ରାଜ୍ୟର ୪ ଜିଲ୍ଲାରେ ଆଜି ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଆଜି ସକାଳ ୧୧ଟା ୧୯ରେ ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି।
ପୋଲିସର ଆତଙ୍କରାଜ ଓ ଗିରଫଦାରୀ ବଢିଯାଇଛି ବୋଲି ପରିବେଶବିତ୍ ତଥା ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି ।
ଆଜି କେନ୍ଦୁଝରରେ ଜିଲ୍ଲା ପ୍ରଶାସନ ୧୪୪ ଧାରା କୋହଳ କରିଛି। ଦିନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଏହି କଟକଣାକୁ କୋହଳ କରାଯାଇଛି। ଏହି ସମୟ ଭିତରେ ଲୋକେ ନିଜ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ।
ଯୋଜନା ଅନୁସାରେ ଶ୍ରୀନୀଳମାଧବ ମନ୍ଦିରର ଚାରିପାଖରେ ଉନ୍ନୟନ କାମ କରାଯିବ । ଶ୍ରଦ୍ଧାଳଙ୍କ ପାଇଁ ପୀଠର ପଶ୍ଚିମ ଦ୍ୱାର ନିକଟରେ ଏକ ବଡ଼ ହଲ ନିର୍ମାଣ କରାଯିବ । ମନ୍ଦିରକୁ ପ୍ରବେଶ ପାଇଁ ଲିଫ୍ଟର ସୁବିଧା ରହିବ
କଳାହାଣ୍ଡିରେ ଅମ୍ବୁଲାନ୍ସ ସେବାର ଉଦ୍ଘାଟନ କରିଛନ୍ତି ଦାନ ମାଝୀ। ଦିନେ ଆମ୍ବୁଲାନ୍ସ ନ ପାଇ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ସାରା ବିଶ୍ୱରେ ଚର୍ଚ୍ଚାକୁ ଆସିଥିଲେ। ସେହି ଦାନ ମାଝୀ ଆଜି ଏକ ଆମ୍ବୁଲାନ୍ସ ସେବାର ଉଦ୍ଘାଟନ କରିଛନ୍ତି।
ପୂଜାପାଠ କରି ପୁଅକୁ ପାଇଥିଲୁ, ଏବେ ଆମ ପୁଅକୁ ଫେରାଇ ଦିଅ ଭଗବାନ। ମନ୍ଦିର ବାହାରେ ପୁଅର ମୃତଦେହକୁ ବାପା ଜଗି ବସିଥିବା ବେଳେ ମା’ ମନ୍ଦିର ପରିସରରେ ଅଧିଆ ପଡ଼ିଥିଲେ। ପୂଜାପାଠ ପରେ ଭଗବାନଙ୍କ କୃପାରୁ ଯେଉଁ ପୁଅକୁ ସେମାନଙ୍କ କୋଳକୁ ଭଗବାନ ଦେଇଥିଲେ, ଆଜି ଛଡ଼ାଇ ନେଇଛନ୍ତି।
୨୨ ବର୍ଷର ସ୍ଥିର ସରକାର ଏମିତି ଚାଲିଛି। ସାଙ୍ଘାତିକ ଚଞ୍ଚକତା। ସମିତି ସଭ୍ୟଙ୍କଠୁ ସରପଞ୍ଚଙ୍କ ପର୍ଯ୍ୟନ୍ତ, ସମସ୍ତେ ପାଉଛନ୍ତି ପିଡ଼ିଏସ୍ ରାସନ ଚାଉଳ? ସରକାରୀ ଚାକିରିଆ ବି ପାଉଥିଲେ ଚାଉଳ? ମଲା ଲୋକଙ୍କ ନାଁରେ ବି ଉଠୁଛି ରାସନ ସାମଗ୍ରୀ...
