ଗୁହାଳ ପରି ଭଙ୍ଗା ଦଦରା ଘରେ ବି ମଣିଷ ରହୁଛନ୍ତି..ଆଉ ଏମିତ ଦୟନୀୟ ଜୀବନ ଜୀଉଁଛନ୍ତି..
ଅକାଳରେ ଚାଲିଗଲେ ଶିକ୍ଷକ... ବେସାହାରା ହୋଇଗଲା ପରିବାର... ସ୍ୱାମୀଙ୍କ ଫଟୋକୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ। ପରିବାରରେ କେହି ରୋଜଗାରିଆ ନଥିବାରୁ ଦିନକୁ ଦୁଇ ମୁଠା ଆହାର ଯୋଗାଡ଼ କରିବା ଏବେ ହୋଇ ପଡ଼ିଛି କଷ୍ଟକର...
ମୁଣ୍ଡ ଉପରେ ସାହାରା ପାଇଁ କାହାର ହାତ ନାହିଁ କି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ.. ଏପଟେ କୋଳରେ ୬ଟି କଅଁଳ ଜୀବନ… ମଥାର ସିନ୍ଦୂର ଲିଭିଗଲା ପରେ.. ମାଡ଼ିବସିଛି ଦୁଃଖର ପାହାଡ଼..ଏ ହେଉଛି ଜଣେ ଅସହାୟ ମାଆର କାହାଣୀ..
ସରକାରଙ୍କୁ ପ୍ରଶ୍ନ ପଚାରୁଛି ଜଣେ ଅସହାୟ ମହିଳା । ବାରମ୍ବାର ଦଉଡି ଦଉଡି ଘରେ ଖଣ୍ଡିଏ ଦେଲନି...ଭୋଟ୍ ମାଗିଲ, ଆମେ ଦେଲୁ । ଏବେ ତ କିଛି ଶୁଣୁନ, ମୁଁ ମଲା ପରେ କଣ ଘର ଦେବ କି?
ଆବାସ ଘର ଖଣ୍ଡିଏ ଲାଗି ୩୦ ବର୍ଷ ହେଲା ଧାଉଁଛନ୍ତି ହେଲେ ପାଉନାହାନ୍ତି । କେତେବେଳେ ସାପ ତ ଆଉ କେତେବେଳେ ଘରେ ପଶୁଛନ୍ତି ବେଙ୍ଗ । ନିଜ ନାଁରେ ଢିହ ଖଣ୍ଡେ ନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଏମାନେ
ଜୀବନ ଯେବେ ଯନ୍ତ୍ରଣା ଦିଏ, ବଞ୍ଚିବା ହୋଇପଡ଼େ ଦୁର୍ବିସହ । ନା ସହି ହୁଏ ନା କାହାକୁ କହିହୁଏ । ଆଖିର ଲୁହକୁ ଓଠରେ ପିଇ ସବୁ ଯନ୍ତ୍ରଣା ସହିବାକୁ ହୁଏ ଏମିତି... ଏକାକି ଓ କେବଳ ଏକାକି….
ଦୁଇ ଦିବ୍ୟାଙ୍ଗ ଝିଅକୁ ଛାଡ଼ି ଚାଲିଗଲା ମାଆ। ୪ ବର୍ଷ ହେଲାଣି ବାପା ମରିଗଲେଣି....ଭୋକ ଉପାସରେ କଟୁଛି ଦିନ। ଦିନେ ଖାଇଲେ ଦୁଇଦିନ ମିଳୁନି....କବାଟ ନାହିଁ କି ଝରକା ନାହିଁ ତଥାପି ଏଇ ଘରେ ରହୁଛନ୍ତି ଦୁଇ ଭଉଣୀ…ସାହାଯ୍ୟ ଅପେକ୍ଷାରେ ଏମାନେ
ଦୁଇ ପୁଅଙ୍କ ଚିକିତ୍ସା ପାଇଁ ୧୫ ହଜାର ଟଙ୍କାରେ ରାସନ ଓ ଭତ୍ତା କାର୍ଡ଼କୁ ବନ୍ଧା ପକାଇଦେଲା ବାପା। ଚାଉଳ ବିକି ବନ୍ଧା କାର୍ଡକୁ ଆଣିବାକୁ ଚେଷ୍ଟା କରୁଛନ୍ତି ବାପା...ପ୍ରଶ୍ନ ଉଠୁଛି କୁଆଡ଼େ ଗଲା ବିଜୁ ସ୍ୱାସ୍ଥ୍ୟ କାର୍ଡ଼?
