• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Mobile banking vehicles
ଖତ ଖାଉଛି ମୋବାଇଲ୍ ବ୍ୟାଙ୍କ...କୋଟି କୋଟି ଖର୍ଚ୍ଚ ସତ୍ତ୍ବେ ଲାଗୁନି କାମରେ...

ଖତ ଖାଉଛି ସମବାୟ ବ୍ୟାଙ୍କର ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା । ବସ୍ ଭିତରେ ବନ୍ଦ ପଡ଼ିଛି ଟଙ୍କା ନେଣଦେଣ ମେସିନ୍। ଆଉ ପାଣିର ଗାର ପାଲଟିଛି ରାଜ୍ୟ ସରକାରଙ୍କ ସବୁ ଲୋକଙ୍କୁ ବ୍ୟାଙ୍କ ସେବାର ପ୍ରତିଶ୍ରୁତି ।

Dr Champeswar Panigrahi
ବଣ୍ଡାଘାଟିର ଦ୍ୱିତୀୟ ଈଶ୍ୱର ଚମ୍ପେଶ୍ୱର ପାଣିଗ୍ରାହୀ

ଦୁଇ ବର୍ଷ ତଳେ ନିଯୁକ୍ତି ପାଇ ଏଠାକୁ ଆସିଥିଲେ ଡାକ୍ତର ଚମ୍ପେଶ୍ୱର । ସେତେବେଳେ ବଣ୍ଡା ଜନଜାତି, ସ୍ୱାସ୍ଥ୍ୟକେନ୍ଦ୍ର ନଆସି ଗୁଣିଆ ଓ ଦିଶାରିଙ୍କୁ ଭରସା କରୁଥିଲେ ।

Mobile banking
ଖତ ଖାଉଛି ମୋବାଇଲ୍ ବ୍ୟାଙ୍କ

କୁଆଡ଼େ ଗଲା ସରକାରଙ୍କ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା ପ୍ରତିଶ୍ରୁତି? କାହିଁକି ଆଉ ଦେଖିବାକୁ ମିଳୁନି ସମବାୟ ବ୍ୟାଙ୍କର ମୋବାଇଲ୍ ଏଟିଏମ୍ ?

  • Sunday, 11 February 2024
Increases Bonus For Kendu Leaf Pluckers
କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନ୍ୟା ବିବାହ ସହାୟତା ରାଶିକୁ ୨୫ ହଜାର, ସିଜିନାଲ କର୍ମଚାରୀଙ୍କ ବୋନସ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ସରକାର । ରେଢ଼ାଖୋଲରେ ଆୟୋଜିତ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବିଶାଳ ସମାବେଶରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

V Sugnana Kumari Deo
ପଞ୍ଚଭୂତରେ ଲୀନ ହେଲେ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ

୧୦ ଥରର ବିଧାୟିକା ତଥା ଖଲ୍ଲିକୋଟ ରାଣୀ ହେଉଛନ୍ତି ଭି. ସୁଜ୍ଞାନ କୁମାରୀ ଦେଓ । ଗଂଜାମ ଖଲ୍ଲିକୋଟରେ ଥିବା ରାଜପରିବାରର ଶ୍ମଶାନ ଘାଟରେ ଆଜି ତାଙ୍କର ଶେଷକୃତ୍ୟ କରାଯାଇଛି ।

  • Sunday, 11 February 2024
Satakadi hota
ଚାଲିଗଲେ ସାତକଡ଼ି ହୋତା...୯୫ ବର୍ଷରେ ପରଲୋକ

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ । ଭୁବନେଶ୍ୱରରେ ୯୫ ବର୍ଷ ବୟସରେ ପରଲୋକ ।

Balasore Railway Station
ନୂଆ ରୂପରେ ପାଇବ ବାଲେଶ୍ୱର ଷ୍ଟେସନ; ଦେଖିବାକୁ ମିଳିବ ଓଡିଶାର କଳା ସଂସ୍କୃତିର ଝଲକ

ଷ୍ଟେସନରେ ୧୪ଟି ଲିଫ୍ଟ, ୬ଟି ଏସକାଲେଟର, ୨୦ଟି ଆକ୍ସେସ କଣ୍ଟ୍ରୋଲ ଗେଟ୍ ସହ ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରିବା ପାଇଁ ୩ ଫୁଟର ଓଭର ବିଜ୍ ନିର୍ମାଣ କରାଯିବ।

