ଆଜିଠାରୁ ଅର୍ଥାତ ଏପ୍ରିଲ୍ ୧୮ ତାରିଖରୁ ସାମ୍ବାଦିକଙ୍କୁ ଲୋକସେବା ଭବନରେ ଏଣ୍ଟ୍ରି କରିବାର ଅନୁମତି ପୂର୍ବରୁ ଦେଇଥିଲେ ରାଜ୍ୟ ସରକାର । ଦୀର୍ଘ ଦୁଇ ବର୍ଷ ପରେ ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ଲୋକସେବା ଭବନ ଭିତରକୁ ପ୍ରବେଶ କରିଛନ୍ତି ।
କୋଭିଡ ମହାମାରୀ କାରଣରୁ ୨୦୨୦ ମସିହାଠାରୁ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା ।