• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Daily Market Evicted Near Jharpara
’ଅତ୍ୟାଚାର କରୁଛନ୍ତି ନବୀନ’ ! ଦୋକାନ ଭାଙ୍ଗିଦେବା ପରେ କାନ୍ଦି କାନ୍ଦି ଦୁଃଖ ବଖାଣିଲେ ମହିଳା ବ୍ୟବସାୟୀ

ଆଉ ଜଣେ ବ୍ୟବସାୟୀ କହିଛନ୍ତି , ବିଜେଡି ଗୁଣ୍ଡାରାଜ କରୁଛି । ଜାଣିଶୁଣି ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି । ଅନନ୍ତ ନାରାୟଣ ଜେନା ଏଠି ଖେଳ କରୁଛି । ପୋଲିସ୍‌କୁ ଟଙ୍କା ପକାଇକି ଏମିତି କରୁଛନ୍ତି । ବିନା ନୋଟିସରେ ଦୋକାନ ଭାଙ୍ଗି ଦେଉଛନ୍ତି । ପିଲାଛୁଆ ଏବେ ଖାଇବେ କ’ଣ, ପରିବାର ଚଳିବ କେମିତି ?

OHRC
ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣା : ନିଜ ଆଡ଼ୁ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିଶନ

ପୂର୍ବାଞ୍ଚଳ ଆଇଜିଙ୍କୁ ଅନୁଧ୍ୟାନ କରି ରିପୋର୍ଟ କରିବାକୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପଡ଼ିଲା, ସେ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Orissa High Court.
ପରିକ୍ରମା ପ୍ରକଳ୍ପ: ଜବାବ ମାଗିଲେ ହାଇକୋର୍ଟ

ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ କୋର୍ଟ ଜବାବ ତଲବ କରିଛନ୍ତି । ମାମଲାରେ ହାଇକୋର୍ଟ ରାଜ୍ୟ ସରକାର ଓ ASIକୁ ଜବାବ ମାଗିଛନ୍ତି ।

Daily Market Evicted Near Jharpara
‘ମୋ ଦୋକାନ ଭାଙ୍ଗି ଦେଲେ, ମୁଁ ଆଉ ବଞ୍ଚିବାକୁ ଚାହୁଁନି’

ଉଚ୍ଛେଦ ପ୍ରତିବାଦରେ ବ୍ୟବସାୟୀ ମାନେ କଟକ-ପୁରୀ ରୋଡର ଝାରପଡ଼ା ଓଭରବ୍ରିଜ ନିକଟରେ ରାସ୍ତାରୋକ କରିଥିଲେ। ଆନ୍ଦୋଳନ ବେଳେ ପୋଲିସ-ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

Journalist
ସାମ୍ବାଦିକଙ୍କୁ ବେଡ଼ି ପକାଇବା ମହଙ୍ଗା ପଡ଼ିଲା, ବିଭାଗୀୟ କାର୍ଯ୍ୟନୁଷ୍ଠାନ ନେଇ SPଙ୍କ ସୂଚନା

ବାଲେଶ୍ୱର ନୀଳଗିରିରେ ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ରେ ବେଡ଼ି ପକାଇଥିଲା ନୀଳଗିରି ପୋଲିସ୍ ।

arrest
ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ ଗିରଫ

କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କଲା ଭିଜିଲାନ୍ସ । ଭିଜିଲାନ୍ସ ଚଢ଼ାଉ କରି ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିଥିଲା ।

Sand Mafia And Villagers Face Off In Jaleswar
ଗ୍ରାମବାସୀ- ବାଲି ମାଫିଆ ମୁହାଁମୁହିଁ

ଗ୍ରାମବାସୀ- ବାଲି ମାଫିଆ ମୁହାଁମୁହିଁ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁରରେ ଗ୍ରାମବାସୀ ଓ ବାଲି ମାଫିଆ ମୁହାଁମୁହିଁ ହୋଇଛନ୍ତି। ବାଲି ଚୋରା ଚାଲାଣ ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

Special Story | Awareness \'Rath\' Rolled Out In Odisha\'s Balasore To Bring Children Back To School
କରୋନା ପରେ ସ୍କୁଲ୍ ଯିବାକୁ ମଙ୍ଗୁ ନାହାଁନ୍ତି ପିଲା, ଗାଁ ଗାଁରେ ଚାଲିଛି ନାଚଗୀତ

ଦୁଇ ବର୍ଷ ହେଲା ସ୍କୁଲ ବନ୍ଦ ଥିଲା। ଏବେ ସ୍କୁଲ ଖୋଲିଥିଲେ ମଧ୍ୟ ସ୍କୁଲ ମାଟି ମାଡିବାକୁ ଚାହୁଁନାହାଁନ୍ତି ପିଲା। ଏଥି ପାଇଁ ଗାଁ ଗାଁ ବୁଲୁଛି ଶିକ୍ଷା ରଥ। ଘର ଓ ସ୍କୁଲ ଆଗରେ ନାଚଗୀତ କରି ପିଲାଙ୍କୁ ସ୍କୁଲ ଯିବାକୁ ମନାଉଛନ୍ତି...