ଭେଣ୍ଡିଆ ପୁଅର କାମ କରୁନି କିଡନୀ। ଚିକିତ୍ସା ପାଇଁ ପାଖରେ ଅର୍ଥ ବି ନାହିଁ, କିଡନୀ ପ୍ରତ୍ୟାରୋପଣ ପାଇଁ ଦରକାର ୧୦ ଲକ୍ଷ ଟଙ୍କା, ପାଖରେ ଟଙ୍କା ନଥିବାରୁ ସାହାଯ୍ୟ ମାଗୁଛନ୍ତି ପୂରା ପରିବାର
କିଡନୀ ରୋଗରେ ପଡ଼ିଛି ସ୍ୱାମୀ। ପାଖରେ ଟଙ୍କା ନାହିଁ, ଚିକିତ୍ସା ଲାଗି ଘରକୁ ଘର, ଗାଁ କୁ ଗାଁ ବୁଲି ଭିକ ମାଗୁଛି ସ୍ତ୍ରୀ....ସେପଟେ ଭେଣ୍ଡିଆ ପୁଅ ପାଇଁ ଘର ବନ୍ଧା ପକାଇଦେଇଛି ବୁଢା ବାପା...ସାହାଯ୍ୟ ଅପେକ୍ଷାରେ ସନ୍ୟାସୀ
ଓଡ଼ିଶାବାସୀଙ୍କୁ ମୁଁ ହାତ ଯୋଡି ନିବେଦନ କରୁଛି...ସମସ୍ତଙ୍କ ପରି ମତେ ସାହାଯ୍ୟ କରନ୍ତୁ, ମୋ ଜୀବନ ବଂଚାଇ ଦିଅନ୍ତୁ...ମୁଁ ବଂଚିବାକୁ ଚାହୁଁଛି...କିଡନୀ ରୋଗରେ ପଡ଼ି ଏମିତି କାକୁତି ମୀନତି ହେଉଛି ଭେଣ୍ଡିଆ ପୁଅ
ଅସହାୟ ସ୍ୱାମୀର ସାହସ ପାଲଟିଛି ସ୍ତ୍ରୀ । ନିଜ ସ୍ୱାମୀ ଓ ପରିବାର ପାଇଁ ମୋ ବସ୍ର ମହିଳା କଣ୍ଡକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି ଗଞ୍ଜାମର ଛବି ପ୍ରଧାନ । ଇଏ ହେଉଛନ୍ତି ସ୍ୱାମୀକୁ ଇହକାଳ ପରକାଳର ଦେବତା ଭାବୁଥିବା ଜଣେ ଭିନ୍ନ ମହିଳା । ସ୍ୱାମୀଙ୍କ ପାଇଁ ସହାୟତା ଲାଗି ପର ହାତକୁ ନ ଅନେଇ ଏରୁଣ୍ଡିବନ୍ଧ ବାହାରକୁ ଗୋଡ଼ କାଢ଼ି ସମାଜରେ ଏକ ବିଶିଷ୍ଟ ଉଦାହରଣ ପାଲଟିଛନ୍ତି ଛବି ।
ମୋ ବସ୍ ର ମହିଳା କଣ୍ଡକ୍ଟର ଛବି ପ୍ରଧାନ। ଘର ଗଞ୍ଜାମ, ରୁହନ୍ତି ଭୁବନେଶ୍ୱର ଓୟୁଏଟି ପାଖ ଫାର୍ମ ଗେଟ୍ ବସ୍ତିରେ। ମୋ ବସରେ ଯାତ୍ରୀଙ୍କ ଠାରୁ ଟିକେଟ୍ କାଟନ୍ତି, ଯାତ୍ରୀ ଗନ୍ତବ୍ୟସ୍ଥଳୀ ସମ୍ପର୍କରେ ସହାୟତା କରନ୍ତି। ତାଙ୍କର ଏ କାମ ପଛର କାହାଣୀ ଶୁଣିଲେ କହିବେ ପରିଶ୍ରମର ଫଳ ନିଶ୍ଚୟ ମିଠା।