• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବୋମା ବିସ୍ଫୋରଣରେ ଦନ୍ତା ହାତୀର ମୃତ୍ୟୁ । ଭରତପୁର ଜଙ୍ଗଲରେ ବୋମା ବିସ୍ଫୋରଣର ଶିକାର ହୋଇଥିବା ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ହାତୀଟି ଖୋର୍ଦ୍ଧା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି । ଏହି ହାତୀକୁ ଗତକାଲି ଭରତପୁର ଜଙ୍ଗଲରେ ବନ ବିଭାଗ କର୍ମଚାରୀ ଠାବ କରିଥିଲେ ।

ଅସୁସ୍ଥ ହାତୀର ଚିକିତ୍ସା OUAT ଓ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା କରାଯାଉଥିଲା । ତେବେ ଗତକାଲି ମଧ୍ୟରାତ୍ରରେ ଦନ୍ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ଚିକିତ୍ସା କରିଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ପ୍ରାୟ ୧୫ ଦିନ ତଳୁ ହାତୀଟି ବିସ୍ଫୋରଣର ଶିକାର ହୋଇଥିବା ଅନୁମାନ କରାଯାଉଛି ।

ବାରହା ଶିକାର ପାଇଁ ଶିକାରୀ ଖଞ୍ଜିଥିବା ବୋମା ଖାଇ ଦନ୍ତା ହାତୀଟି ବିସ୍ଫୋରଣର ଶିକାର ହୋଇଥିବା ଅନୁମାନ କରାଯାଉଛି। ବୋମା ବିସ୍ଫୋରଣରେ ହାତୀଟିର ଜିଭ ଛିଡ଼ିଯିବା ସହ ମାଢ଼ି ହାଡ଼ ଫାଟି ନଷ୍ଟ ହୋଇଯାଇଥିଲା । ତେବେ ଏନେଇ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଅନ୍ୟପଟେ ପ୍ରଶ୍ନ ଉଠିଛି ଜଙ୍ଗଲ ଭିତରେ ବୋମା ଖଞ୍ଜିଲା କିଏ? ଜଙ୍ଗଲରେ କିପରି ଶିକାରୀ ବେଫିକର୍ ହୋଇ ବୁଲୁଛନ୍ତି? ବୋମା ଖଞ୍ଜିବାକୁ କେମିତି ସାହସ ମିଳୁଛି? ସେପଟେ ବୋମା ବିସ୍ଫୋରଣରେ ଦନ୍ତା ହାତୀର ମୃତ୍ୟୁ ମାମଲାରେ ଆରମ୍ଭ ହୋଇଛି ତଦନ୍ତ । କେଉଁ ସ୍ଥାନରେ ବୋମା ଖଞ୍ଜା ଯାଇଥିଲା, ବୋମା କିଏ ଖଞ୍ଜି ଥିଲା ସେ ସବୁର ଅନୁଧ୍ୟାନ କରାଯାଉଛି ।

ଆଜି ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ଭରତପୁର ଜଙ୍ଗଲରେ ବୋମା ବିସ୍ଫୋରଣର ଶିକାର ହୋଇଥିବା ଦନ୍ତା ହାତୀକୁ ୧୫ ଦିନ ତଳୁ ଚନ୍ଦକା ଅଭୟାରଣ୍ୟରେ ଠାବ କରାଯାଇ ଚିକିତ୍ସା କରାଯାଉଥିଲା ।

ଅସୁସ୍ଥ ହାତୀର ଚିକିତ୍ସା OUAT ଓ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ହୋଇଥିଲା । ତେବେ ଗତକାଲି ମଧ୍ୟରାତ୍ରରେ ଦନ୍ତାର ମୃତ୍ୟୁ ଘଟିଛି ।