କୋଲକାତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ହେଲା ଖତ ଖାଉଥିବା ଡାକୋଟାକୁ ଗତ ଜାନୁଆରୀ ୧୮ ତାରିଖରେ ୩ଟି ଟ୍ରେଲର୍ ସହାୟତାରେ ଭୁବନେଶ୍ୱର ଏୟାରପୋର୍ଟ ଆଣିଥିଲେ ରାଜ୍ୟ ସରକାର । ସେଠାରେ ଷ୍ଟେଟ୍ ହ୍ୟାଙ୍ଗରେ ଆରମ୍ଭ ହୋଇଥିଲା ଡାକୋଟାର ପୁନରୁଦ୍ଧାର କାମ । ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ ସେଣ୍ଟରର ଏକ ୩୦ ଜଣିଆ ଟିମ୍ ଏହି କାମରେ ଲାଗିଛନ୍ତି ।
କୋଲକାତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ହେଲା ଖତ ଖାଉଥିବା ଡାକୋଟାକୁ ଗତ ଜାନୁଆରୀ ୧୮ ତାରିଖରେ ୩ଟି ଟ୍ରେଲର୍ ସହାୟତାରେ ଭୁବନେଶ୍ୱର ଏୟାରପୋର୍ଟ ଆଣିଥିଲେ ରାଜ୍ୟ ସରକାର । ସେଠାରେ ଷ୍ଟେଟ୍ ହ୍ୟାଙ୍ଗରେ ଆରମ୍ଭ ହୋଇଥିଲା ଡାକୋଟାର ପୁନରୁଦ୍ଧାର କାମ । ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ ସେଣ୍ଟରର ଏକ ୩୦ ଜଣିଆ ଟିମ୍ ଏହି କାମରେ ଲାଗିଛନ୍ତି ।
ମୁଣ୍ଡ ଉପରେ ପରୀକ୍ଷା । ହେଲେ ଆନ୍ଦୋଳନରେ ପରୀକ୍ଷକ । ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନର ଧମକ । ଏବେ କେମିତି ହେବ ପରୀକ୍ଷା ପରିଚାଳନା ? ଅକଳରେ ଗଣଶିକ୍ଷା ବିଭାଗ । ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ହେଲେ ଯେଉଁ ମାନେ ପରୀକ୍ଷା ପରିଚାଳନା କରିବେ ସେହି ଅଧ୍ୟାପକମାନେ ଏବେ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ।
ପୁସ୍ତକଟି ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ହୋଇଥିବା ବେଳେ ଇଂରାଜୀ ଭାଷାରେ ଲେଖାଯାଇଛି । ପୁରାଣର ଶହେଟି ବଛାବଛା ଗପକୁ ପୁସ୍ତକରେ ସ୍ଥାନୀତ କରାଯାଛି । ପୌରାଣିକ ବିଷୟ ବସ୍ତୁକୁ ଲୋକେ ଭୁଲିଯାଉଥିବାରୁ ଏହି ବହି ବିଶେଷ ଉପଯୋଗୀ ହେବ ବୋଲି କୁହାଯାଉଛି ।
ଜୋର୍ ଧରିଲା ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି। ଏନେଇ ସରକାର ଶୀଘ୍ର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ନୟାଗଡ଼ ବୁଦ୍ଧିଜୀବୀ।