Youth critical after miscreants throw acid on him reportedly over land dispute and past enmity in Bh
ଔଷଧ କିଣିବାକୁ ଯାଇ ଏସିଡ୍‌ ମାଡ଼ର ଶିକାର ହେଲେ ଯୁବକ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ ମାଡ଼ ଅଭିଯୋଗ । ଭଦ୍ରକ ବନ୍ତ ଥାନା ସିଲନ୍ଦୀ ଗାଁରୁ ଏଭଳି ଅଭିଯୋଗ ଆସିଛି ।

Beggar Couple
ସରକାରଙ୍କ ମାଳମାଳ ଯୋଜନା କାହା ପାଇଁ ? ପଞ୍ଜାବରେ ଭିକ୍ଷାବୃତ୍ତି କରି ଓଡ଼ିଶାରେ ଚଳୁଛନ୍ତି ବୃଦ୍ଧ ଦମ୍ପତ୍ତି

ଆମେ କହୁଛୁ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାନିମୁଣ୍ଡା ଗ୍ରାମ ପଞ୍ଚାୟତର କୋଟାମାଲ ଗାଁର ଜ୍ୟୋତି ରଣା ଓ ତାଙ୍କ ସ୍ୱାମୀ ମଧୁଆ ରଣାଙ୍କ କଥା ।

OLA ରେ ଏଣିକି ମିଳିବନି ଏସି ସୁବିଧା...ଖରା ଗରମରେ ସିଝିବେ ଆପଣ

OLA ରେ ଆଉ ମିଳିବନି ଏସି ସୁବିଧା। ଖରା ଗରମରେ ସିଝିସିଝି ଯାତ୍ରା କରିବେ ଆପଣ...ଜାଣନ୍ତୁ କାରଣ କ’ଣ?

Animals Do Have Emotions- Horse Gallops For 5 Miles Behind Ambulance Carrying Friend To Vet
ପ୍ରେମରେ ବନ୍ଧା ଘୋଡ଼ା ଭାଇଭଉଣୀ। ଉଭଣୀର ଚିକିତ୍ସା ପାଇଁ ଭାଈ ଦଉଡ଼ିଲା ୫ କିମି...

ଘୋଡ଼ା ଭାଇଭଉଣୀଙ୍କର ଅନାବିଳ ପ୍ରେମ। ଉଭଣୀର ଦେହ ଖରାପ ହେବା ପରେ ଆମ୍ବୁଲାନ୍ସରେ ମେଡ଼ିକାଲ ଯାଉଥିଲା ଉଭଣୀ। ଆଉ ଆମ୍ବୁଲାନ୍ସ ପଛେ ପଛେ ପ୍ରାୟ ୫ କିମି ଦଉଡ଼ି ଦଉଡ଼ି ମେଡ଼ିକାଲରେ ପହଞ୍ଚିଲା ଭାଈ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ। ଦେଖନ୍ତୁ ଭାଇ-ଭଉଣୀଙ୍କ ମଧ୍ୟରେ କେମିତି ରହିଛି ଅନାବିଳ ପ୍ରେମ

Odisha News
ତରକାରୀ କଡ଼େଇରେ ପଡିଗଲେ ଛାତ୍ରୀ, ଆଉ ତା ପରେ..

ପ୍ରଥମ ଶ୍ରେଣୀ ଛାତ୍ରୀ ତରକାରୀ କଡ଼େଇରେ ପଡି ଗୁରୁତର । ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ବାଘଡା ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି ।

Jharpada
ବିଜେପି ଜିତିବାରୁ ରାଗିଗଲା ପ୍ରଶାସନ ! ଭାଙ୍ଗିଲା ଗଣେଷ ମଣ୍ଡପ ହାଟ

ପୋଲିସ ଟିମ୍ ସହ ବିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଉଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

Kendrapara Woman Denied Entry To In-Law\'s House To Attend Son\'s Thread Ceremony
ପୁଅର ବ୍ରତଘରେ ଯୋଗ ଦେବାକୁ ଆସିଥିଲା ମାଆ। ହେଲେ ପୂରାଇ ଦେଲେନି ଶାଶୂଘର ଲୋକ...

