Advertisment

ବ୍ୟାପୁଛି କରୋନା ଠାରୁ ଭୟଙ୍କର ଭାଇରସ୍‌; ପଡୁଛି ରକ୍ତ, ଚାଲିଯାଉଛି ଜୀବନ

ବିଶ୍ୱ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇନଥିବା ବେଳେ ପୁଣି ବ୍ୟାପିଲାଣି ନୂଆ ଭାଇରସ୍। ଏହା କରୋନା ଠାରୁ ଆହୁରି ବିପଦପୂର୍ଣ୍ଣ ବୋଲି WHO କହିଛି। ଝାଡାରେ ରକ୍ତ ପଡୁଛି ଆଉ ଚାଲିଯାଉଛି ଜୀବନ।

author-image
Pramod Behera
ଅଦ୍ୟତନ ହୋଇଛି
Dangerous Virus Than Coronavirus Spreading Rapidly

Dangerous virus than coronavirus spreading rapidly

ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱ ସମ୍ପୂର୍ଣ୍ଣ କରୋନା ମହାମାରୀରୁ ମୁକ୍ତ ହୋଇପାରି ନାହିଁ। ଏହାରି ଭିତରେ ବିଶ୍ୱରେ ଆଉ ଏକ ଭାଇରସ୍‌ର ସୂଚନା ମିଳିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ମଧ୍ୟ ଏହାକୁ ନିଶ୍ଚିତ କରି ଏହା କେତେ ବିପଜ୍ଜନକ ବୋଲି କହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଭାଇରସ୍‌ ଅଧୀନରେ ଆସିବା ପରେ ୮୮ ପ୍ରତିଶତ ମୃତ୍ୟୁ ନିଶ୍ଚିତ। ଏହା ବ୍ୟତୀତ ଏହା ଏତେ ସଂକ୍ରାମକ ଯେ ରୋଗୀକୁ କ୍ୱାରେଣ୍ଟିନ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Advertisment

ଏହି ଭାଇରସ୍ ବର୍ତ୍ତମାନ WHOକୁ ଚିନ୍ତାରେ ପକେଇଦେଇଛି। WHO ଏହାକୁ ନେଇ ଚେତାବନୀ ଦେଇଛି। ବର୍ତ୍ତମାନ ସୁଦ୍ଧା ଏହି ଭାଇରସ୍‌ରେ ୯ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏହି ଭାଇରସ୍ ଏବେ ଆଫ୍ରିକାର ଗିନିରେ ଦେଖିବାକୁ ମିଳିଛି। ଏହା ଲୋକଙ୍କୁ କ୍ଷୀପ୍ର ଗତିରେ ପ୍ରଭାବିତ କରୁଛି।

ଅଧିକ ପଢ଼ନ୍ତୁ: ପୁଣି ବିବାଦରେ କରୋନା, ଜୈବିକ ଅସ୍ତ୍ର ଭାବେ ଉହାନ ଲବ୍ରୋଟୋରୀରୁ ବାହାରିଛି ଭାଇରସ୍

Advertisment

ବାଦୁଡିରୁ ବ୍ୟାପୁଛି ଭାଇରସ୍:

ଏହି ଭାଇରସ୍‌ର ନାମ ମାରବର୍ଗ ରହିଥିବା ବେଳେ ଏହାର ଲକ୍ଷଣ ଇବୋଲା ଭାଇରସ୍ ସହିତ ସମାନ। ଏହାପୂର୍ବରୁ ଇବୋଲା ଭାଇରସ୍‌ ମଧ୍ୟ ଆଫ୍ରିକାରେ ବାଦୁଡିମାନଙ୍କ ଠାରୁ ଆସିଥିଲା। ପୁଣି ଥରେ ମାରବର୍ଗ ଭାଇରସ୍‌ ଚିନ୍ତାର କାରଣ ହୋଇଛି। ଏହା ଏତେ ସଂକ୍ରାମକ ଯେ ଭାଇରସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ନିକଟତର ହେବା ମାତ୍ରେ ଏହା ବ୍ୟାପୁଛି।

ଲକ୍ଷଣ:

ଏହାର ଲକ୍ଷଣ ମଧ୍ୟରେ ଝାଡ଼ା, ଉଚ୍ଚ ଜ୍ୱର, ରକ୍ତ ବାନ୍ତି, ମୁଣ୍ଡବିନ୍ଧା ଆଦି ରହିଛି। ଏହାର ସବୁଠାରୁ ବିପଜ୍ଜନକ ଲକ୍ଷଣ ହେଉଛି ଝାଡା ଓ ନାକରୁ ରକ୍ତ ପଡିବା। ଏହି ରକ୍ତସ୍ରାବ ରୋଗୀକୁ ମୃତ୍ୟୁ ପର୍ଯ୍ୟନ୍ତ ନେଇଯାଏ।

କୌଣସି ଚିକିତ୍ସା ନାହିଁ:

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଏହି ଭାଇରସ୍‌ ଏକ ପ୍ରକାର ବାଦୁଡିମାନଙ୍କ ଠାରୁ ବ୍ୟାପୁଛି ଏବଂ ଏହା ମଣିଷଠାରୁ ମଣିଷ ପର୍ଯ୍ୟନ୍ତ ଶୀଘ୍ର ସଂକ୍ରମିତ ହେଉଛି। ଏହା କେବଳ ଶରୀରର ଝାଳ, ଶ୍ଲେଷ୍ମା ଭଳି ତରଳ ପଦାର୍ଥ ମାଧ୍ୟମରେ ନୁହେଁ ବରଂ ବ୍ୟବହୃତ ସ୍ଥାନ ଓ ବସ୍ତୁ ମାଧ୍ୟମରେ ମଧ୍ୟ ବ୍ୟାପିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଜୀବାଣୁ ପାଇଁ କୌଣସି ଚିକିତ୍ସା କିମ୍ବା କୌଣସି ଟିକା ବାହାରି ନାହିଁ।

ଏପରି ପରିସ୍ଥିତିରେ, ଯଦି ଏହା ଆଫ୍ରିକାରୁ ଅନ୍ୟ ଦେଶରେ ପହଞ୍ଚେ, ତେବେ ଏହାର ପରିଣାମ କରୋନା ଠାରୁ ବି ଭୟଙ୍କର ହୋଇପାରେ ବୋଲି WHO ଆଶଙ୍କା କରିଛି। ଯେହେତୁ ପୂର୍ବରୁ ଆଫ୍ରିକା ଏବଂ ୟୁରୋପୀୟ ଦେଶମାନଙ୍କରେ ଇବୋଲା ଜୀବାଣୁଙ୍କର ଭୟଙ୍କର ରୂପ ଦେଖାଯାଇଛି, WHO ର ଆଶଙ୍କା ମଧ୍ୟ ଯଥାର୍ଥ ମନେ ହେଉଛି।

Coronavirus
Advertisment
Advertisment