Homeless People
ଗାଁ କମିଟିର ଅନ୍ଧା ଶାସନ

ଗାଁ କମିଟିର ଅନ୍ଧା ଶାସନ । ଜମିରୁ ବେଦଖଲ ନିର୍ଦ୍ଦେଶ ନମାନିବାରୁ ସାମାଜିକ ବାସନ୍ଦର ଶିକାର 12 ପରିବାର । ନବରଙ୍ଗପୁର ରାଇଘର ଥାନା ଅନ୍ତର୍ଗତ ହାତୀବେନା DNK ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

Khallikote queen
ରାଣୀ ମା’ଙ୍କୁ ଝୁରୁଛି ବ୍ଲାକି... ତୁଣ୍ଡରେ ନେଉନି ଖାଦ୍ୟ ପାଣି....

ଚାଲିଗଲେ ରାଣୀ ମା’… ଝୁରୁଛନ୍ତି ବତକ ... ଝୁରୁଛନ୍ତି ପୋଷା କୁକୁର... ଆଖିରୁ ବହି ଚାଲିଛି ଧାର ଧାର ଲୁହ । ପାଟିକୁ ରୁଚୁନି ଦୁଧ ଭାତ କି ମନ ବି ବୁଝୁନି ।

Blessings
ପଡ଼ୋଶୀଙ୍କ ମଙ୍ଗଳ କାମନା କରି ହୁଏ ପୂଜା

କାହା ପାଟିରେ ମନ୍ଦାର ଫୁଲ ତ କାହା ପାଟିରେ ଦୁବଘାସ । ପାଟି ବନ୍ଦ କରି ପଣତ କାନିରେ ଦୁଆରରୁ ଦୁଆର ମୁହଁ ନ ଫିଟାଇ ଚାଲିଛି ଭିକ୍ଷା ଗ୍ରହଣ ।

Roti machine
ଗାଁରେ ବସିଛି ରୁଟି ଫ୍ୟାକ୍ଟ୍ରି

ଗୋଟିଏ ମିନିଟରେ ପ୍ରସ୍ତୁତ ହେଉଛି ଶହଶହ ରୁଟି । ଅତି ସହଜରେ ଅଟା ମଧ୍ୟ ହୋଇଯାଉଛି ଗୋଳାଇ ।

Missiles
ଓଡ଼ିଶା ଫିଜିକାଲ୍ ସୋସାଇଟିର ବାର୍ଷିକ ସମ୍ମିଳନୀ

ସଜେଇ ହୋଇଛି ଅଗ୍ନି, ବ୍ରହ୍ମୋସ୍, ଆକାଶ ଭଳି ଇତିହାସ ରଚିଥିବା ମିସାଇଲ । ବିକଶିତ ଭାରତର ସ୍ୱପ୍ନ ପୂରଣ ପାଇଁ ପରମାଣୁ ଏବଂ ପଦାର୍ଥ ବିଜ୍ଞାନ ସଂପର୍କରେ ଚାଲିଛି ଆଲୋଚନା ।

Land
ଆଦିବାସୀଙ୍କ ସମ୍ପତ୍ତି ପାଇଁ ଚକ୍ରାନ୍ତ

ଆଦିବାସୀଙ୍କ ଭୂ-ସଂପତ୍ତି ହାତେଇବାକୁ ବଡ଼ ଚକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରେ କାମ କରୁଛି ଏକ ବଡ଼ ରାକେଟ୍ । ଖତିଆନ ଠାରୁ ପଟ୍ଟା ପର୍ଯ୍ୟନ୍ତ ରାତି ଅଧିଆ ସବୁ କିଛି ବଦଳି ଯାଉଛି ।

  • Saturday, 10 February 2024
Land
ଆଦିବାସୀଙ୍କ ସମ୍ପତ୍ତି ପାଇଁ ଚକ୍ରାନ୍ତ; କାମ କରୁଛି ବଡ଼ ରାକେଟ, ରାତି ଅଧିଆ ବଦଳି ଯାଉଛି ପଟ୍ଟା

ଆଦିବାସୀଙ୍କ ଭୂ-ସଂପତ୍ତି ହାତେଇବାକୁ ବଡ଼ ଚକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରେ କାମ କରୁଛି ଏକ ବଡ଼ ରାକେଟ୍ । ଖତିଆନ ଠାରୁ ପଟ୍ଟା ପର୍ଯ୍ୟନ୍ତ ରାତି ଅଧିଆ ସବୁ କିଛି ବଦଳି ଯାଉଛି ।