ବେଦୀ ଉପରେ ପୁଅର ବ୍ରତଘର ଚାଲିଛି, ପର ଦୁଆରେ ଭୋ ଭୋ ହୋଇ ମାଆ କାନ୍ଦୁଛି। ବ୍ରତଘର କାର୍ଯ୍ୟକ୍ରମରେ ସାମିଲ ହେବାକୁ ମାଆକୁ ମନା କଲେ ଶାଶୂଘର ଲୋକ...ବିକଳରେ ପରପିଣ୍ଡାରେ ଭୋ ଭୋ ହୋଇ କାନ୍ଦୁଛି ମାଆ...ଦେଖନ୍ତୁ ଏହି ଛାତିଫଟା ଦୃଶ୍ୟ...

News Fuse- Staff Playing Cards Inside Office Of Asst Engineer Of Lift Irrigation In Malkangiri
ଆଗରୁ କବାଟ ଦେଇ ଭିତରେ ଚାଲିଛି ତାସ୍‌ ଖେଳ, ଖାଲି ଧୂଆଁ ମୟ ପୂରା ଘର..

ଓଃ କି ଷ୍ଟାଇଲ୍‌ ମ !! ଆଗରୁ କବାଟ ଦେଇ ଭିତରେ ଜବରଦସ୍ତ ଚାଲିଛି ତାସ୍‌ ମାଡ଼। ଇଏ ତ ଲାଲପାନ ବିବି...କିଏ ହେବରେ ଚିଡିଆଖାନା। କି କଥା, ଆମେ ସରକାରୀ ଚାକିରିଆ...ଆମ ଇଚ୍ଛା ହେଲେ କାମ କରିବୁ ନହେଲେ ଖେଳିବୁ...

Bus Accident
BREAKING: ଓଲଟିଲା ବସ୍; ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ଭୁବନେଶ୍ୱର ଜୟଦେବ ବିହାର ଓଭର ବ୍ରିଜ ତଳେ ବସ୍ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍ । 

Rukuna Rath Yatra Coordination Meeting In Bhubaneswar
ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ସୁରୁଖୁରୁରେ ଯାତ୍ରା ସମ୍ପାଦନ ପାଇଁ ୩ ନିଯୋଗ ପକ୍ଷରୁ ପ୍ରତିଶ୍ରୁତି

ରାଜଧାନୀରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ନେଇ ବସିଥିବା ଚୁଡାନ୍ତ ସମନ୍ୱୟ ବୈଠକ ଶେଷ ହୋଇଛି ।

Rosa Ghara Issue
ଶ୍ରୀମନ୍ଦିର ସୁରକ୍ଷା ନାଁରେ ଖାଲି ମିଛ କହୁଛି କି ପ୍ରଶାସନ?

ସବୁ ଖୋଲାଥିଲା, କେହି ଅଟକେଇଲେନି । ରୋଷଶାଳାରେ ଜଗା ଚୁଲି ଭଙ୍ଗା ଅଭିଯୁକ୍ତ ଜଗନ୍‌ର ଏଭଳି ବୟାନ ଶ୍ରୀମନ୍ଦିର ସୁରକ୍ଷା ବଳୟରେ ଥିବା ଛିଦ୍ରକୁ ବଡ଼ ଘଳିଆରେ ବଦଳାଇ ଦେଇଛି । ଏହାପରେ ଚୋର ଗଲା ପରେ ବୁଦ୍ଧି ଦିଶିଲା । ଏବେ ସବୁ କଡ଼ାକଡ଼ି, ଗେଟ୍ ପାଖରେ କଡ଼ା ଯାଞ୍ଚ, ଭକ୍ତଙ୍କ ଉପରେ କଡ଼ା ନଜର ।

Paddy Procurement Woes
ଏ ସରକାର ଚାଷୀଙ୍କ ସାଙ୍ଗରେ ନାହିଁ...

