• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ତୀର୍ଥଯାତ୍ରାକୁ ଯାଇ ୩ ବୃଦ୍ଧା ନିଖୋଜ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ତିରୁପତି ଯାଇଥିବା ଯାତ୍ରୀଙ୍କ ମଧ୍ୟରୁ ନିଖୋଜ ହୋଇ ଯାଇଛନ୍ତି ତିନି ଜଣ ବୃଦ୍ଧା । କେନ୍ଦ୍ରାପଡ଼ା ଭରତପୁରରୁ ବାସନ୍ତି ମଲ୍ଲିକ, ଖୋର୍ଦ୍ଧାରୁ ଗୀତାଞ୍ଜଳି ରାଉତ ଏବଂ ରାଣୀ ଦେଙ୍କ ପତ୍ତା ମିଳୁନି ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୩୨ ଜଣଙ୍କୁ ତିରୁପତି ତୀର୍ଥ କରାଇବାକୁ ଗତ ୭ ତାରିଖରେ ନିଆଯାଇଥିଲା । ହେଲେ ତିରୁପତିରେ ଭେଙ୍କଟେଶ୍ୱରଙ୍କ ଦର୍ଶନ ପରେ ଏମାନେ କେଉଁ ଆଡ଼େ ଚାଲି ଯାଇଛନ୍ତି । ସ୍ଥାନୀୟ ପୋଲିସ୍, ପର୍ଯ୍ୟଟନ ବିଭାଗ ତିରୁପତିରେ ସେମାନଙ୍କ ସମ୍ପର୍କରେ ଖୋଜାଖୋଜି କରୁଛନ୍ତି ।

ଆଜି କେନ୍ଦ୍ରାପଡ଼ାରୁ ବାସନ୍ତି ମଲ୍ଲିକଙ୍କ ପରିବାର ସଦସ୍ୟ ତିରୁପତିକୁ ବାହାରିଛନ୍ତି । ସ୍ଥାନୀୟ ପୋଲିସ୍ ସହ ଯାଇ ଖୋଜାଖୋଜି କରିବେ । ଗତ ୯ ତାରିଖରେ ଏହି ଖବର ମିଳିଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ମିଳି ନାହାଁନ୍ତି । ଠିକ୍ ଭାବେ ଦେଖାଶୁଣା କରିନଥିବାରୁ ଏପରି ଘଟଣା ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

୪ ଦିନ ବିତି ସାରିଥିବା ସତ୍ତ୍ୱେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନାହିଁ । ପ୍ରଶାସନର ଚରମ ଅବହେଳା ପାଇଁ ଏପରି ହୋଇଛି ବୋଲି ଅଭିଯୋଗ ଆସିଛି ।