V Sugnana Kumari Deo
ଭୁବନେଶ୍ୱରରେ ରାଣୀ ସୁଜ୍ଞାନଙ୍କ ପାର୍ଥିବଶରୀର; ଆସନ୍ତାକାଲି ଖଲ୍ଲିକୋଟରେ କରାଯିବ ଶେଷକୃତ୍ୟ

ବିଧାନସଭା ପରିସରରେ ଶ୍ରଦ୍ଧାଞ୍ଜଳି ଦିଆଯିବ । ପରେ ଖଲ୍ଲିକୋଟ ସ୍ଥିତ ସୁଜ୍ଞାନ କୁମାରୀଙ୍କ ବାସଭବନରେ ମରଶରୀର ଶେଷ ଦର୍ଶନ ପାଇଁ ରଖାଯିବ ।

V. Sugnana Kumari Deo
ପରଲୋକରେ ଖଲ୍ଲିକୋଟ ରାଣୀ...ଝୁରୁଛି ଗଞ୍ଜାମ, ରାଜ୍ୟ ରାଜନୀତିରେ ଛାଇଯାଇଛି ଶୂନ୍ୟତା

ସେ ଥିଲେ ରାଜ୍ ପରିବାରର ଦାୟାଦ । ହେଲେ ରାଜନୀତିରେ ରହି ବି କେବେ ରଖି ନଥିଲେ ପଦ ଆଉ କ୍ଷମତାର ମୋହ । ଖଲ୍ଲିକୋଟର ରାଣୀ ଭାବେ ସମ୍ମାନ ଆଉ ସ୍ୱାଭିମାନର ଟେକ ରଖିଥିଲେ ବର୍ଷିୟାନ ରାଜନେତ୍ରୀ ଭି. ସୁଜ୍ଞାନ କୁମାରୀ ଦେଓ ।

Madhu Babu Pension
ଖୁସି ଖବର; ବଢ଼ିଲା ମଧୁବାବୁ ପେନସନ୍‌ ଟଙ୍କା, ଏହି ମାସରୁ ମିଳିବ ୧୦୦୦

ଚଳିତ ଫେବ୍ରୁୟାରୀରୁ ଏହା ଲାଗୁ ହେବ । ଫେବୃୟାରୀ ୨୦ରୁ ୨୫ ମଧ୍ୟରେ ବର୍ଦ୍ଧିତ ପେନସନ ମିଳିବ । ଏଥିପାଇଁ ଖର୍ଚ୍ଚ ହେବ ୩ ହଜାର ୬୮୩ କୋଟି ଟଙ୍କା ।

Lord Jagannath
ଆଜି ପଦ୍ମବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ପରେ ବଡ଼ ସିଂହାରରେ ଏହି ବେଶ ହୁଏ। ଏହି ବେଶରେ ଥିଲା ବେଳେ ହିଁ ମହାପ୍ରଭୁଙ୍କୁ ପହୁଡ଼ କରାଯାଇଥାଏ।

Historic Dakbangala
ପରିଚୟ ଖୋଜୁଛି ଐତିହାସିକ କାକଟ ଡାକବଙ୍ଗଳା; ଗଲାଣି ଭାଙ୍ଗିରୁଜି...ପ୍ରଶାସନର ନାହିଁ ଦୃଷ୍ଟି !

ପରିଚୟ ହରାଇବାକୁ ବସିଲାଣି ଐତିହାସିକ କାକଟ ଡାକବଙ୍ଗଳା । ରକ୍ଷାଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି କବାଟ-ଝରକା । ପ୍ରଶାସନ ପୁନରୁଦ୍ଧାର ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ।

Bhubaneswar AIIMS
ଜିତିଲା ଚିକିତ୍ସା ବିଜ୍ଞାନ, ୯ ବର୍ଷର ପିଲାକୁ ନୂଆ ଜୀବନ ଦେଲା ଭୁବନେଶ୍ୱର ଏମ୍ସ

