/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651903712.jpg)
Rourkela businessman ends life in Jamshedpur, accuses in-laws of torture in video
ସାଧାରଣତଃ ଅନେକ ସ୍ଥାନରେ ଝିଅମାନେ ନିର୍ଯାତନା ପାଇଥାନ୍ତି । ଶାଶୁ ଘରେ ଝିଅମାନେ ନିର୍ଯାତନା ପାଉଥିବା ଖବର ତ ଆପଣମାନେ ନିଶ୍ଚିତ ଶୁଣିଥିବେ । ହେଲେ କେବେ ଶୁଣିଛନ୍ତି କି ଜ୍ୱାଇଁକୁ ଶ୍ୱଶୁର ଘର ଲୋକ ନିର୍ଯାତନା ଦେଉଥିବାର ? ହଁ ଆଜ୍ଞା, ରାଉରକେଲାରୁ ଠିକ୍ ଏହିପରି ଏକ ଖବର ସାମ୍ନାକୁ ଆସିଛି । ଜଣେ ଯୁବକଙ୍କୁ ନିଜ ଶ୍ୱଶୁର ଘର ଲେକ ନିର୍ଯାତନା ଦେଉଥିବାରୁ ସହି ନପାରି ସେ ଆତ୍ମ ହତ୍ୟା କରିଛନ୍ତି ।
ସୂଚନା ଅନୁସାରେ,ରାଉରକେଲା ସିଭିଲ ଟାଉନସିପ ଅଂଚଳର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲଙ୍କୁ ତାଙ୍କ ଶ୍ୱଶୁର ଘର ଲୋକ ନିର୍ଯାତନା ଦେଇଆସୁଥିଲେ । ଅସହ୍ୟ ହୋଇପଡିବାରୁ ଗତ ଗୁରୁବାର ଦିନ ୩ଟା ୩୦ରେ ସେ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ବିଷ୍ଣୁପୁର ଥାନାରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।
ତେବେ ମୃତ୍ୟୁ ପୂର୍ବରୁ ସେ ଏକ ଭିଡିଓ କରିଥିଲେ । ଭିଡିଓରେ ଯୁବକ ଜଣକ ସମସ୍ତ ଘଟଣା ବିଷୟରେ କହିଛନ୍ତି । ଏବେ ଏହି ଭିଡିଓଟି ଖୁବ୍ ଭାଇରାଲ୍ ହେଉଛି ।
ଏହି ଭିଡିଓରେ ଯୁବକ ଜଣକ କହିଛନ୍ତି ଯେ, ‘ ମୋ ନାଁ ରାହୁଲ ଅଗ୍ରୱାଲ୍ । ମୁଁ ରାଉରକେଲାରେ ରୁହେ । ୨୦୧୨ ରେ ଜାମ୍ସେଦ୍ପୁର ଆସିୟାନା ଗାର୍ଡେନ୍ ନିବାସୀ ପ୍ରଦୀପ ଚୁଡିୱାଲାଙ୍କ ଝିଅ ବର୍ଷା ଚୁଡିୱାଲାଙ୍କ ସହ ମୋ ବାହାଘର ହୋଇଥିଲା । ମୋର ଶ୍ୱଶୁର ଘରଲୋକେ ଯୌତୁକ ନିର୍ଯାତନା ଅଭିଯୋଗରେ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଯାହା ସମ୍ପୂର୍ଣ୍ଣ ମିଛ ଅଟେ । ଏହି ଭିଡିଓ ମାଧ୍ୟମରେ ମୁଁ ସ୍ପଷ୍ଟ କହିବାକୁ ଚାହୁଁଛି ଯେ, ମୋ ସହିତ କିଛି ହେଲେ ମୋ ଶ୍ୱଶୁର ଘରର ୩ ଜଣ ତଥା ମୋ ଶ୍ୱଶୁର ପ୍ରଦୀପ୍ ଚୁଡିୱାଲା, ଶାଶୁ କୁସୁମ ଚୁଡିୱାଲା ଓ ଶଳା ପିୟୁଷ୍ ଚୁଡିୱାଲା ଦାୟୀ ରହିବେ । ଏହି ୩ ଜଣ ମୋର ଏବଂ ମୋ ଛୁଆଙ୍କ ଜୀବନ ବରବାଦ କରିଦେଇଛନ୍ତି ।’
ଏହି ଭିଡିଓରୁ ସ୍ପଷ୍ଟ ଜଣାପଡୁଛି ଯେ, ରାହୁଲ ନିଜ ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା ସହି ନ ପାରିବାରୁ ଆତ୍ମହତ୍ୟା କରିଛନ୍ତି । ତେବେ ଏହି ଘଟଣାରେ ପୋଲସ ପ୍ରଦୀପ୍ ଚୁଡିୱାଲାଙ୍କ ସମେତ ୫ ଜଣଙ୍କ ନାମରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)