• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Mamata Scheme
ଦୁଇ ଗୁଣ ବଢ଼ିଲା ମମତା ଯୋଜନା ସହାୟତା ରାଶି, ୨ଟି କିସ୍ତିରେ ମିଳିବ ୧୦ ହଜାର ଟଙ୍କା

ନୂଆ ଯୋଜନାରେ ୨ଟି କିସ୍ତିରେ ହିତାଧିକାରୀଙ୍କ ଜମା ଖାତାକୁ ସହାୟତା ରାଶି ସିଧାସଳଖ ଦିଆଯିବ ।

Electricity tariff cut in Odisha
କମିଲା ବିଜୁଳି ଦର, ୧୦ ପଇସାରୁ ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କଲେ ସରକାର

ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କଲେ ଓଇଆର୍‌ସି । ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ କରାଗଲା ।

Missing
ସରକାର ନେଇଥିଲେ ତିରୁପତି; ବିତିଲାଣି ୪ ଦିନ, ମିଳୁ ନାହାଁନ୍ତି ତୀର୍ଥଯାତ୍ରୀ

ତୀର୍ଥଯାତ୍ରାକୁ ଯାଇ ୩ ବୃଦ୍ଧା ନିଖୋଜ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ତିରୁପତି ଯାଇଥିବା ଯାତ୍ରୀଙ୍କ ମଧ୍ୟରୁ ନିଖୋଜ ହୋଇ ଯାଇଛନ୍ତି ତିନି ଜଣ ବୃଦ୍ଧା ।

Elephant
ଜଙ୍ଗଲରେ ପଡ଼ିଥିଲା ବୋମା, ଚୋବାଇ ଦେଲା ଦନ୍ତାହାତୀ...ଚାଲିଗଲା ଜୀବନ

ବୋମା ବିସ୍ଫୋରଣରେ ଦନ୍ତା ହାତୀର ମୃତ୍ୟୁ । ଭରତପୁର ଜଙ୍ଗଲରେ ବୋମା ବିସ୍ଫୋରଣର ଶିକାର ହୋଇଥିବା ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ହାତୀଟି ଖୋର୍ଦ୍ଧା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି ।

Kotia
କୋଟିଆକୁ ନେଇ ପୁଣି ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ; ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଉଭୟ ଟଣାଓଟରା

କୋଟିଆ ଗ୍ରାମପୁଞ୍ଜରେ ଆଦାନୀ ଗ୍ରୁପ ତିଆରି କରିବ ପମ୍ପ ଚାଳିତ ଜଳ ବିଦ୍ୟୁତ ପ୍ରକଳ୍ପ ଏବଂ ବିଦ୍ୟୁତ ସରବରାହ କରିବ ଟାଟା ପାୱାର । ପାଖାପାଖି ୫୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପରେ ୨୨୦୦ ମେଗାୱାଟର ବିଦ୍ୟୁତ ଉତ୍ପନ୍ନ ହେବା ସୂଚନା ରହିଛି ।

Student Missing
ସ୍କୁଲରୁ ହଜିଗଲା ମୋ ପାଠ ପଢୁଆ ୮ ବର୍ଷର ପୁଅ

ଗେଲ ବସରର ପୁଅ ଥିଲା ଆୟୂଷ । ଅସହାୟ ବାପା ଆଶିଷ କିନ୍ତୁ ତାକୁ ନେଇ ଆଶ୍ରମ ସ୍କୁଲରେ ଛାଡ଼ି ଦେଲେ ତାର ଉଜ୍ୱଳ ଭବିଷ୍ୟତ ପାଇଁ । ହେଲେ ଦିନେ ସେ କୁଆଡ଼େ ଚାଲିଗଲା । ଏବେ ହଜିଲା ପୁଅକୁ ଖୋଜୁଛନ୍ତି ତା ପରିବାର । ବାପା ଆଶିଷ କହୁଛନ୍ତି, ଖୋଜି ଆଣିଦିଅ ମୋ ପୁଅକୁ । ରାଇରଙ୍ଗପୁରରୁ ଦେଖନ୍ତୁ ଏହି ରିପୋର୍ଟ..

red ant chutney
ପଇସା ପତ୍ର ଯୋଗାଡ଼ କରି ମୟୂରଭଞ୍ଜ ଆସ; ନାଲି କାଇ ଚଟଣୀ ଚାଖ

ଜିଆଇ ଟ୍ୟାଗ ପାଇବାପରେ ଉଦଳାର ଅଧିକାଂଶ ସ୍ଥାନରେ ନାଲି କାଇ ଚଟଣିର ଚାହିଦା ବଢ଼ି ଯାଇଛି । ନାଲି କାଇରେ ରହିଛି, ପ୍ରୋଟିନ, କାଲସିୟମ, ଫସଫରସ, ପଟାସିୟମ, ଭିଟାମିନ, ଆଇରନ, ଭିଟାମିନ B12.

