କିଛିବର୍ଷ ପୂର୍ବେ ପୂରା ଅଞ୍ଚଳ ଥିଲା ନକ୍ସଲଙ୍କ କବଜାରେ। ସେଠିକୁ କେହି ପୋଲିସ୍ ବାବୁ ଯିବାକୁ ରାଜି ହୁଅନ୍ତି ନାହିଁ। କିନ୍ତୁ ଏହି ଅଂଚଳରେ ଦୀର୍ଘଦିନ ଧରି କାମ କରି ଲୋକପ୍ରିୟ ହୋଇପାରିଥିଲେ ଜଣେ ଥାନାବାବୁ। ତାଙ୍କରି ସମୟରେ ସୁରକ୍ଷା ବ୍ୟବସ୍ଥାରେ ଅନେକ ଉନ୍ନତି ହୋଇଛି। ଲୋକେ ତାଙ୍କୁ କହୁଥିଲେ ଷଣ୍ଢ ପୋଲିସ୍ ବାବୁ। ଏବେ ତାଙ୍କର ବଦଳି ହେବାପରେ ତାଙ୍କୁ ଲୋକେ କେମିତି ବିଦାୟ ଦେଇଥିଲେ ଦେଖନ୍ତୁ…
ବାହାଘର ବେଳେ ମଜା ହୋଇଥାଏ। ହାତଗଣ୍ଠି ଫିଟାଇବା ବେଳେ ହେଉ ଅବା କଉଡି ଖେଳ ବେଳେ। ଏବେ କିନ୍ତୁ ବିବାହ ଉତ୍ସବ ବେଳେ ହେଉଛି ଠେଲାପେଲା। ଯେମିତି ଏସବୁ ଦୃଶ୍ୟ...
ସବୁ ଦିନେ ଧଳା କୁର୍ତ୍ତା ପିନ୍ଧି ରାଜନୀତି ଚାଷ କରୁଥିବା ନେତା-ମନ୍ତ୍ରୀମାନେ ଅକ୍ଷୟ ତୃତୀୟା ଆସିଲେ ଧୋତି ପିନ୍ଧି ଚାଷ କରିବାକୁ ବାହାରି ପଡନ୍ତି। କିଏ ଚପଲ ପିନ୍ଧି ଜମି ହଳ କରେ ତ ଆଉ କିଏ ଧାନ ବୁଣିବା କୌଶଳ ନ ଜାଣି କ୍ୟାମେରା ଆଗରେ ଏଣେତେଣେ ଧାନ ବୁଣି ପକାନ୍ତି। ଯେମିତି ଅକ୍ଷୟ ତୃତୀୟାରେ ଦିନିକିଆ ଚାଷୀ ହୋଇ ଅଭିନୟ କରୁଥିବା ନେତା କେମିତି କଲବଲ ହେଲେ ଦେଖନ୍ତୁ...
ବାହାଘରର କିଛିବର୍ଷ ପରେ ସ୍ୱାମୀ ଆଉ ପଚାରିଲେ ନାହିଁ। ନିଜର ସ୍ୱାଭିମାନ ପାଖରେ କିନ୍ତୁ ମୁଣ୍ଡ ନୋଇଁଲେ ନାହିଁ ମଧୁମିତା। ଦୁଇ ପିଲାଙ୍କୁ ଧରି ସେ ଚାଲି ଆସିଲେ ଘରୁ। ପୁରୁଷଙ୍କ ପରି ଅଟୋ କିଣି ଚାଲାଇଲେ ଆଉ ଆରମ୍ଭ କଲେ ଜୀବନ ପାଇଁ ସଂଘର୍ଷ। ଏବେ ତାଙ୍କ ପିଲା ପାଠ ପଢୁଛନ୍ତି ଇଂଲିଶ ମିଡିୟମ ସ୍କୁଲରେ। ସ୍ୱାଭିମାନର ସହ ବଂଚୁଛନ୍ତି ମଧୁଲିତା। ଆଜି ମାତୃତ୍ୱ ଦିବସରେ ଆସନ୍ତୁ ଭେଟିବା ବାଲେଶ୍ୱର ସହରର ଏହି ମହିଳା ଅଟୋ ଡ୍ରାଇଭରଙ୍କୁ...
