/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707658434.jpg)
Increases Bonus For Kendu Leaf Pluckers
କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଘୋଷଣା ହେଲା ପ୍ୟାକେଜ୍ । କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଦୁଇ ଶହ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏଥି ସହ କେନ୍ଦୁପତ୍ରର ମୂଲ୍ୟ ୧ ଟଙ୍କା ୪୦ ପଇସାରୁ ଏକ ଟଙ୍କା ୬୦ ପଇସାକୁ ବୃଦ୍ଧି କରାଯାଇଛି ।
କନ୍ୟା ବିବାହ ସହାୟତା ରାଶିକୁ ୨୫ ହଜାର, ସିଜିନାଲ କର୍ମଚାରୀଙ୍କ ବୋନସ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ସରକାର । ରେଢ଼ାଖୋଲରେ ଆୟୋଜିତ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବିଶାଳ ସମାବେଶରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ତେବେ ବିଜେପି କହିଛି ସରକାର ଓଡିଶାର ଲକ୍ଷ ଲକ୍ଷ କେନ୍ଦୁପତ୍ର ଶ୍ରମିକଙ୍କୁ ବିଶ୍ୱାସଘାତକତା କରିଛନ୍ତି ।
ପୂର୍ବରୁ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବୋନସ ସହ ଛତା, ଜୋତା ମିଳିବାର ନିୟମ ଅଛି । ଗତ ବର୍ଷ ଚପଲ ପାଇଁ ୧୬୦ ଟଙ୍କା ଓ ପାଣି ବୋତଲ ପାଇଁ ୨୦୦ ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ଅନେକ ଶ୍ରମିକ ବୋନସ ଟଙ୍କା ପାଇ ନଥିବା ଜଣାପଡିଛି । ଅନେକ ଶ୍ରମିକଙ୍କୁ ପରିଚୟ ପତ୍ର ମିଳୁ ନଥିବାରୁ ଅସୁବିଧା ସୃଷ୍ଟି ହେଇଥିଲା । କୌଣସି ଶ୍ରମିକ କାର୍ଯ୍ୟସ୍ଥଳୀରେ ପ୍ରାଣ ହାରିଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ମୂଳକ ସହାୟତା ରାଶି ମିଳିବାର ନିୟମ ରହିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)