତାଙ୍କୁ ଠିକ୍ ହେବାକୁ ବହୁତ ସମୟ ଲାଗିବ।

ଅଲୁ ଅର୍ଜୁନଙ୍କ ସହାୟତା:

ପ୍ରକାଶଥାଉ ଯେ 'ପୁଷ୍ପା-୨' ଚଳଚ୍ଚିତ୍ରର ସ୍କ୍ରିନିଂ ପାଇଁ ଅଲୁ ଅର୍ଜୁନ ପହଞ୍ଚିବା ପରେ ଥିଏଟରରେ ଦଳାଚକଟା ହୋଇଥିଲା। ତାଙ୍କୁ ଦେଖିବା ପାଇଁ ଏକତ୍ରିତ ହୋଇଥିବା ବଡ ଭିଡ଼ ମଧ୍ୟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୁର୍ଘଟଣା ପରେ ଅଲୁ ଅର୍ଜୁନ ଏବଂ ନିର୍ଦ୍ଦେଶକ ସୁକୁମାର ପୀଡିତାଙ୍କ ପରିବାରକୁ କ୍ଷମା ମଧ୍ୟ ମାଗିଛନ୍ତି।

ଅଧିକ ପଢ଼ନ୍ତୁ: ବେଲ୍‌ ମିଳିବା ପରେ ବି କାହିଁକି ଜେଲ୍‌ରେ ରାତି କାଟିଲେ ଅଲ୍ଲୁ ?

ମ୍ୟାନେଜମେଣ୍ଟର ଦାୟିତ୍ୱହୀନତା:

କୁହାଯାଉଛି ଯେ ମ୍ୟାନେଜମେଣ୍ଟ ଫିଲ୍ମର ମୁଖ୍ୟ ତାରକାଙ୍କ ପାଇଁ ଉପଯୁକ୍ତ ପ୍ରବେଶ, ପ୍ରସ୍ଥାନ କିମ୍ବା ବସିବା ଯୋଜନା କରି ନ ଥିଲା। ଯେତେବେଳେ ଏହା ଜଣାଥିଲା ଯେ ଏହି ସମୟରେ ସେଠାରେ ବହୁତ ଭିଡ଼ ହୋଇପାରେ।

allu arjun little fan 8 year old sri teja critical on ventilator supportମ୍ୟାନେଜମେଣ୍ଟର ଦାୟିତ୍ୱହୀନତା

ବିଜ୍ଞପ୍ତି ଅନୁଯାୟୀ, ଫିଲ୍ମ ଦେଖିବା ପାଇଁ ଆସୁଥିବା ଲୋକଙ୍କୁ ଗାଇଡ୍ କରିବା ପାଇଁ କୌଣସି ସାଇନ୍ ବୋର୍ଡ ନ ଥିଲା। ଏହା ବ୍ୟତୀତ, ମ୍ୟାନେଜ୍‌ମେଣ୍ଟ୍‌ “ବିନା ଅନୁମତିରେ ଅନ୍ୟାୟ ଭାବେ” ଥିଏଟର ବାହାରେ ବଡ଼ “ଫ୍ଲେକ୍ସ” ଲଗାଇ ପ୍ରଶଂସକଙ୍କ ଭିଡ଼ କରିବାକୁ ଉତ୍ସାହ ସୃଷ୍ଟି କରିଥିଲା। ନୋଟିସ୍‌ରେ ଏହା ମଧ୍ୟ କୁହାଯାଇଛି ଯେ ମ୍ୟାନେଜ୍‌ମେଣ୍ଟ୍ ଭିଡକୁ ନିୟନ୍ତ୍ରଣ କରିବା ନେଇ ମେନ୍ ଗେଟ୍‌ରେ ସେତିକି ସିକ୍ୟୁରିଟୀ ଗାର୍ଡର ବ୍ୟବସ୍ଥା କରି ନଥିଲା ସେତେବେଳେ ଯେତିକି ଆବଶ୍ୟକତା ଥିଲା।

ବନ୍ଦ ହୋଇପାରେ ହଲ୍:

ବର୍ତ୍ତମାନ ଥିଏଟର ମ୍ୟାନେଜମେଣ୍ଟ୍‌କୁ ଏହାର କାରଣ ବୁଝାଇବାକୁ କୁହାଯାଇଛି। ବର୍ତ୍ତମାନ ମ୍ୟାନେଜ୍‌ମେଣ୍ଟ୍‌ ତରଫରୁ ପଚରାଯାଇଛି ଯେ ଏହି ଦାୟିତ୍ୱହୀନତା ଯୋଗୁଁ ଏହାର ସିନେମାଟୋଗ୍ରାଫ୍ ଲାଇସେନ୍ସ କାହିଁକି ବାତିଲ କରା ନ ଯିବ? ଏହାର ଜବାବ ଦେବାକୁ ମ୍ୟାନେଜ୍‌ମେଣ୍ଟ୍‌କୁ ୧୦ ଦିନ ସମୟ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ରିଲ୍ ନୁହେଁ ରିଅଲ୍‌ରେ ବନ୍ଧା ହେଲେ ‘ପୁଷ୍ପାରାଜ୍’; ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

Allu Arjun Pushpa South Indian Films Stampede
Advertisment
Advertisment