ଆଶ୍ଚର୍ଯ୍ୟ ଲାଗିଲେ ବି ସତ...ଗଛ ସହ କଥା ହେଉଛନ୍ତି, ସେମାନଙ୍କୁ ଗୀତ ଗାଇ ଶୁଣାଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ। ସାଙ୍ଗରେ ସାହାଯ୍ୟ କରୁଛନ୍ତି ପତ୍ନୀ...ଛାତ ଉପରେ, ବାଡିରେ...ସବୁଆଡେ ଭର୍ତ୍ତି ହୋଇ ରହିଛି ଗଛ
ମୁଁ ଶ୍ରୀକ୍ଷେତ୍ର ବୋହୂ, କୋଉଠି ହାରିବିନି....ସ୍ୱାମୀଙ୍କଠାରୁ ପ୍ରେରଣା ପାଇ ଜାତୀୟ ସ୍ତରରେ ମେଡାଲ ଜିତିଲେ। ଏବେ ଅନ୍ତର୍ଜାତୀୟ ସ୍ତରରେ ମେଡାଲ ପାଇଁ ଆରମ୍ଭ କରିଦେଲେଣି ପ୍ରସ୍ତୁତି
୨୧ ତାରିଖରେ ଏକ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ ପାଇଁ ଯାଉଥିବା ବେଳେ ଅଚାନକ ବରଗଡ଼ ଜିଲ୍ଲାପାଳ ସିଡିଏମଙ୍କୁ ଫୋନ୍ କରିଥିଲେ। Technomanagerial Tender ବିଷୟରେ କ’ଣ ହେଲା ବୋଲି ପଚାରିଥିଲେ । ଉତ୍ତରରେ ପ୍ରୋସେସ ଚାଲିଛି ଓ ଡିପିଏମଙ୍କୁ ପଚାରି କହୁଛି ବୋଲି କହିବା ପରେ ମଧ୍ୟ ଜିଲ୍ଲାପାଳ ଉଚ୍ଚ ପାଟିରେ ତାଙ୍କୁ ଆପଣ କିଛି ଜାଣି ନାହାନ୍ତି ତ ସେ ଚେୟାରରେ କାହିଁକି ବସିଛନ୍ତି ବୋଲି ଗାଳି ଗୁଳଜ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ସିଡିଏମଓ
ଏବେ ପ୍ରଶାସନ ପାଖକୁ ଜନତା ନୁହେଁ ପ୍ରଶାସନ ଯାଇ ପହଞ୍ଚୁଛି ଜନତାଙ୍କ ପାଖରେ। ଜନସାଧାରଣଙ୍କ ସମସ୍ୟା ବୁଝିବା ପାଇଁ ଲକ୍ଷ୍ମୀପୁର ଯୁବ ବିଡ଼ିଓ ଲକ୍ଷ୍ମୀପୁର ବ୍ଲକରେ ଯୋଗ ଦେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏଭଳି ପ୍ରୟାସ ଜାରି ରଖିବା ସହ ଗୁରୁବାର ଦିନ ଲକ୍ଷ୍ମୀପୁର ବ୍ଲକର କୁଟିଙ୍ଗା ପଞ୍ଚାୟତର ଦୁର୍ଗମ ବନ ପାହାଡ଼ ଘେରରେ ଥିବା ପ୍ରାୟ ତିନୋଟି ପାହାଡ଼ ରାସ୍ତାରେ ୪/୫ କିଲୋମିଟର ଘଞ୍ଚ ଜଙ୍ଗଲ ରାସ୍ତା ଦେଇ ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝିଛନ୍ତି।
ଏଇଟା ସରକାରୀ ଅଫିସ୍ ତ? ଇଏ କଣ? ଦେଶୀ ଖାସି ମାଂସ ତରକାରୀ...ମଦ..ଆଲୋ ଏଇଡୁ କଣ? ଆମକୁ ଦେଖି ବାବୁ କଣ ଏତେ ଜୋରରେ ହସୁଛନ୍ତି?
