Advertisment

“ଶୁଣ ଶାଶୂଘର ଲୋକ...ମୋ ସିନ୍ଦୂର ପୋଛ, ମତେ ବିଧବା କର”

ବାପଘରେ ଶୁଭଶ୍ରୀ ରହୁଥିବା ବେଳେ ସ୍ୱାମୀ ନିଜ ଘରେ ଅର୍ଥାତ୍‌ ଶାଶୂଘରେ ରହୁଥିଲେ। କିନ୍ତୁ ୯ ଦିନ ହେବ ଶୁଭଶ୍ରୀଙ୍କ ସ୍ୱାମୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଶୁଭଶ୍ରୀଙ୍କ ସ୍ୱାମୀଙ୍କ ଦେହାନ୍ତ ହେବା ପରେ ବି ଶାଶୂଘର ଲୋକ ତାଙ୍କୁ ଖବର ଦେଇନଥିଲେ। ହେଲେ କୌଣସି ଉପାୟରେ ଶୁଭଶ୍ରୀ ଖବର ପାଇବା ପରେ ଶାଶୂଘରେ ପହଞ୍ଚିବା ପରେ ମତେ ବିଧବା କର, ମୋ ସ୍ୱାମୀଙ୍କ ଶୁଦ୍ଧକ୍ରିୟାରେ ସାମିଲ କର ବୋଲି ଜିଦ୍‌ କରିଥିଲେ

author-image
Sarbeswar
ଅଦ୍ୟତନ ହୋଇଛି
Kendrapara Woman Visits Collector’s Office Demanding Custody Of Daughters

Kendrapada

" ମୁଁ ଚାହୁଁଛି ବିଧବା ହେବାକୁ...ମତେ ବିଧବା କର, ମୋ ଝିଅକୁ ଫେରାଇ ଦିଅ। ଏଇ କଥା ଶୁଣିବା ପରେ ଆପଣ କିଛି ବୁଝିପାରୁନଥିବେ। ହଠାତ୍‌ ଜଣେ ମହିଳା ବିଧବା ହେବାକୁ କାହିଁକି ଏତେ ଜିଦି କରୁଛନ୍ତି? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚୟ। ହେଲେ ସତ କଥା ଜାଣିବା ପରେ ଆପଣ ବି ତୁନି ପଡିବେ ନିଶ୍ଚୟ।

Advertisment

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଥାନା ବଡ଼ଗରା ଗାଁର ଶୁଭଶ୍ରୀ ପାତ୍ରଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । ସ୍ଥାନୀୟ ଅଂଚଳର ମନୋଜ ରାଉତଙ୍କ ସହ ୨୦୧୩ ମସିହାରେ ଶୁଭଶ୍ରୀଙ୍କ ବିବାହ ହୋଇଥିଲା। ପରିବାର ବେଶ ହସଖୁସିରେ ବି ଚାଲୁଥିଲା। ହେଲେ ଦୁଇ ଝିଅ ଜନ୍ମ ହେବା ପରେ ଶୁଭଶ୍ରୀଙ୍କ ଉପରେ ପରିବାରର ନିର୍ଯାତନ କୁଆଡେ ବହୁ ଅଧିକ ହୋଇଥିଲା। ଦିନ ଯେତିକି ଯେତିକି ବଢୁଥିଲା, ନିର୍ଯାତନା ସେତିକି ସେତିକି ବଢୁଥିଲା। ତେଣୁ ବାଧ୍ୟ ହୋଇ ନିଜ ବାପଘରକୁ ପଳାଇଥିଲେ ଶୁଭଶ୍ରୀ।

ବାପଘରେ ଶୁଭଶ୍ରୀ ରହୁଥିବା ବେଳେ ସ୍ୱାମୀ ନିଜ ଘରେ ଅର୍ଥାତ୍‌ ଶାଶୂଘରେ ରହୁଥିଲେ। କିନ୍ତୁ ୯ ଦିନ ହେବ ଶୁଭଶ୍ରୀଙ୍କ ସ୍ୱାମୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଶୁଭଶ୍ରୀଙ୍କ ସ୍ୱାମୀଙ୍କ ଦେହାନ୍ତ ହେବା ପରେ ବି ଶାଶୂଘର ଲୋକ ତାଙ୍କୁ ଖବର ଦେଇନଥିଲେ। ହେଲେ କୌଣସି ଉପାୟରେ ଶୁଭଶ୍ରୀ ଖବର ପାଇବା ପରେ ଶାଶୂଘରେ ପହଞ୍ଚିବା ପରେ ମତେ ବିଧବା କର, ମୋ ସ୍ୱାମୀଙ୍କ ଶୁଦ୍ଧକ୍ରିୟାରେ ସାମିଲ କରିବାକୁ ଜିଦ୍‌ କରିଥିଲେ। କିନ୍ତୁ ପରିବାର ଲୋକ ଏହାକୁ ବିରୋଧ କରିଥିଲେ। ଖାଲି ବିରୋଧ ନୁହେଁ ବରଂ ଶୁଭଶ୍ରୀଙ୍କ ଦୁଇ ଝିଅଙ୍କୁ ମାଆ ପାଖକୁ ଛାଡିନଥିଲେ। ଯାହାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ଶୁଭଶ୍ରୀ।

Advertisment

ହିନ୍ଦୁରୀତିନିତି ଅନୁସାରେ, ସ୍ୱାମୀ ମଥାରେ ସିନ୍ଦୂର ଦିଏ। ସେ ଚାଲିଯିବା ପରେ ସ୍ତ୍ରୀର ସିନ୍ଦୂର ପୋଛି ଦିଆଯାଏ। ହେଲେ ଏଇଠି ସ୍ୱାମୀ ଯିବା ପରେ ସ୍ତ୍ରୀର ଅଧିକାର ପାଇଁ କଲେକ୍ଚରଙ୍କ ଦ୍ୱାରସ୍ଥ ହୋଇଛି ସ୍ତ୍ରୀ। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି।

(କେନ୍ଦ୍ରାପଡାରୁ କ୍ୟାମେରା ପର୍ସନ ଉମାକାନ୍ତଙ୍କ ସହ ମନୋଜ ସ୍ୱାଇଁଙ୍କ ରିପୋର୍ଟ)

Special Story
Advertisment
Advertisment