ଓଭରବ୍ରିଜ୍ ତଳକୁ ଖସିପଡିଲା ବସ୍ । ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ଉପାନ୍ତ ହେଉ କି ଉପକୂଳ। ଖରା ତାତିଠୁ କେତେ କଷ୍ଟଦାୟକ ଜଳଯନ୍ତ୍ରଣା ? ଓଟିଭି ସଂଗ୍ରହ କରିଛି ଦୁର୍ଦ୍ଦଶାର ଚିତ୍ର। ମାଲକାନଗିରି ବଣ୍ଡାଘାଟିରେ ଆଦିମ ଜନଜାତିର ଲୋକେ ପାଣି ପାଇଁ କେମିତି କଲବଲ, ଚିତ୍ର ନଦେଖିଲେ ବିଶ୍ୱାସ ହେବନି। ଏଣେ କେନ୍ଦ୍ରାପଡ଼ାର ଏକ ଗାଁରେ ଗରାଏ ପାଣି ପାଇଁ ତ ରାତି ଅଧରୁ ଲାଗୁଛି ଲାଇନ୍। ଦେଖିବା ଗ୍ରାଉଣ୍ଡ ରିପୋର୍ଟ
କେନ୍ଦ୍ରାପଡ଼ା ଅଜଗର ପାଟିଆରେ ଗରାଏ ପାଣି ପାଇଁ ରାତି ୩ରୁ ଲାଇନ୍
ବଢ଼ି ବଢ଼ି ଚାଲିଛି ଗ୍ୟାସ୍ ଦର । ଲୋକଙ୍କ ଅଣ୍ଟା ଦେଲାଣି ମହାଙ୍ଗା ମାଡ଼ ।
ଖାତା ଖତିଆନରେ ବାଉଁଶ ଗଛ ଲଗାଇଲେ। ଲକ୍ଷାଧିକ ଟଙ୍କା ପାଟିରେ ପକାଇଦେଲେ। ବାବୁ ବଡ଼ ଚତୁର। ଜାଗା ମୁଣ୍ଡରେ ଦେଖିଲା ବେଳକୁ ବାଉଁଶ ବୁଦା କେଇଟା ଖାଲି। ଦେଖନ୍ତୁ କେମିତି ବୌଦ୍ଧ ଜିଲ୍ଲାରୁ ଆମର ଏହି ଯୋଜନାର ନାଁ ହରିଲୁଟ୍..
ମୁଖ୍ୟମନ୍ତ୍ରୀ ନିଜେ ନିଜ ହାତରେ ଉଦଘାଟନ କରିଥିଲେ। ହେଲେ ଆଜିଯାଏଁ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଚାଷୀଙ୍କ କାମରେ ଲାଗୁନି ଏ ଶୀତଳ ଭଣ୍ଡାର। ଫଳରେ ଆନ୍ଧ୍ର ବେପାରୀଙ୍କୁ ଫଳ ପନିପରିବା ବିକିବାକୁ ବାଧ୍ୟ ହେଉଛନ୍ତି ରାୟଗଡ଼ାର ଚାଷୀ...
ଆଜି କାଲିଆ ନେତାଙ୍କ ସମାଜ ସେବା ଆପଣ ଜାଣିଛନ୍ତି। ସେବା ଦୁର୍ବଳ, ଫଟୋ ପ୍ରବଳ। ନେତାଏ ନିଜ ପ୍ରଚାର ପାଇଁ ଆଣ୍ଠେଇ ପେଟେଇ ଭିଡିଓ କରୁଛନ୍ତି। ଆଉ ଏବେ ନୂଆ ନୂଆ ସିଏମସି ମେୟର ହେଇଥିବା ଏ ନିଶୁଆ ସିଂଙ୍କ ନିଶା ଟିକେ ଦେଖ
କୁହ ନବୀନ ବାବୁ, କୁଆଡ଼େ ଗଲା ତୁମ ବିଜୁ ସ୍ୱାସ୍ଥ୍ଯ କାର୍ଡ। ଏଇ କଣ ତୁମ ଗରିବ କଲ୍ଯାଣ ଯୋଜନାର ହିତାଧିକାରୀ ହେବାକୁ ଯୋଗ୍ଯ ନୁହଁନ୍ତି? ଛେଳି ଚରେଇ ପରିବାର ପୋଷୁଥିଲେ। ସେଇଥିରେ ବି ଛୁଆଙ୍କୁ ପାଠ ପଢ଼ାଇଥିଲେ। ହେଲେ ଏବେ ଅଜଣା ରୋଗରେ ଆକ୍ରାନ୍ତ। ଏବେ କରିବେ କଣ?