ପଶ୍ଚିମବଙ୍ଗର ଏକ ବାଳକର ଫୁସଫୁସରୁ ବିନା ଅସ୍ତ୍ରୋପଚାର କରି ୪ ସେଣ୍ଟିମିଟର ଛୁଞ୍ଚି ବାହାର କରିଛନ୍ତି ଭୁବନେଶ୍ୱର ଏମସ ଡାକ୍ତରୀ ଦଳ ।

father and son meet after 7 years
୭ ବର୍ଷ ପରେ ବାପା-ପୁଅ ମିଳନ.. ମୁଢି ଯୋଡିଦେଲା ସଂସାର

ମୁଢ଼ି ଯୋଡ଼ିଦେଲା ସୁନା ସଂସାର। ୭ ବର୍ଷ ହେଲା ନିଖୋଜ ଥିଲେ ବାପା । ମୁଢ଼ି ଖାଇବାକୁ ମାଗିବାରୁ ମିଳିଲା ପରିଚୟ।

fire
ପାଉଁଶ ପାଲଟିଗଲା ଝିଅ ବାହାଘର ସ୍ୱପ୍ନ..

ଥିଲା ଘରବାଲା ବି ଝିଅଟିକୁ ବାହା ଦେବେ ବୋଲି କେତେ କଣ ସାଇତିଥାନ୍ତି..ଆଉ ଗରିବ ଲୋକର ଅଳପ ଧନ ବିକଳ ମନ.. ପେଟରୁ କାଟି କାଟି ଅର୍ଥ ଯୋଡ଼ିଥାଏ ଝିଅଟିକୁ ବାହାଦେବ ବୋଲି.. ହେଲେ ସେତକ ବି ଛଡେଇନେଲା ବିଧାତା.. ନିଆଁ ଲାଗି ସବୁକିଛି ଛାରଖାର ହେଇଗଲା..

Anubhav Mohanty receives divorce decree
୧୦ ବର୍ଷର ଯନ୍ତ୍ରଣାରୁ ମୁକ୍ତ ହେଲେ ଅନୁଭବ ମହାନ୍ତି

ଏକ ଲମ୍ବା ଫାଇଟ୍ ପରେ ଶେଷରେ ଏ ପ୍ରେମ ବିବାହରେ ପଡ଼ିଲା ପୂର୍ଣ୍ଣଚ୍ଛେଦ.. ସତ କହିବାକୁ ଗଲେ କୋର୍ଟଙ୍କ ନିର୍ଦ୍ଦେଶର ବହୁ ପୂର୍ବରୁ ବର୍ଷା ଅନୁଭବ ମାନସିକ ସ୍ତରରେ ହିଁ ଦୂରେଇ ଯାଇଥିଲେ.. ବାକି ଯାହା ରହିଯାଇଥିଲା ବିବାହ ବନ୍ଧନରୁ ମୁକ୍ତି ଲାଗି ଅନୁମତି..ସେତକ ବି ମିଳିଗଲା..

Boy goes missing in Nilagiri
କହିଥିଲା.. ବୋଉଲୋ ଖୋଜିବୁନି, ରାତି ୧୦ରେ ଆସିବି..

ଫୋନ୍ କରି କହିଥିଲା ‘ବୋଉଲୋ ମୋତେ ଖୋଜିବୁନି ମୁଁ ରାତି ୧୦ଟା ବେଳକୁ ଘରକୁ ଆସିବି..’ ହେଲେ ଚାରି ରାତି ବିତିଗଲାଣି.. ନା ପୁଅ ଫେରିଲା.. ନା ମିଳିଲା ଖୋଜଖବର.. ଯାହା ମିଳିଲା ଦେହ ଥରାଇଦେଲା..

tearful farewell to teacher
ଅନିରୁଦ୍ଧ ସାରଙ୍କୁ ଝୁରିବ ମଙ୍ଗରାଜପୁର ନୋଡାଲ ଉ:ପ୍ରା ସ୍କୁଲ

ତାଙ୍କ ହାତର ଛାଟ ଖାଇ ମଣିଷ ହେବାର ବାଟ ଦେଖୁଥିବା ପିଲାମାନେ ତାଙ୍କ ଉପଦେଶ ସବୁକୁ ମିସ୍ କରିବେ। ଖାସ୍ ସେଇଥିପାଇଁ ସ୍କୁଲରେ ଆଜି ସାରଙ୍କ ଶେଷଦିନ ବୋଲି, ଲାଗିଛି ଏମିତି ଗହଳ ଚହଳି।