ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଛତିଶଗଡ଼ରୁ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି।
ଇଏ କୋଉ ମହାଭାରତଠୁ କମ୍ କି? ଦେଖୁନାହାନ୍ତି କି ମାଡ଼ କିରେ ନାରଣ !! ପୂରା କୁଆ ଛୁଆ ଉଡ଼ିଲା। ଚୁଟି ଝିଙ୍କାଝିଙ୍କି, ଶାଢୀ ଟଣାଟଣି...
ପ୍ରଥମ ଏକ ଘଣ୍ଟା ବେଳାଭୂମି ସଫେଇ ପରେ ବିଚ୍ ଯୋଗ, ବିଚ୍ ଭଲିବଲ୍, କୁଇଜ୍, ଫନି ଗେମ୍ସ, ଗୋଟିପୁଅ ଓ ସମ୍ବଲପୁରୀ ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଯୁଆଡ଼େ ଚାହିଁଲେ ଖାଲି କୁମ୍ଭୀର ହିଁ କୁମ୍ଭୀର। ଜୀବନ ବଞ୍ଚାଇବା ପାଇଁ ବାଉଁଶକୁ ଧରି ଓହଳି ରହିଥିଲେ ଯୁବକ। ଏଭଳି ସ୍ଥିତିରେ ଭୟଭୀତ ଅବସ୍ଥାରେ ଥିବା ଯୁବକଙ୍କୁ ଭରା ନଦୀରୁ ବଞ୍ଚାଇ ଆଣିଲା ଅଗ୍ନିଶମ ବାହିନୀ।
ଧାନ ମଣ୍ଡିକି ନଯାଉଣୁ ମଣ୍ଡି ବନ୍ଦ । ମେସେଜ ଆସିଥିଲା, ଆଉ ଦିନ ଧାର୍ଯ୍ୟ ବି ହୋଇଥିଲା । ହେଲେ ଚାଷୀ ଧାନ ବିକ୍ରି ଲାଗିି ମଣ୍ଡିକୁ ଗଲା ବେଳକୁ ବନ୍ଦ । ଏଭଳି ସମସ୍ୟାରେ ପଡିଛନ୍ତି କଟକ ଜିଲ୍ଲା ନିଆଳି ଓ କଣ୍ଟାପଡା ବ୍ଲକ ସହ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଞ୍ଚଳର ଚାଷୀ ।
ପୂର୍ବ ଭଳି ସବୁ କିଛି ପ୍ରତିଶ୍ରୁତିରେ ରହିବ ନା ଫଳପ୍ରଦ ହେବ ତାହା ଏବେ ଆଶା ଓ ଆଶଙ୍କାରେ ।
ଲୋକମାନେ ପରିହାସ କରନ୍ତି ଯେ ସ୍କେଟିଂ ଏକ ପିଲା ଖେଳ ନୁହେଁ। କିନ୍ତୁ ବର୍ତ୍ତମାନ ଏକ ଛୋଟ ପିଲା ଏହି କଥାକୁ ଭୁଲ ବୋଲି ପ୍ରମାଣିତ କରିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଚର୍ଚ୍ଚାରେ ରହିଛି, ଯେଉଁଥିରେ ପିଲାଟି ପାହାଚରେ ଚମତ୍କାର ସ୍କେଟିଂ କରୁଥିବା ଦେଖାଯାଏ।
ଭାରତର ମହିଳାମାନେ ବହୁତ ପରିଶ୍ରମୀ ଏବଂ ପ୍ରତିଜ୍ଞାକାରୀ। ସେମାନେ ଦେଶ ପରିଚାଳନା କରୁଛନ୍ତି, ରାଷ୍ଟ୍ର ନିର୍ମାଣରେ ସାହାଯ୍ୟ କରୁଛନ୍ତି। ଏହି ନାରୀମାନଙ୍କ ଭିତରେ ଜଣେ ହେଲେ ଦମୟନ୍ତୀ ମାଞ୍ଝୀ। ଆସନ୍ତୁ ଜାଣିବା ବସ୍ତିରୁ ଡେପୁଟି ମେୟର ହେବାର ତାଙ୍କ ସଂଘର୍ଷର କାହାଣୀ।