5T school
ଶୋଚନୀୟ ଅବସ୍ଥାରେ ସଲଙ୍ଗାବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ

5T ମାଧ୍ୟମରେ ସ୍କୁଲ ରୂପାନ୍ତରଣ କରି ଶୈଖିକ ବାତାବରଣ ସୃଷ୍ଟି କରାଯାଉଥିବା ନେଇ ଦାବି ହେଉଛି । ହେଲେ ତାହାର ପୋଲ୍ ଖୋଲି ଦେଇଛି ସଲଙ୍ଗାବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ

Beggar
ଭିକ ମାଗି ଲକ୍ଷପତି...୪୫ଦିନରେ ୨.୫ଲକ୍ଷ ରୋଜଗାର... ଧରିଛନ୍ତି ସ୍ମାର୍ଟ ଫୋନ୍, ଚଢୁଛନ୍ତି କାର୍

ମହିଳା ଜଣକ କହିଥିଲେ ଯେ, ସେ ଦେଢ ମାସରେ ଅଢେଇ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ସେଥିମଧ୍ୟରୁ ୧ଲକ୍ଷ ଟଙ୍କା ଗାଁକୁ ପଠାଯାଇଥିବା ବେଳେ ଆକାଉଣ୍ଟରେ ୫୦ ହଜାର ଟଙ୍କା ଜମା କରିଛନ୍ତି।

Abudhabi Hindu Temple
ଆବୁଧାବିର ସବୁଠୁ ବଡ଼ ହିନ୍ଦୁ ମନ୍ଦିର... ପ୍ରତିଟି କୋଣରେ ଭାରତୀୟ ସଭ୍ୟତା ଓ ଭାସ୍କର୍ଯ୍ୟର ଝଲକ

ନାଗର ଶୈଳୀରେ ନିର୍ମାଣ ହୋଇଥିବା ମନ୍ଦିର ଗୁଜରାଟର ସୋମନାଥ, କାଶୀ ବିଶ୍ବନାଥଙ୍କ ମନ୍ଦିରର ଭ୍ରମ ସୃଷ୍ଟି କରିଛି। ଗ୍ରାନାଇଟ୍ ଓ ଧଳା ମାର୍ବଲରେ ମନ୍ଦିରକୁ ନିର୍ମାଣ କରାଯାଇଛି।

News Fuse
ବର୍ଷ ବର୍ଷ ଧରି ଲୋକଙ୍କ ଦୃଦୟ ମାପୁଥିବା ଶଶିଙ୍କ ପାଇଁ ହୃଦୟ ନାହିଁ

ସମ୍ପତ୍ତି ଦେଲେନି ବୋଲି ଶବକୁ ପର କରିଦେଲେ ପରିବାର। ଶେଷରେ ୪ ଦିନ ପରେ ଶତ୍କାର କଲେ କେୟାରଟେକର। ହେଲେ ଏବେ ଶଶି ଦିଦି ଭାବେ ପରିଚିତ ମଦର ଟେରେସା ପୁରସ୍କାର ପ୍ରାପ୍ତ ନର୍ସଙ୍କୁ ଝୁରୁଛି କ୍ୟାପିଟାଲ ହସ୍ପିଟାଲ।

Kin of teacher lost life during COVID yet to receive govt help | Ganjam
ଅକାଳରେ ଚାଲିଗଲେ ଶିକ୍ଷକ... ବେସାହାରା ହୋଇଗଲା ପରିବାର...

ଅକାଳରେ ଚାଲିଗଲେ ଶିକ୍ଷକ... ବେସାହାରା ହୋଇଗଲା ପରିବାର... ସ୍ୱାମୀଙ୍କ ଫଟୋକୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ। ପରିବାରରେ କେହି ରୋଜଗାରିଆ ନଥିବାରୁ ଦିନକୁ ଦୁଇ ମୁଠା ଆହାର ଯୋଗାଡ଼ କରିବା ଏବେ ହୋଇ ପଡ଼ିଛି କଷ୍ଟକର...

