Advertisment

ବିଧାତାର ବିଚିତ୍ର ବିଧାନ: ଗୋଟିଏ ଜୁଇରେ ଜଳିଲେ ବାପା-ମାଆ-ଝିଅ

ପ୍ରଥମେ ସ୍ତ୍ରୀ, ପରେ ୨ ବର୍ଷର ନିଷ୍ପାପ କୁନି ଝିଅ ଆଉ ଶେଷରେ ନିଜେ ଆତ୍ମହତ୍ୟା କରିଦେଲେ ସ୍ୱାମୀ। କେହି କିଛି ବୁଝିବା ପୂର୍ବରୁ ସବୁ କିଛି ସରିଯାଇଥିଲା। ଚାହୁଁଚାହୁଁ ଗୋଟିଏ ପରିବାରର ଚାଲିଗଲା ୩ ଜୀବନ। କୋରାପୁଟ ଲକ୍ଷ୍ମୀପୁର ତୋୟାପୁଟ ଗାଁରେ ଯେଉଁ ଭୟଙ୍କର ଘଟଣା ଘଟିଲା ତାହାକୁ ନେଇ ସବୁଆଡେ ଚର୍ଚ୍ଚା। କାହିଁକି ଏମିତି ନିଷ୍ପତ୍ତି ନେଲେ ଗାଁର ଲିଙ୍ଗରାଜ ସେନେଇ କାହା ପାଖରେ କିଛି ଉତ୍ତର ବି ନାହିଁ।

author-image
Sarbeswar
ଅଦ୍ୟତନ ହୋଇଛି
Man Commits Suicide With Family After Losing Money In Betting In Koraput

3 Death One Family

ହୁତୁହୁତୁ ହୋଇ ଜଳିଲା ଜୁଇ, ପଂଚଭୂତରେ ଲୀନ ହେଲା ତିନିତିନିଟି ପ୍ରାଣ। ଆପଣ ନିଶ୍ଚୟ ବୁଝିପାରୁଥିବେ ଗୋଟିଏ ଜୁଇରେ ଯେତେବେଳେ ତିନିତିନୋଟି ଜୀବନ ଦାହ ହେଉଛି ତାହା ନିଶ୍ଚୟ ଗୋଟିଏ ପରିବାରର ହୋଇଥିବ। ଆଜ୍ଞା ହଁ...ଆପଣ ପୂରା ଠିକ୍‌ ଅନୁମାନ କରିଛନ୍ତି। ଗୋଟିଏ ପରିବାରର ତିନୋଟି ଶବକୁ ଗୋଟିଏ ଜୁଇରେ ଦାହ କରିଛନ୍ତି ପରିବାର, ଆତ୍ମୀୟସ୍ୱଜନ ଓ ବନ୍ଧୁବାନ୍ଧବ।

Advertisment

ପ୍ରଥମେ ସ୍ତ୍ରୀ, ପରେ ୨ ବର୍ଷର ନିଷ୍ପାପ କୁନି ଝିଅ ଆଉ ଶେଷରେ ନିଜେ ଆତ୍ମହତ୍ୟା କରିଦେଲେ ସ୍ୱାମୀ। କେହି କିଛି ବୁଝିବା ପୂର୍ବରୁ ସବୁ କିଛି ସରିଯାଇଥିଲା। ଚାହୁଁଚାହୁଁ ଗୋଟିଏ ପରିବାରର ଚାଲିଗଲା ୩ ଜୀବନ। କୋରାପୁଟ ଲକ୍ଷ୍ମୀପୁର ତୋୟାପୁଟ ଗାଁରେ ଯେଉଁ ଭୟଙ୍କର ଘଟଣା ଘଟିଲା ତାହାକୁ ନେଇ ସବୁଆଡେ ଚର୍ଚ୍ଚା। କାହିଁକି ଏମିତି ନିଷ୍ପତ୍ତି ନେଲେ ଗାଁର ଲିଙ୍ଗରାଜ, ସେନେଇ କାହା ପାଖରେ କିଛି ଉତ୍ତର ବି ନାହିଁ।

ଅଧିକ ପଢ଼ନ୍ତୁ: ସ୍ୱପ୍ନ ଥିଲା ଆର୍ମିରେ ଜଏନ୍‌ କରିବା; ହେଲେ ଜୁଇରେ ମିଶିଗଲା ଯବାନ ହେବାର ଆଶା

Advertisment

ଗାଁ ସାଥୀଙ୍କ କହିବା ଅନୁସାରେ, ଲିଙ୍ଗରାଜ କୁଆଡେ ଆଇପିଏଲ କ୍ରିକେଟ୍‌ରେ ଟଙ୍କା ବେଟିଂ ଲଗାଉଥିଲେ। ଏମିତିକି ଲକ୍ଷଲକ୍ଷ ଟଙ୍କା ଯିବା ପରେ ବି ସେ ସୁଧୁରୁ ନଥିଲେ । ଅଧିକ ଟଙ୍କା ରୋଜଗାର କରିବା ଆଶାରେ ସର୍ବସ୍ୱାନ୍ତ ହୋଇଯାଇଥିଲେ ଲିଙ୍ଗରାଜ। କଥା ଏତିକିରେ ସରିନି, ଗାଁ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଋଣ ମଧ୍ୟ ନେଇଥିଲେ ଲିଙ୍ଗରାଜ। ତେଣୁ ଅତ୍ୟଧିକ ଋଣ ଭାର ହେବାରୁ ସେ ଏମିତି ପଦକ୍ଷେପ ନେଇଥିବା କହୁଛନ୍ତି ଲୋକେ।

ନିଜେ ଭଲରେ ରହିବେ ବୋଲି ଟଙ୍କା ଧାର କଲେ, ସୁଝିନପାରିବାରୁ ଚିନ୍ତା ବଢିଲା। ଯେଉଁଥି ଲାଗି ମାନସିକ ଚାପରେ ପଡି ନିଜ ଜୀବନ ହାରିବା ସହିତ ଦୁନିଆକୁ ଜାଣିବା ପୂର୍ବରୁ ନିଷ୍ପାପ ଝିଅର ଜୀବନ ନେବାକୁ ପଛାଇଲେନି ଲିଙ୍ଗରାଜ। ଆଉ ଏକା ସାଙ୍ଗରେ ଗୋଟିଏ ପରିବାରର ତିନିଜଣଙ୍କ ଶବ ଦାହ ହେବାର ଦୃଶ୍ୟ ସମସ୍ତଙ୍କ ଆଖିକୁ କରିଦେଇଥିଲା ଓଦା। ତେବେ ଲିଙ୍ଗରାଜ ଓ ତାଙ୍କ ସ୍ତ୍ରୀ, ଝିଅଙ୍କର କେମିତି ମୃତ୍ୟୁ ହୋଇଛି ସେନେଇ ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ଜଣାପଡିବ ବୋଲି କହିଛନ୍ତି ଆଇଆଇସି।

ଲକ୍ଷ୍ମୀପୁରରୁ ଗୋବିନ୍ଦ ରାଜୁ ସୁବୁଦ୍ଧିଙ୍କ ରିପୋର୍ଟ

Suicide Case
Advertisment
Advertisment