ବାହାଘରର ସମସ୍ତ ଖର୍ଚ୍ଚ ବହନ କଲେ। ଭୋଜିଭାତ ଦେଲେ। ଶେଷରେ ଘରକରଣା ସାମଗ୍ରୀ ଓ ଉପହାର ଦେଇ ଝିଅକୁ ପଠାଇଲେ ଶାଶୁଘର। ଦେଖନ୍ତୁ ଏହି ନିଆରା ବିବାହ ଉତ୍ସବ...
ପୋଷା କୁକୁର ଯଦି ମାଲିକଠାରୁ ଅଲଗା ହୋଇଯାଏ, ତା’ହାଲେ କ’ଣ ହୁଏ? ଆପଣ କେବେ ଏମିତି ସେପରି ଦୃଶ୍ୟ ଦେଖିଛନ୍ତି କି? ସୋସିଆଲ୍ ମିଡିଆରେ ଏବେ ଏମିତି ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ୫ ବର୍ଷ ଧରି ଅଲଗା ଥିବା ଏକ କୁକୁର ତା’ ମାଲିକକୁ ଭେଟୁଥିବାର ଦୃଶ୍ୟ...
ଆପଣ ତ ଜାଣନ୍ତି ଦିନକୁ ଦିନ ବଢ଼ିବାରେ ଲାଗିଛି ଅନଲାଇନ୍ ଅର୍ଡରର ଡିମାଣ୍ଡ । କାରଣ ଲୋକଙ୍କୁ ଏହା ବେଶ ସୁହାଉଛି । ଯେତେବେଳେ ମନ ହେଲା, ମୋବାଇଲ କାଢ଼ିଲେ ଆଉ ଆପ୍କୁ ଯାଇ ଅର୍ଡର ଦେଲେ, ମାତ୍ର କିଛି ସମୟ ମଧ୍ୟରେ ଖାଇବା ଆସି ପହଞ୍ଚିଯାଏ ଆପଣଙ୍କ ପାଖରେ ।
କର୍ଲ୍ଲାଜୁରୀ ଗାଁରେ ରହିଛି ତିନୋଟି ନଳକୂପ। ହେଲେ ଏସବୁ କୌଣସି କାମରେ ଆସୁନାହିଁ।
ଅବହେଳିତ ଅବସ୍ଥାରେ ବୌଦ୍ଧ ବିହାର ପର୍ଯ୍ୟଟନ କ୍ଷେତ୍ର ଲାଙ୍ଗୁଡ଼ି। ଯାଜପୁର ଧର୍ମଶାଳାରେ ଥିବା ଲାଙ୍ଗୁଡ଼ି ପାହାଡ଼ ଦିନେ ଗବେଷକଙ୍କୁ ବିସ୍ମିତ କରୁଥିଲା, ପର୍ଯ୍ୟଟକଙ୍କୁ ବି ଡାକୁଥିଲା। କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ପାନ୍ଥ ନିବାସ ସହିତ ବିଭିନ୍ନ ନିର୍ମାଣ କାର୍ଯ୍ୟ ମଧ୍ୟ କରିଥିଲେ। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ସେସବୁ ଜରାଜୀର୍ଣ୍ଣ।
କରଂଜିଆ ବନଖଣ୍ଡରେ ୫୦ରୁ ଅଧିକ ଗ୍ରାମର ନାଇକି, ଦେହୁରୀ ଏବଂ ମୁଖିଆ ମାନଙ୍କୁ ନେଇ ବନବିଭାଗ ଏକ ସଚେତନତା କାର୍ଯ୍ୟକ୍ରମ କରିଛି ।
କାହିଁକି ନିର୍ବାଚିତ ସାଂସଦଙ୍କୁ ସରକାରୀ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନାହିଁ ଏବଂ ଏହା ପଛରେ କାହାର ହାତ, ତାହା ଜାଣିବାର ଅଧିକାର ରାଜଧାନୀବାସୀଙ୍କର ଅଛି ବୋଲି ମଧ୍ୟ କହିଛନ୍ତି ସାଂସଦ
ବର୍ତ୍ତମାନ ସିକନ୍ଦରାବାଦ୍ ଷ୍ଟେସନ ନିକଟରେ ଟ୍ରେନରେ ବମ୍ ସ୍କ୍ୱାର୍ଡ ଯାଞ୍ଚ ଜାରି ରଖିଛି
ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ପ୍ରସ୍ତୁତ ହେଉଥିଲା ନକଲି ମଦ । ନକଲି ସାମଗ୍ରୀରେ ମଦ ପ୍ରସ୍ତୁତ କରି, ଅସଲି ଦାମରେ ବିକ୍ରିବଟା ଚାଲିଥିଲା ।
ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ। ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଏହି ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ।ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ। ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ଏହି ୭୪ ବର୍ଷ ମଧ୍ୟରେ ବଦଳିଛି।
ବ୍ରଜରାଜନଗର ଥାନା ଘେରିଲେ ଶତାଧିକ ଯୁବକ ଯୁବତୀ। ସେମାନଙ୍କ ସହ ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ସାମିଲ ହୋଇଛନ୍ତି। ସ୍ଥାନୀୟ ନିଯୁକ୍ତି ଏବଂ ଅନ୍ୟାନ୍ୟ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।
୫ ମାସ ହେଲାଣି ମହାବଳ ବାଘର ମିଳୁନି ପତ୍ତା। କୁଆଡ଼େ ଗଲା? କେମିତି ଗଲା? ସୁରକ୍ଷିତ ଅଛି କି ନାହିଁ? ସେନେଇ ଉଠିଲା ପ୍ରଶ୍ନ। ଗାଁ ଲୋକଙ୍କଠାରୁ ପରିବେଶବିତ୍ ସମସ୍ତେ ବାଘକୁ ନେଇ କରୁଛନ୍ତି ଚିନ୍ତା...ସେପଟେ ବନବିଭାଗ କହୁଛି ଆମେ ପାଇଛୁ ବାଘର ପାଦ ଚିହ୍ନ। ତେବେ ଏବେ ବାଘ କେଉଁଠି?
