ପ୍ରିୟାଂଶୀ ନାଥ । ବୟସ ମାତ୍ର ୨ ବର୍ଷ ୯ମାସ । ଏମିତି କୁନି ପିଲାଟିଏ ହୋଇଥିଲେ ମଧ୍ୟ ସେ ପ୍ରଖର ସ୍ମରଣ ଶକ୍ତିର ଅଧିକାରୀ । ନିକଟରେ ଆୟୋଜିତ ଇଣ୍ଡିଆ ବୁକ୍ ଅଫ ରେକର୍ଡର ପ୍ରତିଯୋଗିତାରେ ଭାଗ ନେଇ ସେ ମାନପତ୍ର ଓ ମେଡାଲ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ସେ ମାତ୍ର ୧୫ସେକେଣ୍ଡରେ ଏ ଫର ଟୁ ଜେଡ୍ ଫର (ଇଂଲିଶ ଆଲଫାବେଟ୍) ନାଁ ନିର୍ଭୁଲ ଭାବରେ କହିପାରିଥିଲେ ।
ତିନିବର୍ଷ ଛୁଆକୁ କାମୁଡିଦେଲା ନାଗସାପ। ଆଉ ମେଡିକାଲରୁ ଛୁଆ ନଫେରିବା ପର୍ଯ୍ୟନ୍ତ ସାପକୁ ଛଡ଼ାଯିବ ନାହିଁ ବୋଲି ଜିଦ୍ ଧରି ଏକ ବଡ଼ ଡ୍ରମ ଭିତରେ କଳା ନାଗସାପକୁ ବନ୍ଦୀକରି ରଖିଲେ ଗ୍ରାମବାସୀ। ଆଉ ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାଗସାପକୁ ଉଦ୍ଧାର କରିଛନ୍ତି।
କୋରାପୁଟ ଜିଲ୍ଲା କୋଟିଆରେ ବାତ୍ୟା ଗୁଲାବରେ ଉଜୁଡିଗଲା ଚାଷବାଷ । ମୁଷଳ ଧାରାରେ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ହୋଇଥିବା କ୍ଷୟକ୍ଷତିର ଏଯାଏଁ ସମ୍ପୂର୍ଣ୍ଣ ଭରଣା ହୋଇନି। ହେଲେ କିଛି କିଛି ସ୍ଥାନରେ ହୋଇଥିବା ରାସ୍ତା ଅବରୋଧ ହଟିଛି। ଏଭଳି ପରିସ୍ଥିତିରେ ଜିଲ୍ଲାପାଳ କୋଟିଆ ଗସ୍ତ କରିଛନ୍ତି । କୋଟିଆ ପଞ୍ଚାୟତର ବିଭିନ୍ନ ଗାଁର ଲୋକଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ।
ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ। ଡ୍ରଗ୍ସ ବିରୋଧୀ ଅଭିଯାନ ନେଇ ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ କମିଶନର କହିଛନ୍ତି ଯେ, ଆଜି ବାଲିଅନ୍ତାରୁ ୨୬୦ ଗ୍ରାମ୍ର ବ୍ରାଉନସୁଗାର ଜବତ ହୋଇଛି। ଏଥିରେ ଜଣଙ୍କୁ ଗିରଫ ବି କରାଯାଇଛି।
ଶ୍ରୀମନ୍ଦିରରେ ପରିସରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ବାମନ ମନ୍ଦିରରେ ଜଣେ ପୂଜକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି।
କେମିକାଲ ଅଭାବରୁ ସୁରତର ଅଧିକାଂଶ ଲୁଗା କଳ ଏବେ ବନ୍ଦ ହେବାକୁ ବସିଲାଣି। କେବଳ କେମିକାଲ୍ ନୁହେଁ କୋଇଲା ସଂକଟ ମଧ୍ୟ ଏହି ଶିଳ୍ପ ପାଇଁ ଚିନ୍ତା ବଢାଇଛି। ଏମିତିକି ଚୀନରୁ କେମିକାଲ ଆସୁନଥିବାରୁ ଯାହା କେମିକାଲ ଭାରତୀୟ ବଜାରରେ ଅଛି ତାହାର ଦର ଏବେ ଆକାଶ ଛୁଆଁ।
