Advertisment

ଭିକ ମାଗି ଲକ୍ଷପତି...୪୫ଦିନରେ ୨.୫ଲକ୍ଷ ରୋଜଗାର... ଧରିଛନ୍ତି ସ୍ମାର୍ଟ ଫୋନ୍, ଚଢୁଛନ୍ତି କାର୍

ମହିଳା ଜଣକ କହିଥିଲେ ଯେ, ସେ ଦେଢ ମାସରେ ଅଢେଇ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ସେଥିମଧ୍ୟରୁ ୧ଲକ୍ଷ ଟଙ୍କା ଗାଁକୁ ପଠାଯାଇଥିବା ବେଳେ ଆକାଉଣ୍ଟରେ ୫୦ ହଜାର ଟଙ୍କା ଜମା କରିଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Beggar

Beggar

ସ୍ମାର୍ଟ ସିଟିର ସ୍ମାର୍ଟ ଭିକାରୀ। ହାତରେ ସ୍ମାର୍ଟ ଫୋନ। କାର୍ ଚଢି ବୁଲୁଛନ୍ତି ସହର। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଜଣେ ମହିଳା ରାସ୍ତାରେ ଭିକମାଗି ୪୫ଦିନରେ ଜମା କରିଛନ୍ତି ୨.୫ଲକ୍ଷ ଟଙ୍କା। ମହିଳାଙ୍କ ପୂରା ପରିବାର ଭିକ ମାଗିବାରେ ନିୟୋଜିତ ଥିଲେ। ଫେବୃଆରୀ ୮ତାରିଖରେ ପ୍ରଶାସନ ପକ୍ଷରୁ ହୋଇଥିବା ଚଢାଉରେ ସତ ସାମନାକୁ ଆସିଥିଲା। ପରେ ମହିଳା ଯାହା କହିଥିଲେ ତାହା ସମସ୍ତଙ୍କୁ ଚକିତ କରିଦେବା ଭଳି।

Advertisment

ଆପଣ ଭାବୁଥିବେ ଭିକ ମାଗି କେମିତି ଜଣେ ଲକ୍ଷପତି ହୋଇପାରେ। ଭାବିବା ବି ସ୍ୱାଭାବିକ। ମାତ୍ର ଇନ୍ଦୋର ସହରରୁ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମନାକୁ ଆସିଛି। ଉଜ୍ଜୈନ ରୋଡର ଲବକୁଶ ଛକରେ ଭିକ ମାଗୁଥିବା ଜଣେ ମହିଳା ମାତ୍ର ୪୫ଦିନରେ ଅଢେଇ ଲକ୍ଷ ଟଙ୍କା ଜମା କରିଛନ୍ତି। ଚଢାଉ ବେଳେ ମହିଳା ଓ ତାଙ୍କ ୮ବର୍ଷର ଝିଅ, ଭଉଣୀ ଓ ଭାଉଜଙ୍କୁ କାବୁ କରାଯାଇଥିଲା। ମହିଳାଙ୍କ ସ୍ୱାମୀ ଅନ୍ୟ ଦୁଇ ପିଲାଙ୍କୁ ଧରି ଛୁ ମାରିଥିଲେ।

ମହିଳା ଧରା ପଡିବା ବେଳେ ତାଙ୍କ ନିକଟରୁ ୧୯ହଜାର ୨୦୦ଚଙ୍କା ଜବତ କରାଯାଇଥିଲା। ସେ ଏହି ଟଙ୍କା ସପ୍ତାହକ ମଧ୍ୟରେ ଜମା କରିଥିବା କହିଛନ୍ତି। ତାଙ୍କ ଝିଅ ଅପରାହ୍ନରେ ୬୦୦ଟଙ୍କା ଆଦାୟ କରିଥିବା ପୋଲିସ କହିଛି। ପଚରାଉଚରା ବେଳେ ମହିଳା ଜଣକ କହିଥିଲେ ଯେ, ସେ ଦେଢ ମାସରେ ଅଢେଇ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ସେଥିମଧ୍ୟରୁ ୧ଲକ୍ଷ ଟଙ୍କା ଗାଁକୁ ପଠାଯାଇଥିବା ବେଳେ ଆକାଉଣ୍ଟରେ ୫୦ ହଜାର ଟଙ୍କା ଜମା କରିଛନ୍ତି।

Advertisment

ଏହା ସହିତ ପିଲାମାନଙ୍କ ନାଁରେ ୫୦ ହଜାର ଟଙ୍କା ଏଫଡି ଜମା କରିଛନ୍ତି। ବାକି ୫୦ହଜାର ଖର୍ଚ୍ଚ କରିଦେଇଛନ୍ତି। ସେ ପ୍ରତି ୧୫ ଦିନରେ ୩୦ ରୁ ୩୫ହଜାର ଟଙ୍କା ରୋଜଗାର କରନ୍ତି। ପର୍ବ ପର୍ବାଣୀ ବେଳେ ପ୍ରାୟ ୫୦ହଜାର ହୋଇଯାଏ। ତେବେ ଗତବର୍ଷ ମଧ୍ୟ ତାଙ୍କୁ ଟିମ୍ ଧରିଥିଲା। ପରେ ବୁଝାସୁଝା କରି ଛାଡି ଦେଇଥିଲା।

ଗିରଫ ମହିଳା ଏବଂ ତାଙ୍କ ସ୍ୱାମୀଙ୍କର ସ୍ମାର୍ଟ ଫୋନ୍ ଏବଂ କାର୍ ଅଛି। ଦୁହେଁ ଗତ ୮ବର୍ଷ ଧରି ଇନ୍ଦୋର ଯା ଆସ କରୁଛନ୍ତି। ସେମାନେ ସମୟ ସମୟରେ ଗାଁକୁ ଯାଇ ପୁଣି ଫେରି ଆସନ୍ତି। କେବଳ ଏତିକି ନୁହେଁ, ଗାଁରେ ଘର ସହିତ କିଛି ଜମିବାଡି ବି ଅଛି। ପରିବାର ସଦସ୍ୟମାନେ ମଧ୍ୟ ଦେଶର ବିଭିନ୍ନ ବଡ ସହରକୁ ଯାଇ ଭିକ ମାଗୁଥିବା ଜଣାପଡିଛି।

Woman Beggar Smart Phone
Advertisment
Advertisment