• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାବାହୁଙ୍କ ଜମି ମହାଘୋଟାଲାକୁ ନେଇ ଏବେ ବଢୁଛି ଜନଅସନ୍ତୋଷ । ମୟୂରଭଞ୍ଜ ବାରିପଦାରେ ହରିବଳଦେବଜୀଉ ମନ୍ଦିରର ଜମି ହଡ଼ପ ହୋଇଥିବା ନେଇ ଅଭିଯୋଗ ଆସିଛି । ଶ୍ରୀଜୀଉଙ୍କ ଜମିରେ ବେଆଇନ ଭାବେ ହୋଟେଲ ଏବଂ ସିନେମା ହଲ୍ ନିର୍ମାଣ କରାଯାଇଥିବା ଅଭିଯୋଗ କରିଛି ମଠ ମନ୍ଦିର ସୁରକ୍ଷା ମଞ୍ଚ । ତେବେ ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

ମହାବାହୁଙ୍କ ଜମି ମହାଘୋଟାଲାକୁ ନେଇ ତେଜିଲାଣି ଜନଅସନ୍ତୋଷ । ମୟୂରଭଞ୍ଜ ଜିଲ୍ଲା ବାରିପଦା ହରିବଳଦେବଜୀଉ ମନ୍ଦିରର ଜମି ହଡ଼ପ ହୋଇଥିବା ନେଇ ଅଭିଯୋଗ ଆସିଛି । ରାଜ୍ୟ ଦେବୋତ୍ତର ବିଭାଗର ୨୮ ନଭେମ୍ବର ୨୦୨୧ର ଦସ୍ତାବିଜ୍ ଦେଖିଲେ, ଆଇନ୍ ବିଭାଗକୁ ଦେଇଥିବା ଏହି ତଦନ୍ତ ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ, ବାରିପଦାର ଆରାଧ୍ୟ ଦେବତା ଶ୍ରୀହରିବଳଦେବଜୀଉଙ୍କ ଜମି ଜବରଦଖଲ ହୋଇଛି ।

ସେଠାରେ ନିର୍ମାଣ ହୋଇଛି, ଟ୍ରାକ୍ଟର ସୋ’ ରୁମ୍, ହୋଟେଲ, ବଜାର, ବ୍ୟାଙ୍କ, ସପିଙ୍ଗ୍ କମ୍ପେକ୍ସ, ସରକାରୀ କୋଠା । ଏପରିକି ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ଜମି ଜବର ଦଖଲ ହୋଇଛି । ତା ବାବଦକୁ ଏନଏଚଆଇଏ କତ୍ତୃପକ୍ଷ ୩ କୋଟି ୨୭ ଲକ୍ଷ ୭୫ ହଜାରର ୧୧ ଟଙ୍କା ମଧ୍ୟ ଜମି ଅଧିଗ୍ରହଣ ବାବଦକୁ କ୍ଷତିପୂରଣ ଦେଇଛନ୍ତି । ରାଧାଗୋବିନ୍ଦଜୀଉଙ୍କ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ଏହି ଟଙ୍କା ଡିପୋଜିଟ ହୋଇଥିଲେ ମଧ୍ୟ ଏସବୁ ଟଙ୍କା ପରବର୍ତ୍ତୀ ସମୟରେ ଇ.ଓ ବାରିପଦା ଦେବୋତ୍ତରକୁ ଟ୍ରାନ୍ସଫର ହୋଇଥିଲା । ଏହି ଟଙ୍କା ପୈଠକୁ ନେଇ ରାଜ୍ୟ ଦେବୋତ୍ତର ବିଭାଗ ପାଖରେ କିନ୍ତୁ କୌଣସି ସୂଚନା ନଥିବା କଥା ଦସ୍ତାବିଜ୍‌ରେ ଉଲ୍ଲେଖ ରହିଛି ।

ଶ୍ରୀହରିବଳଦେବଜୀଉ ମନ୍ଦିର ସହ ଅନ୍ୟ ୮ଟି ମନ୍ଦିରର ଜମି ଜବରଦଖଲ କରି ବ୍ୟକ୍ତିଗତ ସମ୍ପତ୍ତି ଭଳି ତାକୁ ଉପଭୋଗ କରାଯାଉଥିବାରୁ ଆପତ୍ତି ଉଠିଛି । ତେବେ ଏ ସବୁ ଜମି କୁଆଡେ ଗଲା କଣ ହୋଇଛି ଜମିର ସ୍ଥିତାବସ୍ଥା ? ଏହି ସବୁ ଜମିକୁ ଏବେ ଜବରଦଖଲ ହଟାଇ ଠାକୁରଙ୍କ ନାମରେ ଅକ୍ତିଆର କରିବା ପାଇଁ ଦେବୋତ୍ତର ବିଭାଗ ଆରମ୍ଭ କରିଛି ପ୍ରକ୍ରିୟା ।

୧୫୭୫ ମସିହାରେ ଭଂଜ ବଂଶର ମହାରାଜା ବୈଦ୍ୟନାଥ ଭଞ୍ଜଙ୍କ ଦ୍ୱାରା କେବଳ ଏହି ଜଗନ୍ନାଥ ମନ୍ଦିର ନୁହେଁ ଏହି ପରି ଅନେକ ମଠ ମନ୍ଦିରର ନିର୍ମାଣ ହୋଇଥିଲା । ଦେବୋତ୍ତର ବିଭାଗ ହାତରେ ଏବେ ପରିଚାଳନା ଦାୟିତ୍ୱ ରହିଛି । ଏଯାଏ କିନ୍ତୁ କେହି ସ୍ୱତନ୍ତ୍ର ଅଧିକାରୀ ମଠ ମନ୍ଦିର ସୁରକ୍ଷା ପାଇଁ ଦାୟିତ୍ୱ ନେଇ ନାହାନ୍ତି । ଜଣେ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ପାଇଁ କମିଶନ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।