/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707493823.jpg)
Historic Dakbangala
ମାଟିରେ ମିଶିବାକୁ ବସିଲାଣି କେନ୍ଦ୍ରପଡ଼ା ସହରର କାକଟ ଡାକବଙ୍ଗଳା । କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗର ଅଧୀନରେ ଥିବା ଏହି ଡାକ ବଙ୍ଗଳା ଦିନେ ନୌବାଣିଜ୍ୟର ମୂକ ସାକ୍ଷୀ ଥିଲା, ହେଲେ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ । ଡାକ ବଙ୍ଗଳାର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି ।
କେନ୍ଦ୍ରପଡ଼ା ସହରର କାକଟ ଲକ୍ ଡାକବଙ୍ଗଳା । ଦିନେ ବଡ଼ ବଡ଼ ଅଧିକାରୀଙ୍କୁ ଆତିଥେୟତା ପ୍ରଦାନ କରୁଥିଲା, ଆଜି ଜରାଜୀର୍ଣ୍ଣ । ବ୍ରିଟିଶ ଅମଳର ଏହି ଡାକ ବଙ୍ଗଳାଟି ନୌବାଣିଜ୍ୟର ମୂକସାକ୍ଷୀ । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ପରିଚୟ ହରାଇବାକୁ ବସିଛି । କବାଟ ଝରକା ଭାଙ୍ଗିରୁଜି ଯାଇଥିବା ବେଳେ, ଜଣେ ଠିକାଦାର ଏହାକୁ କବଜା କରି ରଖିଥିବା ଅଭିଯୋଗ ହୋଇଛି । ଏବେ ଡାକବଙ୍ଗଳାଟି ଜୈନେକ ଠିକାଦାରଙ୍କ କବଜାରେ ଥିବାବେଳେ, ଜଳସଂପଦ ବିଭାଗ ଉଦାସୀନତାକୁ ଦାୟୀ କରିଛନ୍ତି ଲୋକେ ।
ଡ଼ାକବଙ୍ଗଳାର ପୁନଃରୁଦ୍ଧାର ସହ ରକ୍ଷଣା ବେକ୍ଷଣ ପାଇଁ ବାରମ୍ବାର ଦାବି ହୋଇଛି। ସେପଟେ ଜଳସଂପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି, ସରକାରଙ୍କ ଅବଗତ କରାଯାଇଛି, ଅର୍ଥ ମଂଜୁର କରାଗଲେ ପୁନରୁଦ୍ଧାର କରାଯିବ । ନଅଙ୍କ ଦୁର୍ଭିକ୍ଷ ପରେ ପରେ କେନ୍ଦ୍ରପଡ଼ାରେ ଜଳସେଚନର ସୁବିଧା ପାଇଁ ଖୋଳାଯାଇଥିଲା ଗୋବରୀ କେନାଲ । କେନାଲରେ ଜଳ ପରିଚାଳନା ପାଇଁ ୧୮୬୯ରେ କାକଟ ଲକ୍ ନିର୍ମାଣ କରାଯାଇଥିଲା । ପରେ ୧୯୭୮ ବେଳକୁ କାର୍ଯ୍ୟକ୍ଷମ ହୋଇଥିଲା ଏହି ଐତିହାସିକ ଡାକବଙ୍ଗଳା। ହେଲେ ଏବେ ନିଜ ପରିଚୟ ଖୋଜୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)