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ତାତିଲେ ଲୋକେ । ସୁବର୍ଣ୍ଣପୁର ବିନିକା ଥାନା ଦାନିପାଲି ଛକରେ ଦୁର୍ଘଟଣା ପରେ କଲେଜ୍ ଛକରେ ବହୁ ସଂଖ୍ୟାରେ ସ୍ଥାନୀୟବାସିନ୍ଦା ରାସ୍ତାରୋକୋ କରିଛନ୍ତି ।
ଏୟାରପୋର୍ଟ ପାଇଁ ୯୫ ହେକ୍ଟର ଜମି ଅଧିଗ୍ରହଣ ଶେଷ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ଡିଜେ ପ୍ରତିଯୋଗିତା ବେଳେ ଓଲଟି ପଡ଼ିଲା ଡିଜେ ଗାଡ଼ି। ଫଳରେ ଗାଡ଼ି ତଳେ ଚାପି ହୋଇ ୧୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଶୋଇବା ସମୟରେ କେଉଁ ଦିଗକୁ ମୁଣ୍ଡ ଦେବା ଉଚିତ ଏବଂ କେଉଁ ଦିଗକୁ ପାଦ ରହିବା ଉଚିତ ସେ ସମ୍ବନ୍ଧରେ ବାସ୍ତୁ ପରାମର୍ଶ ଦେଇଥାଏ। ଦକ୍ଷିଣ ଆଡକୁ ପାଦ ଦେଇ ଶୋଇବା ଉଚିତ ନୁହେଁ ବୋଲି ବିଶ୍ୱାସ କରାଯାଏ। ତେବେ ଆସନ୍ତୁ ଜାଣିବା ଶୋଇବାକୁ ନେଇ କ’ଣ କହୁଛି ବାସ୍ତୁ।
ଇଣ୍ଟର୍ନେଟ୍ରେ ନିଜର ପ୍ରତିଭା ସହିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି ୫ ବର୍ଷର ବାଳକ। ଯଦିଓ ଏହି ପିଲାଟି ସାଧାରଣ ପିଲାମାନଙ୍କ ପରି ଟିକିଏ ଦୁଷ୍ଟ ଓ ଟିକିଏ ବଦମାସ ତଥାପି ତା’ର ଅସାଧାରଣ ବୁଦ୍ଧି ସମସ୍ତ ଆଶ୍ଚର୍ଯ୍ୟ କରିଛି।
ସଂଘର୍ଷ ହେଉଛି ତାଙ୍କ ଜୀବନର ମାପକାଠି। ଅବିରତ ସଂଘର୍ଷରୁ କେମିତି ସଫଳତା ଲାଭ କରିହୁଏ ତା’ର ଏକ ବଡ ଉଦାହରଣ ହେଉଛନ୍ତି ଡ. ସୃତି ମହାପାତ୍ର। ୨୩ ବର୍ଷ ବୟସରେ ସେ ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିଲେ। କିନ୍ତୁ ଏକ ଦୁର୍ଘଟଣା ସବୁକିଛି ଓଟଲପାଲଟ କରିଦେଲା। ତା’ପରେ କ’ଣ ହେଲା ଆସନ୍ତୁ ଜାଣିବା।
ଆଜି ନିଜର ଦ୍ୱାଦଶ ସ୍ୱନକ୍ଷତ୍ର ପାଳନ କରୁଛି ଆଧ୍ୟାତ୍ମିକ ଟିଭି ଚ୍ୟାନେଲ ପ୍ରାର୍ଥନା । ଆଜି ମଧ୍ୟ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ହୋଇଥିବାରୁ ନିଜର ସ୍ୱନକ୍ଷତ୍ର ଦିବସ ଅବସରରେ ଚ୍ୟାନେଲ ପକ୍ଷରୁ ପ୍ରାର୍ଥନା ହନୁମାନ ଉତ୍ସବର ଆୟୋଜନ କରାଯାଇଛି ।
କିଛି ଜଣଙ୍କ ମୁଣ୍ଡ ଓ କାନ୍ଧରେ ଗଭୀର ଆଘାତ ଲାଗିଛି । ଜଣଙ୍କ ହାତରେ ମଧ୍ୟ ଗଭୀର ଆଘାତ ଲାଗିଛି ।
ପାରାଦୀପ ପଥୁରିଆ ନିକଟ ମହାନଦୀ କୂଳରେ ଗାଧୋଇବାକୁ ସକାଳୁ ପହଁଚିଥିଲେ ପଥୁରିଆ ଗାଁର ଚାରି ଜଣ ଛାତ୍ର । ଦୁଇ ଜଣ ଉପରେ ଥିବା ବେଳେ ପାଣିକୁ ଓହ୍ଲାଇଥିଲେ ଦୁଇ ସମ୍ପର୍କୀୟ ଭାଇ ଅଭିଜିତ୍ ଏବଂ ରାଜୀବ ଲୋଚନ ।
