Advertisment

ମମତା Weds ମୁନ୍ନା : ଯୋଡ଼ି ଗଢ଼ିଦେଲେ ଭଗବାନ୍

ଯେଉଁଠି ବାହାଘର ଲାଗୁଥିଲା ଭାଙ୍ଗି ଯାଉଥିଲା। କାହିଁକି ନା ଏମାନଙ୍କ ଉଚ୍ଚତା ଥିଲା କମ୍। ଏତେ କମ୍ ଉଚ୍ଚତାକୁ ନେଇ ଚିନ୍ତାରେ ଥିଲେ ପରିବାର। ଅନେକ ଖୋଜାଖୋଜି ପରେ ମୁନ୍ନାକୁ ମିଳିଯାଇଥିଲା ମମତା। ନିମନ୍ତ୍ରଣ ନଥାଇ ଏହି ଯୋଡ଼ିଙ୍କ ବିବାହ ଦେଖିବା ପାଇଁ ଭିଡ଼ ଲାଗିଥିଲା...

author-image
Prangyan Parimita
Special story

Special story

ବର୍ତ୍ତମାନ ଚାଲିଛି ବାହାଘର ସିଜିନ୍ । ପୁଅ ଘର ଲୋକ ଝିଅ ଖୋଜୁଛନ୍ତି। ଆଉ ଝିଅ ଘର ଲୋକ ପୁଅ ଖୋଜୁଛନ୍ତି ।ଜାତକ, ଯୋଗ୍ୟତା ଓ ଉଚ୍ଚତା ପରଖି ଉପଯୁକ୍ତ ପିଲା ବାଛିବାରେ ଲାଗି ପଡିଛନ୍ତି । ଏମିତି ବେଳେ ମୁନ୍ନା-ମମତାଙ୍କ ଯୋଡିକୁ ନେଇ ସାରା ଦେଶରେ ଚର୍ଚ୍ଚା । ବର ହୋଇ ବାହା ହେବାକୁ ଆସିଥିବା ମୁନ୍ନାର ଉଚ୍ଚତା ୩୬ ଇଞ୍ଚ ହୋଇଥିବା ବେଳେ କନ୍ୟା ସାଜିଥିବା ମମତାଙ୍କ ଉଚ୍ଚତା ଥିଲା ମାତ୍ର ୩୪ ଇଞ୍ଚ ।

Advertisment

ବିହାର ଭାଗଲପୁର ଜିଲ୍ଲାର ବାସିନ୍ଦା ଗୁଜୋ ମଣ୍ଡଳଙ୍କ ୨୪ ବର୍ଷର ଝିଅ ମମତା ସେହି ଜିଲ୍ଲା ମସାରୁ ନିବାସୀ ବିନ୍ଦେଶ୍ୱରୀ ମଣ୍ଡଳଙ୍କ ପୁଅ ମୁନ୍ନା ଭାରତୀଙ୍କୁ ବିବାହ କରିଛନ୍ତି । ଉଭୟଙ୍କ ଉଚ୍ଚତା କମ ହୋଇଥିବାରୁ ଦୁହିଁଙ୍କ ବିବାହରେ ସମସ୍ୟା ଦେଖା ଦେଉଥିଲା । ଅନେକ ଖୋଜାଖୋଜି କରିବା ପରେ ଶେଷରେ ପରିବାର ଲୋକେ ମମତା ଓ ମୁନ୍ନା ପାଇଥିଲେ । ଶେଷରେ ଦୁହିଁଙ୍କ ବିବାହ ହୋଇଛି । ତେବେ ନିମନ୍ତ୍ରଣ ନଥାଇ ବି ଏଭଳି ଯୋଡ଼ିଙ୍କ ବିବାହ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଲାଗିଥିଲା ।

କୁହାଯାଏ ସ୍ୱର୍ଗରେ ଯୋଡି ତିଆରି ହୁଏ । ପୃଥିବୀରେ ମିଳନ ହୋଇଥାଏ । ଭଗବାନ ବି ଯୋଡି ତିଆରି କରିଥାନ୍ତି । କିଏ କାହାର ଜୀବନ ସାଥୀ ସାଜିବେ ସେଥିରେ ଭଗବାନଙ୍କର ଇଛା ଥାଏ ବୋଲି କୁହାଯାଏ। ସେଥିପାଇଁ ମମତା-ମୁନ୍ନାଙ୍କ ସୁନ୍ଦର ଯୋଡିକୁ ମିଳିଛି ଢେର ସାରା ଆଶିର୍ବାଦ।

Advertisment
Special Story
Advertisment
Advertisment