ଶ୍ରୀକ୍ଷେତ୍ର ପୁରୀର ଝିଅ ଓ ପୁଣି ପୁରୀର ବୋହୂ ମଧୁସ୍ମିତା ରଥଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ବଡି ବିଲ୍ଡର ସ୍ୱାମୀଙ୍କ ପ୍ରେରଣା ପାଇ ଗତ ସାତବର୍ଷ ହେବ workout କରିବା ତାଙ୍କ ପାଇଁ ଆଶୀର୍ବାଦ ପାଲଟିଥିଲା । ନିଜକୁ ଫିଟ ରଖିବା ସହ ଗତ ବର୍ଷେ ହେବ ସୁନ୍ଦର ସ୍ୱାସ୍ଥ୍ୟ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ପରେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ସୁନ୍ଦର ସ୍ୱାସ୍ଥ୍ୟର ଅଧିକାରିଣୀ ହୋଇଥିଲେ । ଏବେ ଜାତୀୟ ମଞ୍ଚରେ world fitness federarion ପକ୍ଷରୁ ଆୟୋଜିତ ତିନିଟି ବର୍ଗରେ ବ୍ରୋଞ୍ଜ ଟାଇଟଲ ହାସଲ କରିଛନ୍ତି ଶ୍ରୀକ୍ଷେତ୍ର ବୋହୂ।
ଚାଷୀ ଭାଇଙ୍କ ସୁବିଧା ପାଇଁ ଜଳସମ୍ପଦ ବିଭାଗର ଉଠା-ଜଳସେଚନ ନିଗମ ପକ୍ଷରୁ ବିଜୁ କୃଷକ ବିକାଶ ଯୋଜନାରେ ୬୨ ଟି ଗଭୀର ନଳକୂପ ଖୋଳା ଯାଇଥିଲା । ବଡ ଦୁଃଖର କଥା ଏବେ ମାତ୍ର ୩ ରୁ ୪ ଟି ପଏଣ୍ଟ ଚାଲୁଥିବା ବେଳେ ଆଉ ସବୁ ଅଚଳ ହୋଇ ପଡ଼ିରହିଛି । ପାଣି ବାହାରୁନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଚାଷୀ । ଏନେଇ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରିବା ପରେ ବି କୌଣସି ଲାଭ ମିଳିନାହିଁ । ବରଂ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି ।
ଅନେକ ସମୟରେ ଦେଖାଯାଏ କି ଗାଡିଚାଳକମାନେ ଭାବନ୍ତି ସେମାନେ ନିୟମ ଭାଙ୍ଗିଲେ ବି ତାଙ୍କୁ କେହି ଦେଖିନି ବା ଟ୍ରାଫିକ ପୋଲିସ ଫାଇନ କାଟିନି। ହେଲେ ଜାଣିରଖନ୍ତୁ...ଏବେ ସେମିତି ଜମାରୁ ଭାବନ୍ତୁ ନାହିଁ। କାରଣ ପ୍ରତି ଛକରେ ଆପଣଙ୍କ ଉପରେ ସିସିଟିଭିର ରହିଛି ନଜର। ଟିକିଏ ଭୁଲ ପାଇଁ ଦେବାକୁ ପଡିବ ମୋଟା ଅଙ୍କର ଫାଇନ୍..
ଏହି ସ୍କିମ୍କୁ ପ୍ରାୟ ସମସ୍ତେ ପିପିଏଫ୍ ନାଁରେ ଜାଣିଥାଆନ୍ତି । ଯୋଜନାରେ ଆପଣ ଗୋଟିଏ ଆର୍ଥିକ ବର୍ଷରେ ମିନିମମ୍ ୫ଶହ ଟଙ୍କା ନିବେଶ କରିପାରିବେ । ଏହି ଯୋଜନାରେ ଆପଣଙ୍କୁ ପାଖାପାଖି ଦେଢ଼ଲକ୍ଷ ଟଙ୍କା ମିଳିପାରେ । ତାହା ସହ ଆପଣ ଏହି ପିପିଏଫ୍ ଖାତାରେ ଲୋନ୍ ମଧ୍ୟ ନେଇପାରିବେ ।
ଯଦି ଆପଣ UPI ଜରିଆରେ କୌଣସି ବ୍ୟକ୍ତିଙ୍କ ନିକଟକୁ ଟଙ୍କା ପଠାଇଛନ୍ତି ଆଉ ତାହା ଭୁଲ ଲୋକଙ୍କ ନିକଟକୁ ଚାଲିଯାଇଛି, ତେବେ ଆପଣ ଆପଣଙ୍କ ଟଙ୍କା ପୁଣି ଫେରିପାଇବେ ?