ମହାନଦୀରେ ପୁଣି ଯାଇଛି ୨ ଜଣଙ୍କ ଜୀବନ । ପାରାଦୀପ ପଥୁରିଆର ୨ ଛାତ୍ର ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଅକାଳରେ ପ୍ରାଣ ହରାଇଛନ୍ତି । କିଛି ଦିନ ତଳେ କଟକ ଯୋବ୍ରାରେ ୩ ଜଣ ଛାତ୍ର ମହାନଦୀରେ ବୁଡି ପ୍ରାଣ ହରାଇଥିଲେ ।
ଭାଇରାଲ ହେଉଛି କୁକୁରର ନର୍ସଙ୍କ ପ୍ରତି ପ୍ରେମର ଭିଡିଓ। ନର୍ସ ଜଣକ କୁକୁରଟିର ସେବା କରୁଥିବା ବେଳେ ତାଙ୍କ ଉପରୁ କୁକୁରଟିର ନଜର ହଟୁନି। ସେ ତାଙ୍କୁ ବୁଲି ବୁଲି ଚାହୁଁଥିବା ଦେଖାଯାଉଛି। କୁକୁରର ନର୍ସ ପ୍ରତି ଏଭଳି ପ୍ରେମ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି।
ଏହା ପୂର୍ବରୁ ଗତ ମଙ୍ଗଳବାର ଦିନ ବାଘଛୁଆ ବିବେକର ମୃତ୍ୟୁ ଘଟିଥିଲା । ଗତ କିଛି ଦିନ ଗୋଡ଼ ହାଡ଼ରେ ସମସ୍ୟା ଥିବାରୁ ସେ ଛୋଟାଉଥିଲା ।
ଯାଜପୁରର ଘରୋଇ ମେଡିକାଲରେ ଶିଶୁ ଜନ୍ମ ନେଇ ବିବାଦ ଘଟଣା । ଲିଙ୍ଗ ନିରୂପଣ ପାଇଁ ନବଜାତକଙ୍କୁ ଅଣାଯିବ ଶିଶୁଭବନ । ଏନେଇ ଯାଜପୁର ସିଡିଏମଓ ସ୍ୱାସ୍ଥ୍ୟ ବିଭାଗକୁ ଚିଠି କରିଥିବା ସୂଚନା ଦେଇଛନ୍ତି ।
‘ଗଙ୍ଗୁବାଇ’ ସିନେମାର ଝୁମେରେ ଗୋରୀ ପରେ ସାମି ସାମି ଗୀତରେ ନାଚି ପୁଣି ଚର୍ଚ୍ଚାରେ ଜୈନିଲ୍ ମେହେଟା
ଜଗାକୁ ଦେଖିବା ପୂର୍ବରୁ ଚାଲିଗଲା ଜୀବନ । ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୩ ଜଣ ଗୁରୁତର ।
ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ମହାନଦୀ। କାଳ ହେଉଛି ମହାନଦୀର ଗଭୀର ପାଣିରେ ଗାଧୋଇବା। ନିକଟରେ ମହାନଦୀରେ ବୁଡ଼ି ୩ ଛାତ୍ରଙ୍କ ଜୀବନ ଚାଲି ଯାଇଥିବାବେଳେ ଏବେ ଆଉ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି।
ଭିନ୍ନକ୍ଷମ ହୋଇ ବି ସକ୍ଷମ । ହାତ ନଥାଇ ମଧ୍ୟ ପେଟ ପାଇଁ ଖଟିବାରେ ପଛାଇନାହାଁନ୍ତି । ନିଜ କଳ, ବଳ ଓ କୌଶଳ ମାଧ୍ୟମରେ ଅସମ୍ଭବକୁ ବି ସମ୍ଭବ କରିଦେଖାଇଛନ୍ତି ଏହି ଯୁବକ ।
ଘାଟିରେ ଜଗିଛି ଯମ। ଦେବଗଡ଼ ଜିଲ୍ଲା ଗଇଲୋ ଘାଟିରେ ପୁଣି ଦୁର୍ଘଟଣା ଘଟିଛି। ଘାଟିରେ ଅଟୋ ଓଲଟି ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣ ଗୁରୁତରଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।