/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676454633.jpg)
Commissionerate Released A Seven-Point Fitness Guidelines For Police Personnel Posted
କମିଶନରେଟ ପୋଲିସକୁ ପୁଣି ଘାରିଲାଣି ଫିଟନେସ୍ ଚିନ୍ତା । ଓଜନ ହେବେ ପୁଣି ପୋଲିସ ବାବୁ । ପୋଲିସ କର୍ମଚାରୀଙ୍କ ଓଜନ ମାପ କରାଯିବ । ଭୁବନେଶ୍ୱର ଅର୍ବାନ ପୋଲିସ ଜିଲ୍ଲାର କର୍ମଚାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି । ନିର୍ଦ୍ଦେଶ ଜାରି କରିଛନ୍ତି ଖୋଦ୍ ଡିସିପି ।
APR, DPO, CP ହେଡକ୍ୱାର୍ଟର୍ସ, ଟିମ୍ ୬୦, OSAP ମୋବିଲାଇଜଇଡ୍ ଫୋର୍ସ ପାଇଁ ଏହି ନିର୍ଦ୍ଦେଶ ନାମା ଜାରି ହୋଇଛି । ଏହି ସବୁ ବିଭାଗରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କ ଓଜନକୁ ନେଇ ଟାର୍ଗେଟ ଦିଆଯିବ ।
ପ୍ରତି ୧୫ ଦିନରେ ପୋଲିସ କର୍ମଚାରୀଙ୍କ ଓଜନ ମାପ କରାଯିବ । ଖିଲାପକାରୀଙ୍କୁ ଅର୍ଡଲି ରୁମ ଦାୟିତ୍ୱ ଦିଆଯିବ । ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରଖିବାକୁ ପଦକ୍ଷେପ ନିଆଯିବ ବୋଳି କୁହାଯାଇଛି । ପ୍ରତିଦିନ ସକାଳୁ ଓ ଅପରାହ୍ଣରେ ଫିଜିକାଲ ଟ୍ରେନିଂ, ଫିଟନେସ ଓ ସଫେଇ ଉପରେ ଗୁରୁତ୍ୱ ଦିଆଯିବ ।
ପ୍ରତିମାସରେ ୮୦ ପ୍ରତିଶତ ଉପସ୍ଥାନ ବାଧ୍ୟତା ମୂଳକ ବୋଲି କହିଛନ୍ତି ଡିସିପି । ୟୁନିଫର୍ମରେ ପୋଲିସ କର୍ମଚାରୀ ସ୍ମାର୍ଟ ଦେଖାଯିବା ସହ ଆକ୍ଟିଭ ରହିବା ଉପରେ ଗୁରୁତ୍ୱ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)