This family in Odisha’s Chandbali forced to share house with cow
ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଗୁହାଳରେ କଟୁଛି ଦିନ

ଯେଉଁଠି ଗୁହାଳ ,ସେଇଠି ଚାଲିଛି ରୋଷେଇ... ପିଲାଙ୍କ ପାଠ ପଢା ପାଇଁ ଭଲ ଜାଗା ଟିକେ ବି ନାହିଁ। ପଶୁ ଓ ମଣିଷଙ୍କ ମୁଣ୍ଡ ଗୁଞ୍ଜିବାକୁ ସେଇ ଗୋଟିଏ ଘର.... ଏଇ ପରିବାର ପାଇଁ, ସରକାରୀ ଯୋଜନା ହୋଇଯାଇଛି, ସାତ ସପନ।

wife’s treatment
ରୋଗିଣୀ ମାଆର ସେବା କରିବାକୁ ପାଠ ଛାଡିଲା ଝିଅ

ଖଟିଆରେ ଟେକି ନେଲେ ଯାଉଛନ୍ତି, ଉଠାଇ ବସାଇଲେ ବସୁଛନ୍ତି ଆଉ ଖୁଆଇଲେ ଖାଉଛନ୍ତି । ଏ ହେଉଛନ୍ତି ମୟୁରଭଂଜ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ବାଗଡେଗା ଗାଁର ଭାରତୀ ମହାନ୍ତ। ଦୀର୍ଘ ବର୍ଷେ ହେଲା ପାରାଲେସିସରେ ଆକ୍ରାନ୍ତ ହୋଇ ଶଯ୍ୟାସାୟୀ ହୋଇଛନ୍ତି ଭାରତୀ।

17 Lakh fraud
ଡାକ୍ତରଙ୍କ ମା’ଙ୍କୁ ଚୂନା ଲଗାଇଲେ...ପୁଅ-ବୋହୂଙ୍କୁ ମୁକୁଳାଇବାକୁ କହି ୧୭ଲକ୍ଷ ଠକେଇ

ଡାକ୍ତର ପୁଣ୍ୟଶ୍ଲୋକଙ୍କ ମାଆଙ୍କୁ ୨୦ ଲକ୍ଷ ଟଙ୍କା ଯୋଗାଡ କରିବାକୁ କହିଥିଲେ ପଡୋଶୀ ସମ୍ବିତ ସାମଲ । ଥାନା ଓ କୋର୍ଟରେ ଖର୍ଚ୍ଚ କରି ତାଙ୍କ ପୁଅ ଓ ବୋହୂଙ୍କୁ ଗିରଫଦାରୀରୁ ବଞ୍ଚେଇ ଦେବେ କହି ୧୭ ଲକ୍ଷ ଟଙ୍କା ନେଇଥିଲେ।

Mobile banking vehicles
ଖତ ଖାଉଛି ମୋବାଇଲ୍ ବ୍ୟାଙ୍କ...କୋଟି କୋଟି ଖର୍ଚ୍ଚ ସତ୍ତ୍ବେ ଲାଗୁନି କାମରେ...

ଖତ ଖାଉଛି ସମବାୟ ବ୍ୟାଙ୍କର ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା । ବସ୍ ଭିତରେ ବନ୍ଦ ପଡ଼ିଛି ଟଙ୍କା ନେଣଦେଣ ମେସିନ୍। ଆଉ ପାଣିର ଗାର ପାଲଟିଛି ରାଜ୍ୟ ସରକାରଙ୍କ ସବୁ ଲୋକଙ୍କୁ ବ୍ୟାଙ୍କ ସେବାର ପ୍ରତିଶ୍ରୁତି ।

Dr Champeswar Panigrahi
ବଣ୍ଡାଘାଟିର ଦ୍ୱିତୀୟ ଈଶ୍ୱର ଚମ୍ପେଶ୍ୱର ପାଣିଗ୍ରାହୀ

ଦୁଇ ବର୍ଷ ତଳେ ନିଯୁକ୍ତି ପାଇ ଏଠାକୁ ଆସିଥିଲେ ଡାକ୍ତର ଚମ୍ପେଶ୍ୱର । ସେତେବେଳେ ବଣ୍ଡା ଜନଜାତି, ସ୍ୱାସ୍ଥ୍ୟକେନ୍ଦ୍ର ନଆସି ଗୁଣିଆ ଓ ଦିଶାରିଙ୍କୁ ଭରସା କରୁଥିଲେ ।

Mobile banking
ଖତ ଖାଉଛି ମୋବାଇଲ୍ ବ୍ୟାଙ୍କ

କୁଆଡ଼େ ଗଲା ସରକାରଙ୍କ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା ପ୍ରତିଶ୍ରୁତି? କାହିଁକି ଆଉ ଦେଖିବାକୁ ମିଳୁନି ସମବାୟ ବ୍ୟାଙ୍କର ମୋବାଇଲ୍ ଏଟିଏମ୍ ?

