• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବ୍ରଜରାଜନଗର ଥାନା ଘେରିଲେ ଶତାଧିକ ଯୁବକ ଯୁବତୀ। ସେମାନଙ୍କ ସହ ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ସାମିଲ ହୋଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅନ୍ତର୍ଗତ ରାମପୁର ଫାଣ୍ଡି ଅଞ୍ଚଳ ଲଜକୁରା ଖୋଲା ମୁହଁ କୋଇଲା ଖଣିରେ ଏକ ନୂତନ ଠିକା କମ୍ପାନୀ ଟେଣ୍ଡର ପାଇ କାର୍ଯ୍ୟ ଆରମ୍ଭ କରିଥିଲା।

ତେବେ ସ୍ଥାନୀୟ ନିଯୁକ୍ତି ଏବଂ ଅନ୍ୟାନ୍ୟ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ସୋମବାର ଏହା ଉଗ୍ରରୂପ ଧାରଣ କରିଥିଲା। ଏହାସହ ବିକ୍ଷୋଭକାରୀମାନେ ପୋଲିସ ଗାଡିକୁ ପଥର ମାଡ଼ କରିଥିଲେ। ଏଥିରେ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି।ଗତକାଲି ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା।

ଗିରଫଦାରୀକୁ ବିରୋଧ କରି ସ୍ଥାନୀୟ ଲୋକେ ଥାନା ଘେରାଉ କରିଥିଲେ। ଏଥିରେ ବ୍ରଜରାଜନଗର ପୂର୍ବତନ ବିଧାୟକା ରାଧାରାଣୀ ପଣ୍ଡା ସାମିଲ ହୋଇଥିଲେ। ଅନ୍ୟପକ୍ଷେ, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି SP କହି ଥିବାବେଳେ ନ୍ୟାୟ ନ ମିଳିବା ଯାଏ ଥାନା ସମ୍ମୁଖରେ ବିକ୍ଷୋଭ ଜାରି ରହିବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଥିଲେ।

 

OTV is now on Whatsapp

Join and get latest news update delivered to you via whatsapp

Join Now