ଆଜି କଳିଙ୍ଗ ବୀର ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଦୀର୍ଘ ବର୍ଷ ଧରି ଓଡିଶା ମା’ର ସେବା କରି ୧୭ ଅପ୍ରେଲ ୧୯୯୭ରେ ସେ ପ୍ରାଣ ତ୍ୟାଗ କରିଥିଲେ। ତେବେ ଆସନ୍ତୁ ଏହି ମହାନ ଆତ୍ମାଙ୍କ ବୀରତ୍ୱର କାହାଣୀ ଉପରେ ନଜର ପକେଇବା।
ଅଗ୍ନିକାଣ୍ଡ ପରେ ଏହି ମଲ୍ରେ ଫାୟାର ସେଫ୍ଟିକୁ ଅଧିକ କଡାକଡି କରାଯାଇଛି।
ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା । ପୁରୀ ସମୁଦ୍ର ବେଳାଭୂମିରେ ବାପପୁଅ ଦୁହେଁ ଖେଳୁଥିଲେ । ପୁଅ ଆଗରେ ଷ୍ଟଣ୍ଟ ଦେଖାଉଥିଲେ ବାପା । ଷ୍ଟଣ୍ଟ ମାରୁ ମାରୁ ଲହଡ଼ି ଭିତରେ ଭାସିଗଲେ ବାପା ।
ଚିନ୍ତା ବଢ଼ାଇଛି ମଲ୍ ନିଆଁ । କିଛି ଦିନ ତଳେ କଟକ ପରେ ଗତକାଲି ଭୁବନେଶ୍ୱର କେଶରୀ ମଲ୍ରେ ଅଗ୍ନିକାଣ୍ଡ ପରେ ଛାନିଆଁ ସହରବାସୀ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଥମୁନି ବିବାଦ । ବିଧାନସଭାରୁ ସଂସଦ ଯାଏଁ, ସବୁଠି ପ୍ରକାଶ ପାଇଛି ଉଦ୍ବେଗ । ଏପରିକି ହାଇକୋର୍ଟରେ ବିଚାରାଧୀନ ରହିଛି ମାମଲା । ତଥାପି ଜାରି ରହିଛି ଐତିହ୍ୟ କରିଡର୍ ପ୍ରକଳ୍ପ କାମ ।
ବହୁ ବିବାଦ ଓ ବିରୋଧ, ଏପରିକି ହାଇକୋର୍ଟରେ ମାମଲା ବିଚାରାଧୀନ ଥିଲେ ବି ବେଧଡ଼କ୍ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ପାର୍ଲାମେଣ୍ଟରୁ ବିଧାନସଭା ଯାଏଁ, ସବୁଠି ଉଦ୍ବେଗ ପ୍ରକାଶ ପାଇବାପରେ ବି ନିର୍ମାଣ କାମ କିନ୍ତୁ ବନ୍ଦ ହେଉନି ।
ଶୋଇବା ଘର ହେଉଛି ଆମ ଘରର ସେହି ଗୁରୁତ୍ୱପୂର୍ଣ୍ଣ ଅଂଶ ଯେଉଁଠାରେ ଆମେ ଦିନସାରା ଆମର ଥକ୍କାପଣକୁ ଦୂର କରି ଶାନ୍ତିରେ ଶୋଇଥାଉ। ସମସ୍ତେ ନିଜ ଶୋଇବା ଘରକୁ ସଜାଇବାକୁ ପସନ୍ଦ କରନ୍ତି। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।
ବିନା କାରଣରେ କାହିଁକି ଏଭଳି ଦଶା ଭୋଗିଲେ ଯାତ୍ରୀ
ବୈଶାଖ ମାସର ଟାଣ ଖରା। ୪୨ ଡିଗ୍ରୀ ଉପରେ ରହିଲାଣି ତାପମାତ୍ର..ଅସହ୍ୟ ଗରମରେ ରାସ୍ତା ଉପରେ ଟ୍ରାଫିକ୍ ଡ୍ୟୁଟି କରୁଛନ୍ତି ଟ୍ରାଫିକ୍ ପୋଲିସ୍। ଟ୍ରାଫିକ୍ ପୋଷ୍ଟ ତ ଦୂରର କଥା ଗଛ ଛାଇରେ ବି ଟିକିଏ ଛିଡ଼ା ହେବାକୁ ସମୟ ନାହିଁ କି ସୁଯୋଗ ବି ନାହିଁ
