Advertisment

ସାମୂହିକ ଆଦର୍ଶ ବିବାହ : ଏକା ସାଙ୍ଗରେ ୭ ଯୁବକ-ଯୁବତୀଙ୍କୁ ବାହା ଦେଲେ ବିଧାୟକ

ବାହାଘରର ସମସ୍ତ ଖର୍ଚ୍ଚ ବହନ କଲେ। ଭୋଜିଭାତ ଦେଲେ। ଶେଷରେ ଘରକରଣା ସାମଗ୍ରୀ ଓ ଉପହାର ଦେଇ ଝିଅକୁ ପଠାଇଲେ ଶାଶୁଘର। ଦେଖନ୍ତୁ ଏହି ନିଆରା ବିବାହ ଉତ୍ସବ...

author-image
Prangyan Parimita
ଅଦ୍ୟତନ ହୋଇଛି
Mass marriage arranged by MLA

Mass marriage arranged by MLA

ବେଦୀ ବନ୍ଧା ହୋଇଥିଲା । ଶୁଭ ଶଙ୍ଖ ବାଜୁଥିଲା । ହୋମ ନିଆଁ ଓ ମନ୍ତ୍ର ପାଠରେ ଅନୁଷ୍ଠିତ ହେଲା ବିବାହ । ତେବେ ହଳେ ନୁହେଁ ଧାଡିରେ ବସିଥିଲେ ବରକନ୍ୟା । ଏମିତି ମାଙ୍ଗଳିକ ଉତ୍ସବ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଗୁରୁକୂଳ ଆଶ୍ରମ ଆମସେନାରେ। ଏସବୁର ଆୟୋଜନ କରିଛନ୍ତି ଜଣେ ବିଧାୟକ । ଖୁବ ଜାକଜମକରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ନିଜ ଖର୍ଚ୍ଚରେ ବିବାହ କରାଇଛନ୍ତି । 

Advertisment

ସାତ ଜନ୍ମର ସାଥୀ ହେବା ପାଇଁ ଏକାଠି ହୋଇଛନ୍ତି ଯୁବକ-ଯୁବତୀ । ବେଦମନ୍ତ୍ରରେ କନ୍ୟାର ସିନ୍ଥିରେ ସିନ୍ଦୁର ଲଗାଇଛି ବର। ବରପକ୍ଷ ଓ କନ୍ୟା ପକ୍ଷର ବନ୍ଧୁବାନ୍ଧବ ବି ସାମିଲ ହୋଇଛନ୍ତି । ବିନା ଯୌତୁକରେ ବାହା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଯୁବକ-ଯୁବତୀ। ଦୀର୍ଘ ୧୦ ବର୍ଷ ହେବ ଏଭଳି ସାମୁହିକ ଆଦର୍ଶ ବିବାହ ଉତ୍ସବ ଆୟୋଜନ ହୋଇ ଆସୁଛି । ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ସହାୟତାରେ ରସିକଲାଲ କଂଚନବେନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏଭଳି ନିଆରା ଉତ୍ସବ ଆୟୋଜନ କରାଯାଇଛି।

ଆଜିର ବ୍ୟବସ୍ଥାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବାହାଘର କରିବା କଷ୍ଟକର। ଏମିତି ସମୟରେ ବାହାଘରର ସମସ୍ତ ଖର୍ଚ୍ଚ ବହନ କରାଯାଉଛି। ଭୋଜି ଭାତର ଆୟୋଜନ ବି ହୋଇଛି। ଯାହାକୁ ନେଇ ବେଶ ଖୁସି ଝିଅ-ପୁଅ ଘର ଲୋକେ । ଆଜି ପର୍ଯ୍ୟନ୍ତ ନୂଆପଡା ବିଧାୟକଙ୍କ ସହାୟତାରେ ୭୦୦ ଯୁବକ-ଯୁବତୀଙ୍କ ବିବାହ ସମ୍ପନ୍ନ ହୋଇଛି ।

Advertisment

ନୂଆପଡାରୁ ମାୟାଧର ସରାଫଙ୍କ ରିପୋର୍ଟ, ଓଟିଭି।

MLA Mass Marriage
Advertisment
Advertisment