ସମସ୍ତ ବର୍ଗରେ ମନୋନୀତ ଅନ୍ୟ ୩ ଜଣ ବ୍ୟକ୍ତିବିଶେଷ ମଧ୍ୟ ସମ୍ମାନିତ ହୋଇଛନ୍ତି। ଏଥିପାଇଁ ଏକ୍ସପର୍ଟ ମାନଙ୍କୁ ନେଇ ବିଚାରକ ମଣ୍ଡଳୀ ଗଠନ ସହ ଅନଲାଇନରେ ଲୋକଙ୍କ ଠାରୁ ମତ ସଂଗ୍ରହ କରାଯାଇଥିଲା।
ପୁରୀ ସଦର ବ୍ଲକ ଚାଳିସି ବାଟିଆ ମୌଜା ସହ ବାଲିପଡା ଏବଂ ଗଡ ପଞ୍ଚାୟତର ୩୦ରୁ ଅଧିକ ଗାଁର ଚାଷୀ ଏବେ ସମସ୍ୟା ଘେରରେ । ଚାଷ ଜମିରୁ ଜଳ ନିଷ୍କାସନ ହୋଇପାରୁନଥିବା ବେଳେ ଉର ଗ୍ରାମବାସୀଙ୍କ ପକ୍ଷରୁ ଖଲାସି ନାଳକୁ ଅବରୋଧ ଯୋଗୁଁ ଶହ ଶହ ଏକର ଚାଷ ଜମିରେ ପାଣି ଜମି ରହିଛି । ଫଳରେ ତଳି ନଷ୍ଟ ହୋଇଯାଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ
ଗ୍ରାମରେ ଜଣେ ମହିଳାଙ୍କ ଦେହରେ କାଳିସି ଲାଗିବା ନେଇ ଚର୍ଚ୍ଚା ହୋଇଥିଲା। ସେ ନିଜକୁ ସେହି ସାପବୋଲି କହିବାରୁ ଛୁଆ ମେଡ଼ିକାଲରୁ ଭଲହୋଇ ନଫେରିବା ପର୍ଯ୍ୟନ୍ତ ସାପକୁ ଦିଆଯିବ ନାହିଁ ବୋଲି ଗ୍ରାମର ମନ୍ଦିର ପୂଜକ କହିଥିଲେ। ଫଳରେ ତିନିଦିନ ଧରି ସାପଟି ଆହୁରି ଭୟଙ୍କର ଅବସ୍ଥାରେ ଉକ୍ତ ଡ୍ରମ ଭିତରେ ରହିଥିଲା।
ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଅଜବ ପ୍ରତିଭା ନେଇ ରେକର୍ଡ ତିଆରି କରିଛନ୍ତି। ସେହିଭଳି ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଜନ୍ମରୁ ଏମିତି କିଛି ଫିଚର ନେଇ ଆସିଥାନ୍ତି ଯାହା ଦ୍ୱାରା ତାଙ୍କର ନାମ ୱାର୍ଲ୍ଡ ରେକର୍ଡର ଖାତାରେ ସାମିଲ୍ ହୋଇ ରହିଯାଏ। ଏହି ଫିଚର ତାଙ୍କୁ ଭଗବାନଙ୍କ ତରଫରୁ ମିଳିଥାଏ ବୋଲି କୁହାଯାଏ।
କନେଷ୍ଟବଳ ଜଣଙ୍କ କହୁଛନ୍ତି, ମୁଁ ଶବ ଜଗିଛି। ପୋଷ୍ଟମର୍ଟମ କେତେବେଳେ ହେବ ମୁଁ ଜାଣିନି। ଅନ୍ୟପଟେ ଚାନ୍ଦବାଲି ମେଡିକାଲ ଇନଚାର୍ଜ କହିଛନ୍ତି, ଶବ ନେଇ ପୋଷ୍ଟମର୍ଟମ କରିବା ପୋଲିସର ଦାୟିତ୍ୱ।
ସବୁ ବ୍ୟକ୍ତିଙ୍କ ପାଖରେ କିଛି ନା କିଛି ପ୍ରତିଭା ରହିଥାଏ। ନିଜର ଏହି ପ୍ରତିଭାକୁ ଦେଖେଇବା ପାଇଁ କୌଣସି ବୟସ ସୀମା ବା ସ୍ଥାନ, କାଳ, ପାତ୍ରର ଆବଶ୍ୟକତା ଦରକାର ହୁଏ ନାହିଁ। ଏନେଇ ଏଭଳି ଅନେକ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ଦେଖାଯାଏ। ଏଭଳି ଏକ ଘଟଣା ରାଜଧାନୀ ଦିଲ୍ଲୀରୁ ସାମ୍ନାକୁ ଆସିଛି।