ସିଏମସି କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ସୁଭାଷ ସଂଗଠନର ସଦସ୍ୟ । ଘଟଣାକୁ ନେଇ ପୋଲିସ ସହ କର୍ମକର୍ତ୍ତାଙ୍କ ମୁହାଁମୁହିଁ ହୋଇଥିଲା । ଦିନକୁ ଦିନ ରାସ୍ତାରେ ଧୂଳିମୟ ପରିବେଶକୁ ନେଇ କଟକ ବାସିନ୍ଦାଙ୍କ ଅସନ୍ତୋଷ ବଢିବାରେ ଲାଗିଛି ।
ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିବୃତ୍ତି ଉପରେ ଖବର ପ୍ରସାରଣକୁ ନେଇ ‘ଓଟିଭି’ ଓ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍’ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆସିଛି।
ଢେଙ୍କାନାଳ ହସ୍ପିଟାଲ୍ର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ସିଡିଏମ୍ଓ, ଏଡିଏମ୍ଓଙ୍କୁ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ, ବଣିକ ସଂଘ, ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀ ଘେରାଉ କରିଛନ୍ତି।
ସିଲୁଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ଥିବା ବେଳେ ଜୀବନ ବଂଚାଇବା ଲାଗି କରୁଛନ୍ତି ସଂଗ୍ରମା। ସିକିଲସେଲ୍ ଆନିମିଆ,ନିମୋନିଆ ଓ ଉଚ୍ଚରକ୍ତଚାପ ଭଳି ରୋଗରେ ପୀଡ଼ିତ ଅଛନ୍ତି ସିଲୁ । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଦୀର୍ଘ ଦିନ ଲାଗିବା ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି।
ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ପ୍ଲାଷ୍ଟିକ ଚାଉଳ ଦିଆଯାଇଥିବା ନେଇ ଅଭିଯୋଗ ଆସିଲା ପରେ ଆମେ ସ୍ଥିତି ପରଖିବା ପାଇଁ ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଗମ୍ଭେରଡିହି ପଚାଂୟତର ବଡବାହାଲ ପଡାରେ ପହଚିଂଥିଲୁ । ଚାଉଳରେ କିଛି ମିଶିଥିବା ଦେଖିବା ପରେ ଭୟରେ ଚାଉଳକୁ ନରାନ୍ଧି ଘରେ ରଖିଛନ୍ତି ଖାଉଟି।
ମନ୍ଦିରରେ ସନ୍ତୋଷୀ ମା’ଙ୍କ ସହ ପ୍ରଭୁ ଶିବ, ଗଣେଶ, ହନୁମାନ ଓ ନବଗ୍ରହ ସ୍ଥାନ ପାଇଛନ୍ତି । ୨୦୦୮ ମସିହାରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ୱାମୀ ଇଚ୍ଛା ପୂରଣ କରିଥିବାରୁ ଖୁସି ପ୍ରକାଶ କରିଛନ୍ତି ପତ୍ନୀ ।
ଆକାଶରେ ଉଡୁଥିଲା ବିମାନ । ହଠାତ୍ ସେନ୍ସଲେସ୍ ହେଲେ ଯାତ୍ରୀ...ବାସ୍ ସାଙ୍ଗେ ସାଙ୍ଗେ ଚିକିତ୍ସା ଆରମ୍ଭ କରିଦେଲେ ସାଂସଦ । ମାତ୍ର କିଛି ସମୟ ପରେ ଉଠିକି ବସିଲେ ଯାତ୍ରୀ । ଏମିତି କାମକୁ ସମସ୍ତେ କରୁଛନ୍ତି ପ୍ରଶଂସା
PDS ଚାଉଳରେ ମିଶିଛି ପ୍ଲାଷ୍ଟିକ୍? ଚୋବେଇଲେ ଚିଣ୍ଡୁନି ...ଅଠାଳିଆ ଲାଗୁଛି। ସିଝେଇଲେ ବି ସିଝୁନି। ରିଟେଲରଙ୍କ ପାଖରୁ ଚାଉଳ ଆଣିବା ପରେ ଏବେ ଡରିକି ପିଡିଏସ ଚାଉଳରେ ରୋଷେଇ କରୁନାହାନ୍ତି ଲୋକ। ଯୋଗାଣ ଅଧିକାରୀ କହୁଛନ୍ତି...
ଆଲୋ ଆଲୋ...କ୍ୟାମେରା ଆଗରେ ମିଛ ? ଟାଇମ୍ରେ ଆସୁନ, କହିଲା ବେଳକୁ ଫିଲ୍ଡ ୱାର୍କରେ ଯାଇଥିଲ ବୋଲି କିଆଁ କହୁଛ? ନାରଣ ତୋର କାହିଁକି ମୁଣ୍ଡ ବିନ୍ଧିଲା ଦିଦି ଯେତେବେଳୁ ଆଇଲେ...ଏଇଠି ପରା 5-T…
ଅଚେତ୍ ହେବା ଦେଖିବା ପରେ ସାଙ୍ଗେ ସାଙ୍ଗେ ବିମାନରେ ଥିବା କର୍ମଚାରୀମାନେ ଡାକ୍ତର କିଏ ଅଛନ୍ତି କି ବୋଲି ପଚାରିଥିଲେ। କର୍ତ୍ତୃପକ୍ଷଙ୍କ ଏପରି ଘୋଷଣା ପରେ କାଳ ବିଳମ୍ବ ନକରି ଜଗତସିଂହପୁରର ସାସଂଜ ଡାକ୍ତର ରାଜଶ୍ରୀ ମଲ୍ଲିକ ନିଜ ସିଟ୍ରୁ ଉଠି ତାଙ୍କର ଚିକିତ୍ସା କରିଥିଲେ।