ବାତ, ପିତ, ସନିପାତ, ସ୍ତ୍ରୀ ରୋଗ, ବାଛୁରୀ ଜନ୍ମ, ଯେତେ ପ୍ରକାରର ଜାବତ୍ଯ କାଣ୍ଡକାରଖାନା ଅଛି, ସବୁ ବେମାରୀର ମୁଁ ଏକମାତ୍ର ଡାକ୍ତର... ମଉସା... ଲୁଙ୍ଗି ଟିକେ ଖସା... ତଳେଇକି ଫୋଡ଼ିଦେବି... ସବୁ ଓକେ ହେଇଯିବ
ହଇରେ ନାରଣ ଶେଷରେ ଟ୍ରାକ୍ଟର ଦେହରେ ବି ଶଙ୍ଖ ବାନା... ରାଇଜ ସାରା ତ ଏଇନୁ ଶଙ୍ଖ ନାଦ ହେଉଛି... ଚାଷ ଯିଏ କରୁ, ଅମଳ କରୁଛି ବିଜେଡି... ଆଉ ଆମ ରାଜ ଭାଇ ତ ଯୋଗାଣ ମନ୍ତ୍ରୀ... ସିଏ କାଇଁ ଛାଡ଼ିବେ...
ଜଣେ ଏସପି ବଦଳି ହେଲା ବେଳକୁ ଲୋକେ ପ୍ରସେସନ କରୁଛନ୍ତି। କାନ୍ଧରେ ବସାଇ ବୁଲାଉଛନ୍ତି। ଡିଜେ ବାଜୁଛି। ବାଇକ୍ ରାଲି ହେଉଛି। ବୋଧେ ବହୁତ୍ କମ୍ ପୋଲିସ ଅଫିସରଙ୍କ ଭାଗ୍ଯରେ ଏମିତି ସୁଯୋଗ ମିଳେ। ଏଠି ପୋଲିସ୍ ଓ ଜନତାଙ୍କ ମଧ୍ୟରେ ମଧୁର ସମ୍ପର୍କ ବେଶି, ତିକ୍ତ ସମ୍ପର୍କ କମ୍। ଏଠି ଏ ଦୃଶ୍ଯ ଦେଖିଲେ ଆପଣ ବି ଖୁସି ହୋଇଯିବେ।
କୁହ ନବୀନ ବାବୁ, କୁଆଡ଼େ ଗଲା ତୁମ ବିଜୁ ସ୍ୱାସ୍ଥ୍ୟ କାର୍ଡ। ଏଇ କଣ ତୁମ ଗରିବ କଲ୍ୟାଣ ଯୋଜନାର ହିତାଧିକାରୀ ହେବାକୁ ଯୋଗ୍ଯ ନୁହଁନ୍ତି? ଛେଳି ଚରେଇ ପରିବାର ପୋଷୁଥିଲେ। ସେଇଥିରେ ବି ଛୁଆଙ୍କୁ ପାଠ ପଢ଼ାଇଥିଲେ। ହେଲେ ଏବେ ଅଜଣା ରୋଗରେ ଆକ୍ରାନ୍ତ। ଏବେ କରିବେ କଣ?
ଯେଉଁଠି ବାହାଘର ଲାଗୁଥିଲା ଭାଙ୍ଗି ଯାଉଥିଲା। କାହିଁକି ନା ଏମାନଙ୍କ ଉଚ୍ଚତା ଥିଲା କମ୍। ଏତେ କମ୍ ଉଚ୍ଚତାକୁ ନେଇ ଚିନ୍ତାରେ ଥିଲେ ପରିବାର। ଅନେକ ଖୋଜାଖୋଜି ପରେ ମୁନ୍ନାକୁ ମିଳିଯାଇଥିଲା ମମତା। ନିମନ୍ତ୍ରଣ ନଥାଇ ଏହି ଯୋଡ଼ିଙ୍କ ବିବାହ ଦେଖିବା ପାଇଁ ଭିଡ଼ ଲାଗିଥିଲା...