ଭାରତର ଲୋକେ ଯୋଗାଡ (ପୁରୁଣା ଜିନିଷକୁ ବ୍ୟବହାର କରି ଭିନ୍ନ ଜିନିଷ ତିଆରି କରିବା) କ୍ଷେତ୍ରରେ ସବୁଠୁ ଆଗରେ। ସେଥିପାଇଁ ଅନେକ ସମୟରେ ଭାରତକୁ ଯୋଗାଡର ଦେଶ ମଧ୍ୟ କୁହାଯାଏ। ଏହି ଯୋଗାଡରୁ ମଧ୍ୟ ନୂଆ ଉଦ୍ଭାବନ ହୋଇଛି। କିଛିଦିନ ହେବ ସୋସିଆଲ ମିଡିଆରେ ବି ଏମିତି କିଛି ମଜ୍ଜାଳିଆ ଓ ଆଶ୍ଚର୍ଯ୍ୟ କରିବା ଭଳି ଜିନିଷର ଭିଡିଓ ଭାଇରାଲ୍ ହେଉଛି।
କଠୋର ପରିଶ୍ରମ ଓ ସମର୍ପଣ ଭାବ କେବେ ବି ବେକାର ଯାଏନି। ଏପରି କଷ୍ଟଦାୟକ ସମୟରେ ବି କଠୋର ପରିଶ୍ରମ କରିବାକୁ ପଡେ। ଏବେ ସୋସିଆଲ୍ ମିଡିଆରେ ଏକ ଦୃଷ୍ଟିହୀନ ବୃଦ୍ଧଙ୍କର ଭିଡିଓ ଭାଇରାଲ ହେଉଛି ଏବଂ ଏହି ଭିଡିଓ ହେଉଛି ଏହାର ପ୍ରମାଣ। ଏହି ବୃଦ୍ଧ ଜଣକ ନିଜର ଦୃଷ୍ଟିଶକ୍ତି ହରେଇ ବସିଛନ୍ତି, ତଥାପି ସେ ପ୍ରତିଦିନ ପରିଶ୍ରମ କରୁଛନ୍ତି। ବୃଦ୍ଧଙ୍କର ଏହି ଭିଡିଓ ଦେଖିଲା ପରେ ଅନେକ ତାଙ୍କ କଠୋର ପରିଶ୍ରମର ପ୍ରଶଂସା କରୁଛନ୍ତି।
ପିଏମ କିଷାନ ଯୋଜନାର ଲାଭ ପାଇବାକୁ ଚାହୁଁଥିଲେ, ଫଟାଫଟ୍ କରନ୍ତୁ ଏସବୁ କାମ। ଏବେ ଗୋଟିଏ କିସ୍ତିରେ ୨ ହଜାର ଟଙ୍କା ବଦଳରେ ଚାଷୀଙ୍କ ଖାତାରେ ଜମା ହେବାକୁ ଯାଉଛି ୪ ହଜାର ଟଙ୍କା।
ସବୁକାମ ମହିଳାମାନେ କରିପାରିବେ । ଘରକୁ ଆର୍ଥିକ ଦୁର୍ଗତିରୁ ମୁକ୍ତ କରିପାରିବେ । ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଭୁବନେଶ୍ୱରର ସଂଯୁକ୍ତା ନନ୍ଦ ।
ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ବିଜେଡ଼ି ସାଂସଦ ଅନୁଭବ ମହାନ୍ତି। ନିଜର ଇନଷ୍ଟାଗ୍ରାମ୍ ପେଜ୍ରେ ସେ ଯେଉଁ ଫଟୋ ସେୟାର କରିଛନ୍ତି ତାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି। ପୋଷ୍ଟ ହୋଇଥିବା ଫଟୋରେ ଦେଖାଯାଉଛି ଯେ, ଅନୁଭବ ନିଜର ଜଣେ ବାନ୍ଧବୀଙ୍କ ସହ କୌଣସି ଏକ ରେସ୍ତୋରାଁରେ ଖାଉଛନ୍ତି।
ଗ୍ରାମାଞ୍ଚଳର ବିକାଶ ଲାଗି ସରକାରଙ୍କ ପୁଳା ପୁଳା ଯୋଜନା କରୁଛନ୍ତି ହେଲେ ଆଜି ବି ଲୋକେ ଅଭିଶପ୍ତ ଜୀବନ ବିତାଉଛନ୍ତି । ଗାଁର ବିକାଶ ହେଉଛି ବୋଲି କାଗଜ କଲମରେ ରହୁଛି ସତ, କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ । ରାସ୍ତାଘାଟ, ବିଜୁଳି, ପାଣି ଭଳି ମୌଳିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ସାଧାରଣ ଲୋକ ।
