• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦୁର୍ଘଟଣା ପ୍ରବଣ ଅଞ୍ଚଳ ରାଜଧାନୀର ପଳାସୁଣିରେ ନିର୍ମାଣ ହେବ ଫୁଟ୍ ଓଭରବ୍ରିଜ୍ । ୨ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ବ୍ରିଜ୍ ନିର୍ମାଣ ହେବ । ଖୁବ୍ ଶୀଘ୍ର ଏହି ବ୍ରିଜ୍ କାମ ଆରମ୍ଭ ହେବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।

ଗତ କିଛି ଦିନ ଧରି ରାଜଧାନୀର ଅନ୍ୟତମ ଜନବହୁଳ ଅଞ୍ଚଳ ପଳାସୁଣିରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିଲା । ଯାହା ଏକ ବିରାଟ ସମସ୍ୟା ପାଲଟିଛି । ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରି ଆସୁଥିଲେ ।

ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜନତାଙ୍କ ଅନୁରୋଧ ରକ୍ଷା କରି ପଳାଶୁଣି ଅଞ୍ଚଳ ପରିଦର୍ଶନ କରିଥିଲେ । ତାଙ୍କ ସାଙ୍ଗରେ ଜାତୀୟ ରାଜପଥ ପ୍ରାଧିକରଣ - NHAIର ଅଧିକାରୀ ମଧ୍ୟ ଥିଲେ । ଅଞ୍ଚଳ ପରିଦର୍ଶନ ପରେ ଏଠାରେ ଏକ ସ୍ଥାୟୀ ଫୁଟ୍ ଓଭର ବ୍ରିଜ୍ ର ଆବଶ୍ୟକତା ଥିବାରୁ ଖୁବ ଶୀଘ୍ର ବ୍ରିଜ୍ ନିର୍ମାଣ ହେବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।