ରୋଗୀଙ୍କ ପାଖରେ କିଛି ଲୋକ ଉପସ୍ଥିତ ଥିଲେ ମଧ୍ୟ ତଳେ ପଡ଼ିଥିବା ମୃତଦେହକୁ କେହିବି ଆଡ଼ ଆଖିରେ ଚାହୁଁ ନଥିଲେ।
ମହାବାହୁଙ୍କ ଜମି ମହାଘୋଟାଲାକୁ ନେଇ ତେଜିଲାଣି ଜନଅସନ୍ତୋଷ । ମୟୂରଭଞ୍ଜ ଜିଲ୍ଲା ବାରିପଦା ହରିବଳଦେବଜିଉ ମନ୍ଦିରର ଜମି ହଡ଼ପ ହୋଇଥିବା ନେଇ ଅଭିଯୋଗ ଆସିଛି ।
ଝିଅଟି ନିଜ ମାଆକୁ ମନେ ପକାଇ କୋହଭରା କଣ୍ଠରେ ମାଆକୁ ଦେଇଥିବା ପ୍ରତିଶ୍ରୁତି ରଖିବ ବୋଲି କହିଛି । ପେଟପାଟଣାର ଯୁଦ୍ଧରେ ହାରି ମାଆ ଚାଲିଗଲାଣି ପରପାରିକୁ ।
ଶ୍ୱଶୁର ନିର୍ଯାତନା ସହି ନପାରି ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବକ ।
କେନ୍ଦ୍ରାପଡା ସହରକୁ ବିଭିନ୍ନ ଜିଲ୍ଲାରୁ ଆସୁଥିବା ଯାତ୍ରୀମାନେ ମଧ୍ୟ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ସହରର ୨୧ଟି ୱାର୍ଡରୁ ମାତ୍ର ୯ଟି ୱାର୍ଡରେ ମ୍ୟୁନିସିପାଲିଟି ପକ୍ଷରୁ ଜଳଛତ୍ର ଖୋଲାଯାଇଛି ।
ଲେମ୍ବୁ ପରେ ଏବେ ଟମାଟୋ ମହଙ୍ଗା ହୋଇଛି । ତେଣୁ ଗୃହିଣୀଙ୍କ ହାଣ୍ଡିଶାଳରେ ଏବେ ଟମାଟୋର ଅଭାବ ପଡିଛି । ଯେଉଁଠି କିଛି ଦିନ ତଳେ ଟମାଟୋ ୨୦ରୁ ୨୫ ଟଙ୍କା ବିକ୍ରି ହେଉଥିଲା, ତାହା ଏବେ ୭୦ ଟଙ୍କା ଉପରେ ବିକ୍ରି ହେଉଛି ।
ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ ଆରଟିଓ ଏବଂ ପୋଲିସ ଅଧିକାରୀ ସର୍ପ୍ରାଇଜ୍ ଚେକିଂ କରୁଛନ୍ତି। ଗାଡ଼ି ମୋଟରକୁ ଅଟକାଇ ଯାଞ୍ଚ କରୁଛନ୍ତି।
ଉଭୟ ଚାକିରି ଓ ଘର କାମ ଏକାଠି ପରିଚାଳନା କରିବା କଷ୍ଟକର ହେଉଥିଲେ ବି ମହିଳାମାନେ ଏହାକୁ ଭଲ ଭାବରେ ପରିଚାଳନା କରନ୍ତି। ଏହିପରି ଜଣେ ମହିଳା ହେଲେ ମଧ୍ୟପ୍ରଦେଶର ଡିଏସ୍ପି ମୋନିକା ସିଂ। ସେ ଉଭୟ ଖାକି ଓ ମା’ର ଧର୍ମକୁ ବହୁତ ଭଲ ଭାବରେ ପାଳନ କରୁଛନ୍ତି।