/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707830597.jpg)
Electricity tariff cut in Odisha
ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କଲେ ଓଇଆର୍ସି । ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ କରାଗଲା । ଘରୋଇ ବ୍ୟତୀତ ଅନ୍ୟ ସମସ୍ତ କାଟେଗୋରୀରେ ଦର ଅପରିବର୍ତ୍ତିତ ରହିଛି । ବିପିଏଲ୍ ଉପଭୋକ୍ତାଙ୍କ ପାଇଁ ମାସିକ ଦେୟ ୮୦ରୁ ୭୦ ଟଙ୍କାକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର ।
କାଗଜ ଛାଡ଼ି ଯେଉଁ ଉପଭୋକ୍ତା ଇ-ବିଲ୍ ନେବେ, ସେମାନଙ୍କ ପାଇଁ ୧୦ ଟଙ୍କା ରିହାତି ଘୋଷଣା କରାଯାଇଛି । ସେହିପରି ଇଭି ଚାର୍ଜିଂ ପାଇଁ ୟୁନିଟ୍ ପିଛା ଦର ୫ ଟଙ୍କା ୫୦ରୁ ୫ ଟଙ୍କାକୁ ହ୍ରାସ କରାଯାଇଛି । ପ୍ରି-ପେଡ୍ ମିଟର ଥିବା ଉପଭୋକ୍ତାଙ୍କୁ ୪% ରିହାତି ମିଳିବ ବୋଲି ଘୋଷଣା ।
ସେହିପରି ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ଦର ୧ ଟଙ୍କା ୬୦ ପଇସା ହ୍ରାସ । ଅନ୍ୟପଟେ ଧାର୍ଯ୍ୟ ସମୟରେ ବିଲ୍ ଦେଲେ ଘରୋଇ ଉପଭୋକ୍ତାଙ୍କୁ ୧୦ ପଇସା ରିହାତି ବୋଲି ଘୋଷଣା କରିଛନ୍ତି ଓଇଆର୍ସି । ସେହିପରି ଆଜି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ମଧ୍ୟ ଘୋଷଣା କରିଛନ୍ତି ।
ଏହି ଯୋଜନାରେ ମାଗଣାରେ ମିଳିବ ବିଜୁଳି । ‘ପିଏମ୍ ସୂର୍ଯ୍ୟଘର’ ମାଗଣା ବିଜୁଳି ଯୋଜନା ହେଉଛି ଛାତ ଉପରେ ବସାଇବାକୁ ଥିବା ସୋଲାର ସ୍କିମ୍ । ଏଥିରୁ ପାଖାପାଖି ୧ ଲକ୍ଷ ଘର ମାଗଣା ବିଜୁଳିର ଲାଭ ଉଠାଇ ପାରିବେ । ଏହି ଯୋଜନାରେ ପାଖାପାଖି ୭୫,୦୦୦ କୋଟି ଟଙ୍କା ନିବେଶ କରାଯିବ । ପ୍ରାୟ ୧ ଲକ୍ଷ ପରିବାର ମାସିକ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇ ପାରିବେ ।
ଏହି ଯୋଜନା ମାଧ୍ୟମରେ ଲୋକମାନେ ସେମାନଙ୍କର ଆୟ ବୃଦ୍ଧିରେ ସହାୟତା ପାଇବେ, ବିଦ୍ୟୁତ୍ ବିଲ୍ ହ୍ରାସ ହେବ ଓ ନୂଆ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)