Advertisment

ବେପାରକୁ ପଛରେ ପକାଇ ପଲିଥିନ୍ ସଫେଇରେ ଲାଗିଛନ୍ତି ଦୋକାନୀ

ବୈଠକରେ ନିଷ୍ପତ୍ତି ହେବା ପରେ ଏବେ ପଲିଥିନ୍‌କୁ ସଂଗ୍ରହ କରି ପଂଚଲିଙ୍ଗେଶ୍ୱର ପୀଠକୁ ସଫା କରିବାରେ ଲାଗିଛନ୍ତି ସ୍ଥାନୀୟ ଅଂଚଳର ଦୋକାନୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୋକାନରେ ବେପାର ଛାଡି ପଲିଥିନ୍‌ ଗୋଟାଇବାରେ ଲାଗିଛନ୍ତି ଦୋକାନୀ। ଆଉ କହୁଛନ୍ତି ଶିବରାତ୍ରୀ ପୂର୍ବରୁ ପଲିଥିନ୍‌ ମୁକ୍ତ ହେବ ପଞ୍ଚଲିଙ୍ଗେଶ୍ୱର।

author-image
Sarbeswar
ଅଦ୍ୟତନ ହୋଇଛି
Mahashivratri 2023

Jagar

ଦୋକାନ ଭିତର ହେଉ କି ରାସ୍ତା କଡ ହେଉ। ସବୁଠି ଜରି ଗୋଟେଇବାରେ ବ୍ୟସ୍ତ ଦୋକାନୀ।  ଯେଉଁଠି ଜରି ଦେଖୁଛନ୍ତି ସେଇଠୁ ଗୋଟାଉଛନ୍ତି। ସବୁ ଏକାଠି କରିବା ପରେ ନିଆଁ ଲଗାଇ ଦେଉଛନ୍ତି। ଏମିତି ଦୃଶ୍ୟ ଦେଖିବା ପରେ ଯିଏ କେହି ବି କହିବ ପରିବେଶକୁ ସଫା କରିବାକୁ ଏମାନେ ନେଇଛନ୍ତି ସଂକଳ୍ପ।

Advertisment

କୁଳଡିହା ସଂରକ୍ଷିତ ଅଭୟାରଣ୍ୟ ଭିତରେ ରହିଛି ଓଡ଼ିଶା ର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଏଠାକୁ ପର୍ଯ୍ୟଟକ ବି ଆସନ୍ତି। ଆଉ ବ୍ୟବହାର ପରେ ଏତେ ମାତ୍ରାରେ ଜରି ଗଦା ହେଲାଣି ଯେ ଯାହାକୁ ନେଇ ଚିନ୍ତା ବଢିଛି। ରାତି ପାହିଲେ ଜାଗର, ଶୈବ ପୀଠ ହୋଇଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏତିକି ବେଳେ ପ୍ରଶାସନ ପକ୍ଷରୁ ବସିଥିଲା ବୈଠକ। ଆଉ ନିଷ୍ପତ୍ତି ହୋଇଥିଲା ପଲିଥିନ୍‌ ମୁକ୍ତ ହେବ ପଞ୍ଚଲିଙ୍ଗେଶ୍ୱର।

ବୈଠକରେ ନିଷ୍ପତ୍ତି ହେବା ପରେ ଏବେ ପଲିଥିନ୍‌କୁ ସଂଗ୍ରହ କରି ପଂଚଲିଙ୍ଗେଶ୍ୱର ପୀଠକୁ ସଫା କରିବାରେ ଲାଗିଛନ୍ତି ସ୍ଥାନୀୟ ଅଂଚଳର ଦୋକାନୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୋକାନରେ ବେପାର ଛାଡି ପଲିଥିନ୍‌ ଗୋଟାଇବାରେ ଲାଗିଛନ୍ତି ଦୋକାନୀ। ଆଉ କହୁଛନ୍ତି ଶିବରାତ୍ରୀ ପୂର୍ବରୁ ପଲିଥିନ୍‌ ମୁକ୍ତ ହେବ ପଞ୍ଚଲିଙ୍ଗେଶ୍ୱର।

Advertisment

ପଲିଥିନ ବ୍ୟବହାର ନକରିବାକୁ ସରକାରଙ୍କ କଡା ନିର୍ଦ୍ଦେଶନାମା ରହିଛି। ହେଲେ ଆଜି ବି ଅନେକ ଦୋକାନରେ ବେଧଡକ ଭାବରେ ଚାଲିଛି ପଲିଥିନ୍‌ ବେପାର, ଯାହାର ପରିଣତି ପରିବେଶ ଉପରେ ପଡୁଛି। ତେଣୁ ପଞ୍ଚଲିଙ୍ଗେଶ୍ୱରରେ ଦୋକାନ କରିଥିବା ଦୋକାନୀ ସଂକଳ୍ପ ନେଇଛନ୍ତି ପଲିଥିନ୍‌ ନିଜେ ବ୍ୟବହାର କରିବେ ନାହିଁ କି ଏଠାରେ ପକାଇବାକୁ ଦେବେ ନାହିଁ...ତେଣୁ ଦିନରାତି ଏକ କରି ପଲିଥିନ ସଫା କରୁଛନ୍ତି ଦୋକାନୀ।

(ବାଲେଶ୍ୱର ନୀଳଗିରିରୁ ବିଶ୍ୱମ୍ବର ଦାସଙ୍କ ରିପୋର୍ଟ)

Mahashivratri
Advertisment
Advertisment