ଉଦଘାଟନ ଅପେକ୍ଷାରେ ଆବୁଧାବିର ସୁବୁଠୁ ବଡ଼ ହିନ୍ଦୁ ମନ୍ଦିର। ଆସନ୍ତା ୧୪ ତାରିଖରେ ଉଦଘାଟନ ହେବ ‘ବେଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀ ନାରାୟଣ ସଂସ୍ଥା’-BAPS ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଆବୁଧାବି ଗସ୍ତ କରି ଏହାର ଉଦଘାଟନ କରିବେ।
Also Read
ଅଧିକ ପଢ଼ନ୍ତୁ: ଜର୍ମାନ କଣ୍ଠଶିଳ୍ପୀ ଗାଇଲେ ରାମ ଭଜନ, ଭାଇରାଲ ହେଉଛି ଭିଡିଓ
ଏହାପୂର୍ବରୁ ସାମ୍ନାକୁ ଆସିଛି ମନ୍ଦିରର ଭବ୍ୟ ଦୃଶ୍ୟ। ନାଗର ଶୈଳୀରେ ନିର୍ମାଣ ହୋଇଥିବା ମନ୍ଦିର ଗୁଜରାଟର ସୋମନାଥ, କାଶୀ ବିଶ୍ବନାଥଙ୍କ ମନ୍ଦିରର ଭ୍ରମ ସୃଷ୍ଟି କରିଛି। ଗ୍ରାନାଇଟ୍ ଓ ଧଳା ମାର୍ବଲରେ ମନ୍ଦିରକୁ ନିର୍ମାଣ କରାଯାଇଛି। ଏହା ଦେଖିବାକୁ ଯେତେ ରମ୍ୟ ସେତେ ସୁନ୍ଦର ମଧ୍ୟ।
ମନ୍ଦିରର ପ୍ରତିଟି କୋଣ ଓ ପ୍ରାଚୀରରେ ଭାରତୀୟ ସଭ୍ୟତା ଓ ସଂସ୍କୃତିର ଝଲକ ରହିଛି। ମନ୍ଦିରର ପାର୍ଶ୍ୱ ଦେବା ଦେବୀ ଓ କଳା ବି ଏକ ଦିବ୍ୟ ଅନୁଭୂତି ଆଣିଛି। ଦିନରେ ନିଜ କଳା ଓ ଭାସ୍କର୍ଯ୍ୟରେ ଝଟକୁଥିବା ମନ୍ଦିର ରାତିରେ ଲେଜର ଲାଇଟରେ ଅଧିକ ଚମକିଛି। ୨୦୧୫ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବୁଧାବି ଗସ୍ତ ବେଳେ ଏହାର ପରିକଳ୍ପନା ଓ ଯୋଜନା ପ୍ରସ୍ତୁତ ହୋଇଥିଲା।