/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640364507.jpeg)
Lokaseva Bhawan
ମିଳିଲା ଅନୁମତି । ଏଣିକି ସାମ୍ବାଦିକ ଯାଇପାରିବେ ଲୋକସେବା ଭବନ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଦୀର୍ଘ ଦୁଇ ବର୍ଷ ପରେ ସାମ୍ବାଦିକମାନେ ଏଥର ଖବର ସଂଗ୍ରହ ପାଇଁ ଲୋକସେବା ଭବନ ଭିତରକୁ ପ୍ରବେଶ କରିପାରିବେ । କୋଭିଡ ମହାମାରୀ କାରଣରୁ ୨୦୨୦ ମସିହାଠାରୁ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା ।
ତେବେ ସବୁଠି କୋଭିଡ୍ କଟକଣା ଉଠିଯାଇଥିଲେ ମଧ୍ୟ ଲୋକସେବା ଭବନରେ ସାମ୍ବାଦିକଙ୍କ ପାଇଁ କଟକଣା ଜାରି ରହିଥିଲା । ଏବେ ସରକାର ଏହି କଟକଣା ଉଠାଇ ନେଇଛନ୍ତି । ଆସନ୍ତା ୧୮ ତାରିଖରୁ ସାମ୍ବାଦିକମାନେ ପାସ୍ ଦେଖାଇ ଲୋକସେବା ଭବନରେ ଏଣ୍ଟ୍ରି କରିପାରିବେ ।
ଏକ ବିଜ୍ଞପ୍ତି ଜାରି କରି ସରକାର କହିଛନ୍ତି ଯେ, ଏଣିକି ସାଧାରଣ ଲୋକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ରହିଛି । ଆସନ୍ତା ୧୮ରୁ ଏହି ନିୟମ ଲାଗୁ କରାଯିବ । ସାଧାରଣ ଲୋକ ଅନଲାଇନ୍ ମାଧ୍ୟମରେ ପାସ୍ ପାଇଁ ଆବେଦନ କରିପାରିବେ । ପାସ୍ ମିଳିବା ପରେ ସେମାନେ ଲୋକସେବା ଭବନରେ ଏଣ୍ଟ୍ରି କରିପାରିବେ । କେବଳ ଲୋକସେବା ଭବନ ନୁହେଁ, ଖାରବେଳ ଭବନ ଓ ରାଜୀବ ଭବନରେ ମଧ୍ୟ ସାଧାରଣ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ରହିବ ।
ସାଧାରଣ ଲୋକେ ଅନ୍ଲାଇନ୍ ମାଧ୍ୟମରେ ଏହି ୱେବ୍ସାଇଟ୍ ଜରିଆରେ http://epravesh.odisha.gov.in/ ଲୋକସେବା ଭବନରେ ପ୍ରବାଶ ପାଇଁ ଅନୁମତି ପାଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)