/odishatv-khabar/media/post_attachments/uploadimage/library/16_9/16_9_0/capital-hospital_1626071983.jpg)
capital hospital
ରାଜଧାନୀରେ ପୁଣି ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । କ୍ୟାପିଟାଲ୍ ହସ୍ପିଟାଲ୍ ପ୍ରସୂତୀ ୱାର୍ଡ ସମ୍ମୁଖରେ ପ୍ରସବ କଲେ ପ୍ରସୂତି । ଦେଖାଦେଲା ପ୍ରବଳ ଉତ୍ତେଜନା । ପ୍ରସୂତିଙ୍କ ପରିବାର ଲୋକ କଲେ ହୋ-ହଲ୍ଲା । ପ୍ରସୂତୀ ଜଣକ ଲେବର ରୁମ୍ ବାହାରେ ପ୍ରସବ କରିବାରୁ ଉତ୍ତେଜନା ଦେଖାଦେଇଛି ।
Advertisment
ପ୍ରସୂତୀଙ୍କୁ ଲେବର ରୁମ୍କୁ ନେବାରେ ବିଳମ୍ବ ହେବାରୁ ଏଭଳି କାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ଓ ତାଙ୍କ ସହ ଆସିଥିବା ଆଶାକର୍ମୀ । ଆଶାକର୍ମୀ ଜଣକ ହସ୍ପିଟାଲରେ ଏଭଳି ଅବ୍ୟବସ୍ଥାର ପ୍ରମାଣ ରଖିବା ପାଇଁ ମୋବାଇଲ୍ରେ ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ । ହେଲେ ହଠାତ୍ ଧାଇଁ ଆସିଲେ ହସ୍ପିଟାଲରେ ମୁତୟନ ଥିବା ସୁରକ୍ଷା କର୍ମଚାରୀ । ଆଉ ସାଙ୍ଗେ ସାଙ୍ଗେ ଝାମ୍ପିନେଲେ ଆଶା କର୍ମୀଙ୍କ ମୋବାଇଲ । ଆଉ ଏଭଳି ଅବ୍ୟବସ୍ଥାର ଫଟୋ ଉଠାଇବା ପାଇଁ ଆଶାକର୍ମୀଙ୍କୁ ବାରଣ କଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)