  • Sunday, 11 February 2024
Increases Bonus For Kendu Leaf Pluckers
କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନ୍ୟା ବିବାହ ସହାୟତା ରାଶିକୁ ୨୫ ହଜାର, ସିଜିନାଲ କର୍ମଚାରୀଙ୍କ ବୋନସ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ସରକାର । ରେଢ଼ାଖୋଲରେ ଆୟୋଜିତ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବିଶାଳ ସମାବେଶରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

V Sugnana Kumari Deo
ପଞ୍ଚଭୂତରେ ଲୀନ ହେଲେ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ

୧୦ ଥରର ବିଧାୟିକା ତଥା ଖଲ୍ଲିକୋଟ ରାଣୀ ହେଉଛନ୍ତି ଭି. ସୁଜ୍ଞାନ କୁମାରୀ ଦେଓ । ଗଂଜାମ ଖଲ୍ଲିକୋଟରେ ଥିବା ରାଜପରିବାରର ଶ୍ମଶାନ ଘାଟରେ ଆଜି ତାଙ୍କର ଶେଷକୃତ୍ୟ କରାଯାଇଛି ।

  • Sunday, 11 February 2024
Satakadi hota
ଚାଲିଗଲେ ସାତକଡ଼ି ହୋତା...୯୫ ବର୍ଷରେ ପରଲୋକ

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ । ଭୁବନେଶ୍ୱରରେ ୯୫ ବର୍ଷ ବୟସରେ ପରଲୋକ ।

Balasore Railway Station
ନୂଆ ରୂପରେ ପାଇବ ବାଲେଶ୍ୱର ଷ୍ଟେସନ; ଦେଖିବାକୁ ମିଳିବ ଓଡିଶାର କଳା ସଂସ୍କୃତିର ଝଲକ

ଷ୍ଟେସନରେ ୧୪ଟି ଲିଫ୍ଟ, ୬ଟି ଏସକାଲେଟର, ୨୦ଟି ଆକ୍ସେସ କଣ୍ଟ୍ରୋଲ ଗେଟ୍ ସହ ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରିବା ପାଇଁ ୩ ଫୁଟର ଓଭର ବିଜ୍ ନିର୍ମାଣ କରାଯିବ।

Homeless People
ଗାଁ କମିଟିର ଅନ୍ଧା ଶାସନ

ଗାଁ କମିଟିର ଅନ୍ଧା ଶାସନ । ଜମିରୁ ବେଦଖଲ ନିର୍ଦ୍ଦେଶ ନମାନିବାରୁ ସାମାଜିକ ବାସନ୍ଦର ଶିକାର 12 ପରିବାର । ନବରଙ୍ଗପୁର ରାଇଘର ଥାନା ଅନ୍ତର୍ଗତ ହାତୀବେନା DNK ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

Khallikote queen
ରାଣୀ ମା’ଙ୍କୁ ଝୁରୁଛି ବ୍ଲାକି... ତୁଣ୍ଡରେ ନେଉନି ଖାଦ୍ୟ ପାଣି....

ଚାଲିଗଲେ ରାଣୀ ମା’… ଝୁରୁଛନ୍ତି ବତକ ... ଝୁରୁଛନ୍ତି ପୋଷା କୁକୁର... ଆଖିରୁ ବହି ଚାଲିଛି ଧାର ଧାର ଲୁହ । ପାଟିକୁ ରୁଚୁନି ଦୁଧ ଭାତ କି ମନ ବି ବୁଝୁନି ।

Blessings
ପଡ଼ୋଶୀଙ୍କ ମଙ୍ଗଳ କାମନା କରି ହୁଏ ପୂଜା

କାହା ପାଟିରେ ମନ୍ଦାର ଫୁଲ ତ କାହା ପାଟିରେ ଦୁବଘାସ । ପାଟି ବନ୍ଦ କରି ପଣତ କାନିରେ ଦୁଆରରୁ ଦୁଆର ମୁହଁ ନ ଫିଟାଇ ଚାଲିଛି ଭିକ୍ଷା ଗ୍ରହଣ ।