/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734589047.jpg)
Balasore MP Pratap Sarangi Injured
ସିଡିରୁ ପଡିଗଲେବିଜେପି ସାଂସଦ ପ୍ରତାପ ଷଡଙ୍ଗୀ। ଆହତ। ସଂସଦ ଭିତରେ ଠେଲାପେଲା ପରେ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ରାହୁଲ ଗାନ୍ଧୀଙ୍କ ତାଙ୍କୁ ଠେଲି ଦେବା ପରେ ସେ ପଡିଯାଇ ଆହତ ହୋଇଛନ୍ତି ବୋଲି ବାଲେଶ୍ୱର ସାଂସଦ କହିଛନ୍ତି । ସେ କହିଛନ୍ତି ଯେ, ମୁଁ ଛିଡା ହୋଇଥିଲି। ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲିଦେଲେ ଏବଂ ସେହି ସାଂସଦ ମୋ ଉପରେ ପଡ଼ିଗଲେ। ଏହାପରେ ମୁଁ ପଡ଼ିଗଲି।
ଅଧିକ ପଢ଼ନ୍ତୁ:ଗଞ୍ଜାମରେ ଘନଉଛି କି ବିଜେଡି କଳି ? ନବୀନ ନିବାସ ଦ୍ୱାରସ୍ଥ ହେଲେ ନେତା
#ରାହୁଲ_ଗାନ୍ଧୀ_ଠେଲି_ଦେଲେ: ପ୍ରତାପ
ଗୃହରେ ଥିବା ବେଳେ ସିଢ଼ିରୁ ପଡ଼ିଗଲେ ପ୍ରତାପ ଷଡ଼ଙ୍ଗୀ । ରାହୁଲ ଗାନ୍ଧୀ ଠେଲି ଦେବାରୁ ତଳେ ପଡ଼ିଗଲି କହିଲେ ପ୍ରତାପ#BJP#PratapChandraSarangi#OTVpic.twitter.com/KbhTCsuUtr— ଓଟିଭି (@otvkhabar) December 19, 2024
ଏପ୍ରସଙ୍ଗରେ ରାହୁଲ ଗାନ୍ଧୀ ମୁହଁ ଖୋଲିଛନ୍ତି। ପ୍ରତାପ ଷଡଙ୍ଗୀଙ୍କ ଅଭିଯୋଗ ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ହଁ ମୁଁ ଏହା କରିଛି, ଠିକ୍ ଅଛି ... ଠେଲିବା ଦ୍ୱାରା କିଛି ହାସଲ ହୁଏ ନାହିଁ। ମୁଁ ସଂସଦ ଭିତରକୁ ଯିବାକୁ ଚାହୁଁଥିଲି । ସଂସଦକୁ ଯିବା ମୋର ଅଧିକାର, ମୋତେ ଅଟକାଇବାକୁ ଚେଷ୍ଟା କରାଯାଇଥିଲା। ଆମକୁ ସଂସଦରେ ପ୍ରବେଶ କରିବାକୁ ବାରଣ କରାଯାଉଥିଲା। ବିଜେପି ସାଂସଦମାନେ ଆମକୁ ଠେଲାପେଲା କରିଥିଲେ।
#ବିଜେପି_ସାଂସଦମାନେ_ମୋତେ_ଠେଲାପେଲା_କରିଥିଲେ
ସଂସଦରେ ଠେଲାପେଲାକୁ ନେଇ ରାହୁଲ ଗାନ୍ଧିଙ୍କ ପ୍ରତିକ୍ରିୟା । ସଂସଦ ଭିତରକୁ ଯିବା ବେଳେ ବିଜେପି ସାଂସଦ ରୋକିଥିଲେ । ବିଜେପି ସାଂସଦମାନେ ମୋତେ ଠେଲାପେଲା କରିଥିଲେ- ରାହୁଲ । ସଂସଦ ଭିତରକୁ ପ୍ରବେଶ କରିବା ଆମର ଅଧିକାର: ରାହୁଲ । #RahulGandhi#PratapChandraSarangi#OTVpic.twitter.com/q0ApP2oXko— ଓଟିଭି (@otvkhabar) December 19, 2024
ସଂସଦ ପ୍ରବେଶ ପଥରେ ବିକ୍ଷୋଭ ଚାଲିଥିଲା । ବିରୋଧି ‘ଆମ୍ବେଦକର’ ପ୍ରସଙ୍ଗକୁ ନେଇ ବିକ୍ଷୋଭ କରୁଥିଲେ। ଇଣ୍ଡି ମେଣ୍ଟର ସାଂସଦମାନେ ନୀଳ ରଙ୍ଗର ପୋଷାକ ପିନ୍ଧି ଆମ୍ବେଦକର ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ କରୁଥିଲେ। କଂଗ୍ରେସ କହିଛି ଯେ, ଗୃହମନ୍ତ୍ରୀ ଅମିତ ଶାହ ବାବା ସାହେବ ଆମ୍ବେଦକରଙ୍କୁ ଅପମାନିତ କରିଛନ୍ତି। ତାଙ୍କର ଅପରାଧ କ୍ଷମା ଯୋଗ୍ୟ ନୁହେଁ। ପୂରା ସିଷ୍ଟମ୍ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)