କୋର୍ଟଙ୍କ ପାଖରେ ସାଂସଦ ଅନୁଭବ ମହାନ୍ତି ଗୁହାରି କରିଛନ୍ତି। ପତ୍ନୀ ବର୍ଷାଙ୍କ ସହ ବିବାହ ବିଚ୍ଛେଦ ମାମଲାର ତ୍ୱରିତ ଶୁଣାଣି କରିବାକୁ ଅନୁଭବ ଗୁହାରି କରିଛନ୍ତି। କଟକ ଫ୍ୟାମିଲି କୋର୍ଟରେ ଆଜି ସାକ୍ଷ୍ୟ ଗ୍ରହଣ ପାଇଁ ଅନୁଭବ ଉପସ୍ଥିତ ହୋଇଥିଲେ।
ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା । ପୁରୀ ସମୁଦ୍ର ବେଳାଭୂମିରେ ବାପପୁଅ ଦୁହେଁ ଖେଳୁଥିଲେ । ପୁଅ ଆଗରେ ଷ୍ଟଣ୍ଟ ଦେଖାଉଥିଲେ ବାପା । ଷ୍ଟଣ୍ଟ ମାରୁ ମାରୁ ଲହଡ଼ି ଭିତରେ ଭାସିଗଲେ ବାପା ।
ନୂଆ ମେୟରଙ୍କୁ ଏଭଳି ରୋକଠୋକ୍ ବାଣି ଶୁଣାଇଛନ୍ତି ବ୍ୟବସାୟୀ । ଏମିତିକି ମେୟରଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି ମାର୍କେଟ ବିଲ୍ଡିଂ ବ୍ୟବସାୟୀ ।
ସେ ଫଟୋ ଉଠାଇ ପଇସା ରୋଜଗାର କରନ୍ତିନି ବରଂ ଟିକିଏ ଖୁସି ବାଣ୍ଟନ୍ତି। ଯାହାର ଫଟୋ କେହି ଉଠାନ୍ତିନି ତା' ଫଟୋ ରଞ୍ଜନ ଉଠାନ୍ତି। ଆଉ ସେ ଫଟୋକୁ ବନ୍ଧେଇ କରି ଫଟୋରେ ଥିବା ବ୍ୟକ୍ତିଙ୍କୁ ଦେଇ ଦିଅନ୍ତି। ଜୀବନରେ ଆଉ କଣ ଦରକାର କି? ଟିକିଏ ଖୁସି ତ... ଚାଲନ୍ତୁ ଭେଟିବା ଏହି ନିଆରା ମଣିଷଙ୍କୁ...
ତୁମେ କଣ ଆଉ ରଖିଛ ଯେ ମୁଁ ସମ୍ପର୍କ ଯୋଡ଼ିବି? ଆଗେ ଟଙ୍କା ୨୦ ହଜାର ଦିଅ, ପରେ କଥାବାର୍ତ୍ତା। ଆରେ ମୁଁ ଟେନ୍ସନ୍ରେ ଥିବି ତୋ କଥା ଶୁଣିନଥିବି...କୋଟି କୋଟିରୁ ତୋର ବି ଅଛିରେ ସୋନୁ
ପାର୍କ ତିଆରି ନାଁରେ ୭୦ ଲକ୍ଷ ସ୍ୱାହା। ସର୍ବଶିକ୍ଷା ଅଭିଯାନ ବିରୋଧରେ ସାମ୍ନାକୁ ଆସିଲା ସାଙ୍ଘାତିକ ଅବିଯୋଗ...ପାର୍କ ପାଇଁ ବ୍ୟୟଅଟକଳ ଥିଲା ୭୩ ଲକ୍ଷ, ହେଲେ କାମ ପୂରା ଶୂନ୍
ଆରେ ଏ ଟୋନ୍ ଶୁଣିବା ପରି ଲାଗୁଛି। ସ୍ତ୍ରୀ ପରା ମୋ ନା କହିସାରିଲେଣି, ମୁଁ ପୁଣି ଏକ୍ସଟ୍ରା କଣ କହିବି? ମୁଁ କଂସାରୀ ଘର ପାରା ମତେ କୁଲା ଢାଉଁ ଢାଉଁ ଡରାଉଛୁ? ତୁମେ ବାହା ହେଲଣି ପର ଘରେ କାମ କରି, ଆମେ ମସ୍ତି କରିବୁ...ଦେଖନ୍ତୁ ଏମିତି ଫୋନ୍ କରି କରି କେମିତି କରୁଥିଲେ ଟଙ୍କା ଲୁଟ୍
ସମସ୍ତେ ସାଙ୍ଗ ହୋଇ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଗଲେ । ହେଲେ ଅପରାଜିତା ଏକା କାହିଁକି ମୋଦୀଙ୍କୁ ଭେଟିଲେ? ସବୁ ନେତାଙ୍କ ସହ ମୋର ସମ୍ପର୍କ ଭଲ। ଶୁଣନ୍ତୁ ଖୋଲାକଥାରେ ଆଉ କଣ ଖୋଲିକି କହୁଛନ୍ତି ଅପରାଜିତା..