/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651916830.jpg)
Medical Negligence In Cuttack SCB
ବେଡ୍ ଉପରେ ରୋଗୀ, ତଳେ ପଡ଼ିଛି ମୃତଦେହ। ରୋଗୀଙ୍କ ପାଖରେ କିଛି ଲୋକ ଉପସ୍ଥିତ ଥିଲେ ମଧ୍ୟ ତଳେ ପଡ଼ିଥିବା ମୃତଦେହକୁ କେହିବି ଆଡ଼ ଆଖିରେ ଚାହୁଁ ନଥିଲେ। ସେଇ ବାଟ ଦେଇ ଲୋକମାନେ ଯା’ଆସ କରୁଥିଲେ, ହେଲେ ସତେ ଯେମିତି କାହାରି ନଜରରେ ଏହା ପଡ଼ୁ ନଥିଲା। କଟକ SCB ମେଡିକାଲ୍ରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ପାଖାପାଖି ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, SCB ମେଡିକାଲ୍ କାଜୁଆଲିଟିରେ ଗତକାଲି ଠାରୁ ଏକ ବେଡ୍ ତଳେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତକ ଜଣକ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି।ଗତକାଲି ସକାଳେ ତାଙ୍କୁ ସମ୍ପର୍କୀୟ ମେଡିକାଲ କାଜୁଆଲିଟିରେ ଭର୍ତ୍ତି କରିଥିଲେ। ହସ୍ପିଟାଲ୍ରେ ଭର୍ତ୍ତି ହେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସମ୍ପର୍କୀୟ ମୃତଦେହ ଛାଡ଼ି ଚାଲି ଯାଇଥିଲେ।
ବିଡ଼ମ୍ବନାର ବିଷୟ ମୃତଦେହଟି ଗତକାଲି ଠାରୁ ବେଡ୍ ତଳେ ପଡ଼ି ରହିଥିବା ବେଳେ ଉପର ବେଡ଼ରେ ଜଣେ ରୋଗୀ ଶୋଇଥିଲେ। ରୋଗୀଙ୍କ ପାଖରେ କିଛି ଲୋକ ଉପସ୍ଥିତ ଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ଏଭଳି ଅଭାବନୀୟ ଘଟଣା ଗଣମାଧ୍ୟମରେ ପ୍ରସାରିତ ପରେ ବେଡ୍ ତଳେ ପଡ଼ିଥିବା ମୃତଦେହକୁ ଉଦ୍ଧାର କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)