• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହଙ୍ଗା ହେଲା ରନ୍ଧନ ଗ୍ୟାସ୍ । ପୁଣି ବିଗିଡ଼ିଲା ଗୃହିଣୀଙ୍କ ବଜେଟ୍ । ଘରୋଇ ଏଲପିଜି ଦର ସିଲିଣ୍ଡର ପିଛା ଏକାଥରକେ ବଢ଼ିଛି ୫୦ ଟଙ୍କା, ଯାହାକୁ ନେଇ ଚିନ୍ତାରେ ଗୃହିଣୀ । ଏହା ପୂର୍ବରୁ ଗତ ମାର୍ଚ୍ଚ ୨୨ ତାରିଖରେ ଘରୋଇ ଏଲପିଜି ସିଲିଣ୍ଡର ଦର ୫୦ଟଙ୍କା ବୃଦ୍ଧି ପାଇଥିଲା । ଏବେ ପୁଣି ୫୦ ଟଙ୍କା ବଢ଼ିବା ପରେ ପ୍ରାୟ ଦେଢ ମାସରେ ଦର ୧୦୦ ଟଙ୍କା ବଢିଛି ।

ସେହିପରି ଗତ ବର୍ଷକ ଭିତରେ ପାଖାପାଖି ୨୦୦ ଟଙ୍କା ମହଙ୍ଗା ହୋଇଛି ଗ୍ୟାସ୍ । ସେପଟେ ପୂର୍ବରୁ ଯେମିତି ଅଧିକ ସବସିଡି ମିଳୁଥିଲା, ତା ବି ଆଉ ନାହିଁ । ଏବେ ସିଲିଣ୍ଡର ପିଛା ମାତ୍ର ୧୩ ଟଙ୍କା ୯୫ ପଇସା ସବସିଡି ମିଳୁଛି ।

ତେବେ ଏନେଇ ନିଜ ଅସନ୍ତୋଷ ଜାହିର କରିଛନ୍ତି ଖୋର୍ଦ୍ଧା ସହରର ସାବିତ୍ରୀ ସାହୁ । ରୋଷେଇ ପାଇଁ ଗ୍ୟାସ୍ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ । ହେଲେ ଗ୍ୟାସ୍ ଦର ଧୀରେ ଧୀରେ ବଢି ହଜାରେ ଟଙ୍କା ପାର୍ କରିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସାବିତ୍ରୀ ଗ୍ୟାସ୍ ଦର ବୃଦ୍ଧିର ପ୍ରଭାବ ସିଧାସଳଖ ପଡ଼ିଛି । ରୋଷେଇ ଘରର ବଜେଟ୍ ଉପରେ ତେଣୁ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ସେ ଗୋଟିଏ ପରେ ସହରରେ କାଠ କିମ୍ବା କିରୋସିନି ମିଳୁନି, ଅନ୍ୟପଟେ ଗ୍ୟାସ୍ ଦର ଯେପରି ବଢ଼ି ଚାଲିଛି । ତାହା ବୋଝ ଉପରେ ନଳିତା ବିଡା ବୋଲି କହିଛନ୍ତି ଅଧିକାଂଶ ଗୃହିଣୀ ।

ସେପଟେ ଗ୍ୟାସ୍ ଦର ବୃଦ୍ଧିକୁ ନେଇ ତେଜିଛି ରାଜନୀତି । ବିଜେଡି ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ସତ ହେଲେ ,ଏବେ ନୁହେଁ ଖରା କମିଲେ ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ ବୋଲି କହିଛି ବିଜେପି । ଏଥିପାଇଁ ଅଲଗା ପ୍ରକାର ଯୁକ୍ତି ବାଢ଼ି ଥିବା ବେଳେ କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି ।

ପୂର୍ବରୁ ଚଳିତ ମାସରେ ୧୯ କେଜି ବିଶିଷ୍ଟ କମର୍ସିଲିଆଲ ଏଲପିଜି ସିଲିଣ୍ଡର ୧୦୨ ଟଙ୍କା ବଢ଼ି ୨୩୫୫ ଟଙ୍କା ହୋଇଥିଲା । ସେହିପରି ୫ କେଜି ବିଶିଷ୍ଟ ସିଲିଣ୍ଡର ୬୫୫ ଟଙ୍କାକୁ ବୃଦ୍ଧି ପାଇଥିଲା ଗୋଟିଏ ପଟେ ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ଲୋକଙ୍କୁ ବାଧୁଥିବୋଳେ ଗ୍ୟାସ୍ ଦର ବୃଦ୍ଧି କଟା ଘାରେ ଚୂନ ଦେବା ଭଳି ହୋଇଛି ।