’ଦୁର୍ଗାପୂଜାରେ ଅମାନିଆ ଲୋକଙ୍କୁ କ୍ଷମା ମିଳିବନି । ନିମୟ ଖିଲାପ କଲେ ଦଣ୍ଡ । ମନଇଚ୍ଛା ବୁଲିଲେ ମାମୁଁଘର ଯିବାକୁ ପଡ଼ିବ । ପାର୍ବଣ ବେଳେ ଅପରାଧୀଙ୍କ ଉପରେ ରହିବ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ୍ । ଟ୍ୱିନ୍ ସିଟିରେ ପୋଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହେବ । ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଏଭଳି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଅଚଳ ହୋଇ ପଡିଛି ପାଣି ପାଇପାଇପ୍ । ଫଳରେ ବୁନ୍ଦେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ । ଗତ ୩ ମାସ ହେବ ପାଣି ପାଇଁ ହିନସ୍ତା ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ବାସିନ୍ଦା ।
ରାସ୍ତା ତିଆରି କଲେ ଗାଁ ଲୋକେ । ବାରମ୍ୱାର ଅଭିଯୋଗ କରି ମଧ୍ୟ ଶଉଣିଲାନି ପ୍ରଶାସନ । ଫଳରେ ଗାଁ ଲୋକେ ବାଧ୍ୟ ହେଇ ନିଜେ ନିଜ ଗାଁର ରାସ୍ତାକୁ ତିଆରି କରିବାରେ ଲାଗିପଡିଛନ୍ତି ।
ବାରିପଦା ଏମପିସି ଅଟୋନମସ୍ କଲେଜ ପରିସରରେ ଦନ୍ତା ହାତୀ । ଆଜି ସକାଳୁ ଏହି ହାତୀ ବାରିପଦା-ଦେଉଳି ରାସ୍ତା ଆଡୁ ଆସି କଲେଜ ପରିସରରେ ପ୍ରବେଶ କରିଛି । ଯଦିଓ ଦନ୍ତାଟି କାହାରି କିଛି କ୍ଷତି କରି ନାହିଁ, ତେବେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି
ମୃତଦେହ ରଖି ରାସ୍ତା ଅବରୋଧ । କାଲି ରାତିରୁ ବାରିପଦା ଉଦଳା ରାସ୍ତାରେ ଗାଡ଼ି ଚଳାଚଳ ଠପ୍ । ଗତ ୩ ତାରିଖରେ ବାରିପଦା ପିଆରଏମ୍ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଛାତରୁ କଂକ୍ରିଟ ଖସି ଶାମାଖୁଣ୍ଟା ଅଞ୍ଚଳର ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ
ଛକ ଛକରେ କଡ଼ା ଚେକିଂ । ରାସ୍ତା ଘାଟ ଗଳି କନ୍ଦିରେ ପଇଁତରା ମାରୁଛି ପୋଲିସ । ବ୍ରହ୍ମପୁର ସହରର ସଂଧ୍ୟା ହେଲେ ଘାଇଁ ଘାଇଁ ବୁଲୁଛି ମଦୁଆ ଧରା ