ବୈଠକରେ ନିଷ୍ପତ୍ତି ହେବା ପରେ ଏବେ ପଲିଥିନ୍କୁ ସଂଗ୍ରହ କରି ପଂଚଲିଙ୍ଗେଶ୍ୱର ପୀଠକୁ ସଫା କରିବାରେ ଲାଗିଛନ୍ତି ସ୍ଥାନୀୟ ଅଂଚଳର ଦୋକାନୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୋକାନରେ ବେପାର ଛାଡି ପଲିଥିନ୍ ଗୋଟାଇବାରେ ଲାଗିଛନ୍ତି ଦୋକାନୀ। ଆଉ କହୁଛନ୍ତି ଶିବରାତ୍ରୀ ପୂର୍ବରୁ ପଲିଥିନ୍ ମୁକ୍ତ ହେବ ପଞ୍ଚଲିଙ୍ଗେଶ୍ୱର।
ସବୁ ପୋଲିସ ବାବୁଙ୍କୁ ଚାକିରି ଚିନ୍ତା। ଫିଟ୍ ନିର୍ଦ୍ଦେଶନାମା ଆସୁ ଆସୁ ସକାଳୁ ସକାଳୁ ପଡିଆରେ ଦଣ୍ଡ-ବୈଠକ ମାରୁଛନ୍ତି ଖାକି ବାବୁ। ୧୫ ଦିନକୁ ଥରେ ଓଜନ ହେବାକୁ ନେଇ ଚିନ୍ତା ଅଫିସରଠୁ କର୍ମଚାରୀ
ଆବାସ ପାଇଁ ବାଡିଆପିଟା...ମୋ ବୋଉଲୋ...ପଳେଇ ଚାଲ। ଦେଖୁନୁ ମିଟିଂରେ କେମିତି ମହିଳାଙ୍କ ମଧ୍ୟରେ ହେଲା ଟଣାଟଣି, ଭାଙ୍ଗିଲା ଚୁଡ଼ି।
କମିଶନରେଟ ପୋଲିସ ଫିଟନେସ୍କୁ ନେଇ ବୁଧବାର ଯେଉଁ ନିର୍ଦ୍ଦେଶନାମା ଜାରି କରିଛି ତାହାର ପ୍ରଭାବ ରାଜଧାନୀର ରିଜର୍ଭ ଗ୍ରାଉଣ୍ଡରେ ଦେଖିବାକୁ ମିଳିଛି। କାରଣ ଏଣିକି ପ୍ରତି ୧୫ ଦିନରେ ପୋଲିସ ବାବୁଙ୍କ ଓଜନ ମପାଯିବ। ଯଦି ନିୟମ ଅନୁସାରେ ଓଜନ ଅଧିକ ରହେ ତେବେ ସେମାନଙ୍କୁ ଅର୍ଡଲି ରୁମ ଦାୟିତ୍ୱ ଦିଆଯିବ । ଖାଲି ଏତିକି ନୁହେଁ ବରଂ ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରଖିବାକୁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ଏହାସହ ପ୍ରତିଦିନ ସକାଳ ଓ ଅପରାହ୍ଣରେ ଫିଜିକାଲ ଟ୍ରେନିଂ, ଫିଟନେସ ଓ ସଫେଇ ଉପରେ ଗୁରୁତ୍ୱ ଦିଆଯିବ ।
ବସ୍ଷ୍ଟାଣ୍ଡରେ ଥିବା ଡ୍ରେନ୍ କଭର ଭିତରେ ପଶିଗଲା ମହିଳାଙ୍କ ଗୋଡ଼। ଶେଷରେ କଟରରେ ସହାୟତାରେ ଲୁହା ରଡ୍ କଟାଯିବା ପରେ ମହିଳାଙ୍କ ଗୋଡ଼ ବାହାରିଥିଲା।
କେନ୍ଦୁଝର ମେଡିକାଲ୍ କଲେଜରେ ୮୦ ପ୍ରତିଶତରୁ ଅଧିକ ଷ୍ଟାଫ୍ ନିଯୁକ୍ତ ହୋଇନାହାନ୍ତି । ମାତ୍ର ୧୯ ଜଣ ଠିକା କର୍ମଚାରୀରେ ଚାଲିଛି ଏହି ମେଡିକାଲ୍ କଲେଜ୍ ।
ଭାରି ରସିକିଆ ହେଡ୍ ସାର୍। ୧୨ ବର୍ଷର ଝିଅ ଥାଉଥାଉ ପୁଣି ଆଉ ଜଣଙ୍କୁ କଲେ ବିବାହ। ସ୍କୁଲରେ ହେଲା ଭୋଜିଭାତର ଆସର। ବରଣମାଳର ଫଟୋ ଏବେ ଭାଇରାଲ
ଦାଦନଠାରୁ ବଳିଗଲାଣି ମୌଳିକ ସୁବିଧା ପାଇବାର ଦୁଃଖ। ଏମିତି ଦୁର୍ଦ୍ଦଶାର ସାମ୍ନା କରୁଛନ୍ତି ଲୋକ ଯାହାକୁ ନଦେଖିଲେ ବିଶ୍ୱାସ ହେବନି। ଜୟପୁରର ମହାରାଜା ମାମୁଁ ହୋଇ ସେହି ସମୟରେ କାଶୀପୁର ରାଜାଙ୍କୁ ଦାନ ଆକାରରେ ଗମ୍ଭାରୀଗୁଡା ଗାଁକୁ ଦାନ କରିଥିଲେ। ମହାରାଜ ଯେବେ କାଶୀପୁର ଯାଉଥିଲେ ସେବେ ଦାନ ଗାଁରେ ବିଶ୍ରାମ ପାଇଁ ରହୁଥିଲେ। ହେଲେ ଦିନ ବଦଳିଛି କିନ୍ତୁ ଏଇ ଗାଁ ଲୋକଙ୍କ ଦୁର୍ଦ୍ଦଶା କମିବାର ନା ନେଉନି।
ରାସ୍ତାରେ ଛକିଥିଲା ଯମ। ପିଲାଟି ଦିନରୁ ଗୋଟିଏ ସ୍କୁଲରେ ପଢିଛନ୍ତି, ଗୋଟିଏ ଥାଳିରେ ଭାତ ବି ଖାଇଛନ୍ତି। ଏକା ସାଙ୍ଗରେ ସରକାରୀ ଚାକିରି ବି କଲେ। ବାହାଘରକୁ ଯାଉଯାଉ ଅଧା ରାସ୍ତାରେ ଚାପି ଦେଲା ବସ୍। ଏବେ ସାଙ୍ଗ ହୋଇ ଚାଲିଗଲେ ଏଇ ଦୁଇ ସାଙ୍ଗ
ଅନ୍ଧାର ଘର ଭିତରେ ଦିକିଦିକି ହୋଇ ଚୁଲି ଜଳୁଛି, ତାୱାରେ ପୁଣି ଖାଇବା ପାଇଁ ତିଅଣ ଭଜା ଚାଲିଛି । କୋଳରେ ଛୋଟ ଛୁଆକୁ ଥଧରି ସବୁ କାମ କରୁଛି ମାଆ । ଘରର ଅବସ୍ଥା ଦେଖିଲେ ଭିତରକୁ ପଶିବାକୁ ଡର ଲାଗିବ, କିନ୍ତୁ ଏମିତି ଘରେ ୨୪ ଘଂଟା ରହୁଛି ପୂରା ପରିବାର। ଖଣ୍ଡେ ଘର ପାଇଁ ପ୍ରଶାସନ ପାଖକୁ ଦଉଡି ଦଉଡି ଗୋଡରୁ ଚପଲ ଛିଣ୍ଡିଗଲାଣି ହେଲେ ଘର ଖଣ୍ଡିଏ କପାଳକୁ ଜୁଟିଲା ନାହିଁ।
ପ୍ରଥମେ ସ୍ତ୍ରୀ, ପରେ ୨ ବର୍ଷର ନିଷ୍ପାପ କୁନି ଝିଅ ଆଉ ଶେଷରେ ନିଜେ ଆତ୍ମହତ୍ୟା କରିଦେଲେ ସ୍ୱାମୀ। କେହି କିଛି ବୁଝିବା ପୂର୍ବରୁ ସବୁ କିଛି ସରିଯାଇଥିଲା। ଚାହୁଁଚାହୁଁ ଗୋଟିଏ ପରିବାରର ଚାଲିଗଲା ୩ ଜୀବନ। କୋରାପୁଟ ଲକ୍ଷ୍ମୀପୁର ତୋୟାପୁଟ ଗାଁରେ ଯେଉଁ ଭୟଙ୍କର ଘଟଣା ଘଟିଲା ତାହାକୁ ନେଇ ସବୁଆଡେ ଚର୍ଚ୍ଚା। କାହିଁକି ଏମିତି ନିଷ୍ପତ୍ତି ନେଲେ ଗାଁର ଲିଙ୍ଗରାଜ ସେନେଇ କାହା ପାଖରେ କିଛି ଉତ୍ତର ବି ନାହିଁ।
ଇଏ ପୂରା ଡିଫରେଂଟ୍...ଶ୍ରାଦ୍ଧ । ଦିବସରେ ଛାତିଥରା ନୃତ୍ୟ। ପୁଣି ଗୀତ ବାଜୁଛି ବାହା ହେବି ହେବି ସେହି ଝିଅକୁ ଭାଇନା ରାଜି କରିଦିଅ ମୋ ବୋଉକୁ। ନାରଣ ତୁ ଆଖି ବୁଜି ଦେ’
ବିଶ୍ୱ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇନଥିବା ବେଳେ ପୁଣି ବ୍ୟାପିଲାଣି ନୂଆ ଭାଇରସ୍। ଏହା କରୋନା ଠାରୁ ଆହୁରି ବିପଦପୂର୍ଣ୍ଣ ବୋଲି WHO କହିଛି। ଝାଡାରେ ରକ୍ତ ପଡୁଛି ଆଉ ଚାଲିଯାଉଛି ଜୀବନ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥର ଖମ୍ବ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୦ ରୁ ଅଧିକ ବଖରା ଘର ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜାଣିଲେ ଆପଣ ତାଜୁବ ହେବେ।
କର୍ମଚାରୀଙ୍କ ଓଜନକୁ ନେଇ ଦିଆଯିବ ଟାର୍ଗେଟ
ବାପଘରେ ଶୁଭଶ୍ରୀ ରହୁଥିବା ବେଳେ ସ୍ୱାମୀ ନିଜ ଘରେ ଅର୍ଥାତ୍ ଶାଶୂଘରେ ରହୁଥିଲେ। କିନ୍ତୁ ୯ ଦିନ ହେବ ଶୁଭଶ୍ରୀଙ୍କ ସ୍ୱାମୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଶୁଭଶ୍ରୀଙ୍କ ସ୍ୱାମୀଙ୍କ ଦେହାନ୍ତ ହେବା ପରେ ବି ଶାଶୂଘର ଲୋକ ତାଙ୍କୁ ଖବର ଦେଇନଥିଲେ। ହେଲେ କୌଣସି ଉପାୟରେ ଶୁଭଶ୍ରୀ ଖବର ପାଇବା ପରେ ଶାଶୂଘରେ ପହଞ୍ଚିବା ପରେ ମତେ ବିଧବା କର, ମୋ ସ୍ୱାମୀଙ୍କ ଶୁଦ୍ଧକ୍ରିୟାରେ ସାମିଲ କର ବୋଲି ଜିଦ୍ କରିଥିଲେ
ବାପା-ମାଆ ଚାଲିଯିବା ପରେ ଅନାଥ ପିଲାଙ୍କ ମୁହଁରେ ଆହାର ଦେଉଛି ଲକ୍ଷ୍ମୀ। ନିଜ ଆଖିରେ ଅନେକ ସ୍ୱପ୍ନ ଥିଲେ ବି...ଭାଇଭଉଣୀଙ୍କୁ ମାଆ ପରି ପାଳୁଛି। ସରକାର ସାହାଯ୍ୟ କଲେ ନିଜେ ପାଠ ପଢିବାକୁ ଦେଖୁଛି ସୁନେଲୀ ସ୍ୱପ୍ନ
ଖେଳ ଆରମ୍ଭ ହେଉ କି ନହେଉ...ରୋଲ୍ ଆରମ୍ଭ କରିଦେଲେ ଅରୁଣ ଭାଇ। ମୋ ବୋଉଲୋ...ଏମାନେ ପୂରା ଫର୍ମ୍ରେ। ହେଲେ ଏମ୍ପିଙ୍କୁ ଏମଏଲଏଙ୍କ ଟି-ସାର୍ଟ କିଏ ପିନ୍ଧାଇଦେଲା?
ଅଢ଼େଇ ଅକ୍ଷର ‘ପ୍ରେମ’ ବାନ୍ଧି ରଖିଛି ସମ୍ପର୍କ
ଅଢ଼େଇ ଅକ୍ଷରର ‘ପ୍ରେମ’ ବାନ୍ଧି ରଖିଛି ସମ୍ପର୍କ
ଏଠି ଷଣ୍ଢ ଡାଲି କାଇ ଗଲାଣି ସେପଟେ ମଞ୍ଚ ଉପରେ ପ୍ରବଳ ନେତା । ଦୀପ ବି ଜଳୁନି ଭଲରେ । ନେତାଙ୍କ ସଭା ପାଇଁ ପିଲାଙ୍କ ପରୀକ୍ଷାବି ଗଲା
ପ୍ରେମ ଦିବସରେ ଗୋଲାପ ନୁହେଁ ରକ୍ତରେ ଲାଲ ହୋଇଥିଲା ଭାରତ। ଘଟଣାକୁ ୪ ବର୍ଷ ପୂରିଲାଣି..ସେଦିନ ଭୟଙ୍କର ଦୃଶ୍ୟ କଥା ମନେ ପଡିଲେ ଆଜି ବି ଥରିଯାଏ ଛାତି
ଏବେ ବି କାନ୍ଦୁଛନ୍ତି ପ୍ରସନ୍ନଙ୍କ ପତ୍ନୀ ମୀନା ସାହୁ। ଆଜି ବି ସ୍ୱାମୀଙ୍କ ବୀରତ୍ୱର କଥାକୁ ମନେ ପକାଇ ଆଖିରୁ ଗଡାଇ ଚାଲିଛନ୍ତି ଲୁହ। ଭୁଲି ପାରୁନାହାନ୍ତି ସେହି କଳା ରାତିର କାହାଣୀକୁ। ଫୁଲୱାମା ଆତଙ୍କବାଦୀ ହାମ୍ଲାରେ ଶହୀଦ ହୋଇଥିବା ଜଗତସିଂହପୁର ପାରିଶିଖର ଗାଁର ସ୍ୱର୍ଗତ ପ୍ରସନ୍ନ ସାହୁଙ୍କ ଘରେ ଖେଳିଯାଇଛି ଶୂନ୍ୟ ନିରବତା। ଶହୀଦ ହେବା ପରେ ପ୍ରଶାସନ ପକ୍ଷରୁ ତାଙ୍କ ସ୍ମୃତିରେ ଏକ ପାର୍କ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା
କଟକ ଜିଲ୍ଲା ସାଲେପୁର ବ୍ଲକ ସତ୍ୟଭମାପୁର ଗାଁରେ ମଧୁବାବୁଙ୍କ ଜନ୍ମ। ସ୍ଥାନୀୟ ଅଂଚଳର ଅନେକ ସ୍ମୃତି ଏବେ ମଧୁବାବୁଙ୍କ କଥା ମନେପକାଏ। ମଧୁ ପୁଷ୍କରିଣୀ, ଅଭ୍ୟର୍ଥନା ଗୃହ, ମଧୁବାବୁଙ୍କ ଏନ୍ତୁଡ଼ିଶାଳ ସବୁକିଛି ଅଛି। ମଧୁବାବୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ବି ଅଛି
ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ ନୂଆଗାଁ ଶାସନରେ ଘଣ୍ଟ, ହୁଳହୁଳି ସାଙ୍ଗକୁ ବାଜୁଛି ଝାଞ୍ଜ ମୃଦଙ୍ଗ । କମ୍ପୁଛି ପୂରା ପରିବେଶ । ଭକ୍ତି ରସରେ ମତୁଆଲା ଭକ୍ତ । ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଆତ୍ମଘୋଷିତ ବାବା ସାରଥୀଙ୍କ ପ୍ରବଚନ କାର୍ଯ୍ୟକ୍ରମରେ । ଏହା ସ୍ପଷ୍ଟ କରୁଛି ଯେ ପୁଣି ମାତିଲେଣି ସାରଥୀଙ୍କ ଅନୁଗାମୀ । ଖାଲି ସେତିକି ନୁହେଁ, ଅନୁଗାମୀମାନେ ସାରଥୀଙ୍କୁ କଳିଯୁଗର ଚଳନ୍ତି ଠାକୁର କହି ପୂଜୁଛନ୍ତି । ଜୟଜୟକାର ଗାନ କରୁଛନ୍ତି । ସିଂହାସନରେ ସାରଥୀଙ୍କ ଫଟୋ ରଖି ଧୂପ ଦେଇ ପୂଜାର୍ଚ୍ଚନା କରୁଛନ୍ତି ।