ମଣ୍ଡି ବନ୍ଦ, ଟୋକନ ଲାପ୍ସ ଧାନ ବିକି ନପାରି ନାହିଁନଥିବା ହୀନସ୍ତା ହେଉଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ଚାଷୀ । ଏବେ ବି ରାସ୍ତାକୁ ଆସି ଆନ୍ଦୋଳନ କରୁଛନ୍ତି । ତଥ୍ୟ କହୁଛି ଏବର୍ଷ ଏଭଳି ଚାଷୀଙ୍କ ସଂଖ୍ୟା ପ୍ରାୟ ଅଢ଼େଇ ଲକ୍ଷ । ସ୍ଥିତି ଏଭଳି ଯେ ଟଙ୍କା ଅଭାବରୁ କିଏ ଚିକିତ୍ସା କରିପାରୁନି ତ କିଏ ଝିଅ ବାହାଘର କରିପାରୁନି ।

Paddy Procurement Woes
'ଟଙ୍କା ଅଭାବରୁ ଅଟକିଛି କାହାର ଅପରେସନ ତ କାହାର ଝିଅ ବାହାଘର'

ଟୋକନ ପାଇ ବି ଚାଷୀ ଧାନ ବିକ୍ରି କରିନପାରି ହୀନସ୍ତା ହେଉଥିବାର ମାଳ ମାଳ ଚିତ୍ର ସାମ୍ନାକୁ ଆସୁଛି । ଏମିତିକି ଯୋଗାଣ ବିଭାଗର ତଥ୍ୟ ଅନୁସାରେ- ଏବର୍ଷ ୧୫ଲକ୍ଷ ୪୩ହଜାରରୁ ଅଧିକ ଚାଷୀ ଧାନ ବିକିବାକୁ ଟୋକନ ପାଇଥିଲେ ବି ୨ଲକ୍ଷ ୪୯ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି ।

Rosa Ghara Issue
ଜଗନ୍‌ ଖୋଲିଦେଲା ଶ୍ରୀମନ୍ଦିର ସୁରକ୍ଷା ପୋଲ, ଆରମ୍ଭ ହେଲା କଡ଼ା କଡ଼ି ଚେକିଂ

ଜଗନ୍‌ର ରୋଷଘର କାଣ୍ଡ ଛାଡ଼ିଯାଇଥିବା ସୁରକ୍ଷା ସଂପର୍କିତ ଅନେକ ପ୍ରଶ୍ନକୁ ନେଇ ଚିନ୍ତିତ ଶ୍ରୀକ୍ଷେତ୍ରବାସୀ । ସେବାୟତଙ୍କ କହିବା କଥା ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ରଖିବାକୁ ହେଲେ ୧୨୦ଟି ସିସିଟିଭିର ଆବଶ୍ୟକତା ଅଛି ।

Sumant Sabar
ଦୀର୍ଘ ୧୮ ବର୍ଷ ହେବ ଶିଙ୍କୁଳିରେ ବନ୍ଧା ପଡ଼ିଛି ପୁଅ ! ଘରୁ ବାହାରିଲେ ବିପଦ, ରହିଲେ ବିପଦ

ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ ଜକେଇକଳା ଗ୍ରାମର ହୀରାଧର ଶବରଙ୍କ ପୁଅ ସୁମନ୍ତଙ୍କ ଦୀର୍ଘ ୧୮ବର୍ଷ ହେଲା ଶିଙ୍କୁଳିରେ ବିତୁଛି ଜୀବନ । ଅବସ୍ଥା ଏପରି ଯେ ଘରେ ସମ୍ଭାଳିବା ମୁସ୍କିଲ ଏବଂ ବାହାରେ ଛାଡିବା ମଧ୍ୟ ମୁସ୍କିଲ ।

Dhana Mandi
ମେ’ ୬ରୁ ଧାନ ସଂଗ୍ରହ ନିଷ୍ପତ୍ତି, ହେଲେ ଆରମ୍ଭରୁ କେଁ !

ପ୍ରଶାସନ ପକ୍ଷରୁ ଧାନ କିଣା ବିକା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା କହିଛନ୍ତି ଜିଲ୍ଲାପାଳ ।

Anganwadi Worker
ପୁଣି ତାତିଲେଣି ଅଙ୍ଗନୱାଡ଼ି କର୍ମୀ, ରାଜରାସ୍ତାରେ କଲେ ବିକ୍ଷୋଭ

ସ୍କିମ୍ ପ୍ରଥାକୁ ଉଚ୍ଛେଦ କରି ସରକାରୀ କର୍ମଚାରୀର ମାନ୍ୟତା, ଚାକିରି ସର୍ତ୍ତାବାଳୀ ଲାଗୁ, ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୨୧ ହଜାର ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ଦାବି କରାଯାଇଛି ।