Advertisment

ମଦ ନିଶାରେ ନିଜ ଘରେ ନିଆଁ ଲଗାଇଦେଲା, ପୋଡ଼ିଗଲା ସାରା ଗାଁ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥର ଖମ୍ବ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୦ ରୁ ଅଧିକ ବଖରା ଘର ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜାଣିଲେ ଆପଣ ତାଜୁବ ହେବେ।

author-image
Pramod Behera
ଅଦ୍ୟତନ ହୋଇଛି
Alcohlic man set fire to his house, and the whole village burnt

Alcohlic man set fire to his house, and the whole village burnt

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥର ଖମ୍ବ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୦ ରୁ ଅଧିକ ବଖରା ଘର ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜାଣିଲେ ଆପଣ ତାଜୁବ ହେବେ।

Advertisment

ଏହି ଗାଁର ଶରତ ନାୟକଙ୍କ ଘରୁ ପ୍ରଥମେ ନିଆଁ ବାହାରିଲା। ପରେ ପରେ ଅନ୍ୟ ଘରକୁ ଏହା ବ୍ୟାପି ଯାଇଥିଲା। ଶରତଙ୍କ ଘରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ତେବେ ଶରତ ମଦ ପିଇଥିବାରୁ ଗଣ୍ଡଗୋଳ ପରେ ସେ ହିତାହିତ ଜ୍ଞାନ ଭୁଲି ନିଜ ଘରେ ନିଆଁ ଲଗାଇ ଦେଇଥିଲା।

ନିଆଁ ଲାଗିବା ପରେ ଘରେ ଥିବା ଗ୍ୟାସଟାଙ୍କି ଫାଟିଯିବାରୁ ନିଆଁ ସଂଗେ ସଂଗେ ଅନ୍ୟ ଆଡ଼େ ବ୍ୟାପି ଯାଇଥିଲା। ଫଳରେ ଏଥିରେ ପ୍ରାୟ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇଯାଇଛି । ଘରର ଆସବାବପତ୍ର ,ଧାନ, ଚାଉଳ ,ଦରକାରୀ କାଗଜପତ୍ର, ଗାଡି ,ସୁନା ଗହଣା ଆଦି ଜଳିପୋଡି ନଷ୍ଟ ହୋଇଯାଇଛି ।

Advertisment

ତେବେ ପାରିବାରିକ କଳହରୁ ଅଗ୍ନିକାଣ୍ଡ ଘଟିଥିବା ସ୍ପଷ୍ଟ ହୋଇଛି । ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ଯୋଗୁ ସମ୍ପୂର୍ଣ୍ଣ ହରିଜନ ବସ୍ତିଟି ନିଆଁରେ ଜଳିପୋଡି ଛାରଖାର ହୋଇ ଯାଇଛି । ସମ୍ପୂର୍ଣ୍ଣ ସାହିରେ ହାହାକାର ଦେଖିବାକୁ ମିଳିଛି । କାନ୍ଦ ବୋବାଳିରେ ଫାଟି ପଡୁଛି ସମ୍ପୂର୍ଣ୍ଣ ଗାଁ ।

କାମାକ୍ଷାନଗର ଓ ପରଜଙ୍ଗର ଅଗ୍ନିଶମ ବାହିନୀ ସାହାଯ୍ୟରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।ଯୁଦ୍ଧ କାଳୀନ ଭିତ୍ତିରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ପରଜଙ୍ଗ ତହସିଲଦାରଙ୍କୁ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିବିପନ୍ନଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

(କାମାକ୍ଷାନଗରରୁ ବିଦ୍ୟାଧର ବରାଳଙ୍କ ରିପୋର୍ଟ)

Fire Breaks Out
Advertisment
Advertisment