/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649752250.jpg)
_Man turns his rickshaw into mobile mini rooftop garden
ଦେଶର ବିଭିନ୍ନ ସ୍ଥାନରେ ଅସହ୍ୟ ଗ୍ରୀଷ୍ମ ପ୍ରଭାବ ପରିଲିକ୍ଷିତ ହେଉଛି । ଗରମରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ବିକଳ୍ପ ଆପଣାଉଛନ୍ତି । ବିଶେଷ କରି ଘରୁ ବାହାରିବାବେଳେ କିଏ ଛତାକୁ ତ କିଏ ଗାମୁଛା ବା ସ୍କ୍ରାପ୍ଟ୍ର ସହାୟତା ନେଉଛନ୍ତି । ଏହିପରି ଜଣେ ରିକ୍ସା ଚାଳକ ମଧ୍ୟ ଏକ ନିଜ ଯାତ୍ରୀଙ୍କ ପାଇଁ ବିକଳ୍ପ ଉପାୟ ଆପଣାଇଛନ୍ତି ଯାହା ଟିକେ ଭିନ୍ନ ଅଟେ ।
ନିଜକୁ ତଥା ନିଜ ଗାଡିରେ ଯାଉଥିବା ଯାତ୍ରୀଙ୍କୁ ଖରା ଦାଉରୁ ରକ୍ଷା କରିବା ପାଇଁ ସେ ଏକ ନିଆରା ପନ୍ଥା ଆପଣାଇଛନ୍ତି । ଯାହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । କେବଳ ଏତିକି ନୁହେଁ ତାଙ୍କ ରିକ୍ସାର କିଛି ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।
ଟ୍ୟୁଇଟରରେ ସେୟାର ହୋଇଥିବା ତାଙ୍କର ଏହି ଫଟୋକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୧,୦୦୦ରୁ ଉର୍ଦ୍ଧ୍ୱ ଲାଇକ ଆସିଥିବାବେଳେ ୨୦୦ରୁ ଅଧିକ ରିଟ୍ୟୁଇଟ୍ ହୋଇଛି ।
This Indian 🇮🇳 man grew grass on his rickshaw to stay cool even in the heat. Pretty cool indeed! pic.twitter.com/YnjLdh2rX2
— Erik Solheim (@ErikSolheim) April 4, 2022
ଫଟୋରେ ରିକ୍ସା ଚାଳକ ନିଜ ଗାଡିରେ ବସିଥିବାର ଦେଖିବାକୁ ମିଳିଛି । ଏବଂ ସେହି ଗାଡିର ଛାତଟି ଘାସରେ ଅଚ୍ଛାଦିତ ହୋଇଛି । ଗାଡିର ଉଭୟ ପାଶ୍ୱର୍ରେ କିଛି ଛୋଟ ଗଛର କୁଣ୍ଡ ମଧ୍ୟ ଲାଗିଛି । ତେବେ ରିକ୍ସା ଚାଳକ ଜଣକ ନିଜର ଏହି ଛୋଟ ପ୍ରୟାସ ଜରିଆରେ ବିଭିନ୍ନ ଲୋକଙ୍କ ହୃଦୟ କିଣିପାରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)