/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649834625.jpg)
Fake Liquor Manufacturing Unit Busted In Mayurbhanj
ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ପ୍ରସ୍ତୁତ ହେଉଥିଲା ନକଲି ମଦ । ନକଲି ସାମଗ୍ରୀରେ ମଦ ପ୍ରସ୍ତୁତ କରି, ଅସଲି ଦାମରେ ବିକ୍ରିବଟା ଚାଲିଥିଲା । ମୟୂରଭଂଜ ମୋରଡ଼ାରେ ଚାଲିଥିବା ଏଭଳି ନକଲି ବିଦେଶୀ ମଦ ୟୁନିଟ ଠାବ କରାଯାଇଛି ।
Advertisment
ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ସେଠାରୁ ନକଲି ମଦ ସହ ସ୍ପିରିଟ୍, ମଦ ପ୍ୟାକିଂ ଠିପି, ବିଭିନ୍ନ ବ୍ରାଣ୍ଡର ଲେବେଲ୍ ଜବତ କରିଛି । ଘଟଣାରେ ଅବକାରୀ ବିଭାଗ ମଦ ଦୋକାନର ଦୁଇ କର୍ମଚାରୀଙ୍କୁ ଗିରଫ କରିଥିବା ବେଳେ, ମାଲିକ ଫେରାର ହୋଇଯାଇଛି ।
ନକଲି ମଦର ତିଆରି ଖବର ପାଇ ଆଜି ସକାଳୁ ସକାଳୁ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢାଉ କରିଥିଲା । ତେବେ ନକଲି ମଦ କେଉଁ ସବୁ ସ୍ଥାନକୁ ଚାଲାଣ ହେଉଥିଲା ସେନେଇ ପୋଲିସ ତନାଘନା ଆରମ୍ଭ କରିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)