• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହାଟଭଙ୍ଗା ଘଟଣାରେ ବିଏମସିର କାର୍ଯ୍ୟକୁ ଅପରାଜିତା ଷଡ଼ଙ୍ଗୀଙ୍କ ନିନ୍ଦା । ଆଜି ଭୁବନେଶ୍ୱର ଝାରପଡା ହାଟଭଙ୍ଗା ଘଟଣା ପରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିନାଶରୁ ବିଏମସିର ଇନିଂସ ଆରମ୍ଭ ବୋଲି କହିବା ସହ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ସହ ଆଲୋଚନା ପରେ ବିଏମସିକୁ ସାଂସଦ ଏକ ଚିଠି ଲେଖିଛନ୍ତି । କ୍ଷତିପୂରଣ ସହ ୭ ଦିନରେ ବ୍ୟବସାୟ ଉପଯୋଗୀ ଜାଗା ଯୋଗାଇ ଦିଆଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଅପରାଜିତା କହିଛନ୍ତି, ଗୋଟିଏ ବର୍ଷ ପୂର୍ବରୁ ଝାରପଡ଼ା ହାଟ ଭଙ୍ଗାଯିବା ପାଇଁ ଯୋଜନା ହୋଇଥିଲା । ହେଲେ ଥଇଥାନ ପରେ ହାଟ ଭାଙ୍ଗିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ ଅପରାଜିତା ଷଡ଼ଙ୍ଗୀ । ଏଥିପାଇଁ ପୂର୍ବରୁ ମଧ୍ୟ ଚିଠି ଲେଖିଥିଲେ ଆଉ ଚିଠି ପାଇବା ପରେ ବର୍ଷ ସମସ୍ତେ ଚୁପଚାପ୍ ଥିଲେ । ହେଲେ ମୁଁ ଦିଲ୍ଲୀରେ ଥିବା ସମୟରେ ଲୋକଙ୍କୁ ହଇରାଣ କରି ହାଟ ଭଙ୍ଗାଯାଇଛି । ଭୁବନେଶ୍ୱରର ଗରିବ ଖଟିଖିଆ ମାନଙ୍କ ଜୀବନ ଉଜାଡି ଦେଲେ ସରକାର । ଭୁବନେଶ୍ୱର ବିକାଶ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ । କିନ୍ତୁ ବିକାଶ କିମ୍ବା ସହରର ସୌନ୍ଦର୍ଯ୍ୟକରଣ ଆଳରେ ଲୋକଙ୍କୁ ହନ୍ତସନ୍ତ କରିବା ଠିକ୍‌ ନୁହେଁ । ଲୋକଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥକିମତା ଦେଇ ପଦକ୍ଷେପ ନେବା ଉଚିତ । ଯଦି ମାର୍କେଟ କଂପ୍ଲେକ୍ସ ହୁଏ, କ୍ଷତିଗ୍ରସ୍ତ ୪୩୦ ଜଣଙ୍କୁ ଅଗ୍ରାଧିକାର ଦିଆଯାଉ ।

ଏତେ ଲୋକଙ୍କୁ ଗୋଟିଏ ରାତିରେ ବାସଚ୍ୟୁତ କରିଦେବା ପରି ଘଟଣା ଘଟିଛି । ତାଙ୍କ ପାଖରେ ଏବେ କୌଣସି ସାଧନ ନାହିଁ । ମୁଁ ଦିଲ୍ଲୀରେ ଥିବା ସମୟରେ କାହିଁକି ଏପରି ହେଲା ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ଏବେ ଝାରପଡ଼ା କ୍ଷତିଗ୍ରସ୍ତଙ୍କ ଆଖିର ଲୁହ ଦେଖାଦେଇଛି । ଏ ଲୁହ ପାଇଁ କିଏ ଦାୟୀ ? ଅତି କମରେ ଦୁଇ ଦିନ ଅପେକ୍ଷା କରିଥାଆନ୍ତେ । କେବଳ ଏତିକି ନୁହେଁ ଉଠାଦୋକାନୀ ମାନଙ୍କ ସହ ମଧ୍ୟ କୌଣସି ଆଲୋଚନା ହୋଇନାହିଁ । ସ୍ଥାନୀୟ କର୍ପୋରେଟରଙ୍କୁ ମଧ୍ୟ ଏସମ୍ପର୍କରେ ସୂଚନା ଦିଆଯାଇ ନଥିଲା । ମନଇଚ୍ଛା ହାଟ ଭାଙ୍ଗି ଦିଆଯାଇଛି । ତେବେ ସକାରାତ୍ମକ ମନୋବୃତ୍ତି ନେଇ ହୋଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।