ଭୂବନ ବାଦ୍ୟକାରଙ୍କ କଚ୍ଚାବାଦାମ୍ ଗୀତ ପରେ ଏବେ ସୋସିଆଲ ମିଡ଼ିଆରେ ଲେମ୍ବୁ ପାଣି ଗୀତ ହେଉଛି ଭାଇରାଲ। ଦୋକାନଠୁ ବଜାର ସବୁ ଆଡ଼େ ଶୁଭୁଛି ଏହି ଗୋଟିଏ ଗୀତ...
ମଲା..ଆମେ ଉଡ଼ିଉଡ଼ି କି ସବୁ ନେଲୁ। ଆମେ ନାଚିବୁନି ତ ଆଉ ନାଚିବ କିଏ? ତୁମେ ଗୀତ ବଜାଅ, ଆମେ ଖାଲି ଅଣ୍ଟା ହଲାଉଛୁ। ତୁମେ ଅଧ୍ୟକ୍ଷ ନିଅ, ଆମେ ତ ଉପାଧ୍ୟକ୍ଷ ତ ନେଇଗଲୁ।
ବିଲରେ ଫଳିଛି ଲାଲଟହଟହ ତରଭୁଜ। ଅନୁକୂଳ ପାଗ ଥିବାରୁ ପ୍ରଚୁର ପରିମାଣରେ ଫଳିଛି ଫଳ। ବଜାରରେ ବିକ୍ରି କରି ପାଖାପାଖି ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଚାଷୀ...
ଦୁର୍ଘଟଣା ପ୍ରବଣ ଅଞ୍ଚଳ ରାଜଧାନୀର ପଳାସୁଣିରେ ନିର୍ମାଣ ହେବ ଫୁଟ୍ ଓଭରବ୍ରିଜ୍ । ୨ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ବ୍ରିଜ୍ ନିର୍ମାଣ ହେବ ।
ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ ।
ପ୍ରସୂତୀଙ୍କୁ ଲେବର ରୁମ୍କୁ ନେବାରେ ବିଳମ୍ବ ହେବାରୁ ଏଭଳି କାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ଓ ତାଙ୍କ ସହ ଆସିଥିବା ଆଶାକର୍ମୀ ।
ଫେବୃଆରୀ ୨୦୧୯ରେ ବିଭାଗ ଦ୍ୱାରା ହୋଇଥିବା ଏକ ସ୍ୱତନ୍ତ୍ର ଅଡିଟ୍ରେ ଧରା ପଡିଥିଲା ଏହି ଦୁର୍ନୀତି
ବିଭିନ୍ନତାରେ ବି ଏକତା । ରମ୍ଜାନ୍ ବ୍ରତ ଭାଙ୍ଗିବାକୁ ମୁସଲମାନଙ୍କୁ ମନ୍ଦିର ଆମନ୍ତ୍ରଣ କଲେ ହିନ୍ଦୁ ପୁରୋହିତ ।
କୋଭିଡ ମହାମାରୀ କାରଣରୁ ୨୦୨୦ ମସିହାଠାରୁ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା ।
ସକାଳୁ ସକାଳୁ ଶୁଭିଲା ଗାଁରେ ଦନ୍ତା ପଶିଲାରେ...ବାସ୍ ଏତିକି ଶୁଣିବା ଆଉ ହାତୀ ଦେଖିବା ପରେ ଜୀବନ ବଂଚାଇବାକୁ ଯିଏ ଯୁଆଡ଼େ ପାଇଲେ ସିଏ ସିଆଡ଼େ ଧାଇଁଲେ। ଟିକିଏ ଟିକିଏରେ ବଂଚିଗଲେ ସ୍କୁଲ ପିଲା...
ଗରମରୁ ମୁକ୍ତି ଦେଉଛି ଏହି ନିଆରା ରିକ୍ସା । ଚାଳକଙ୍କ ଏହି ଅଭିନବ ଉପାୟ ଦ୍ୱାରା ଯାତ୍ରୀମାନେ ଗ୍ରୀଷ୍ଣ ପ୍ରଭାବରୁ କିଛିମାତ୍ରାରେ ତ୍ରାହୀ ପାଇପାରୁଛନ୍ତି ।
ଏଇ ମନ୍ଦିରର ଅନନ୍ୟ ପରମ୍ପରା। ମାଆଙ୍କୁ ଶାଳପତ୍ର ଖଲିରେ ଲାଗିହୁଏ ଦେଶୀ ଓ ବିଦେଶୀ ମଦ। କାହିଁ କେତେ ଆଡ଼ୁ ଭକ୍ତଙ୍କ ଛୁଟେ ସୁଅ..ମନସ୍କାମନା ପୂର୍ଣ୍ଣ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍ସାହ। ଦେଖନ୍ତୁ ମାଆଙ୍କ ପାକରେ କେମିତି ଲାଗି ହେଉଛି ମଦ?
ମୋ ଅନୁପସ୍ଥିତିରେ କାହିଁକି ଭଙ୍ଗାଗଲା ଝାରପଡ଼ା ହାଟ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ ? ୭ ଦିନରେ ବିକଳ୍ପ ସ୍ଥାନ ଦେବାକୁ ଦାବି କରିଛନ୍ତି ।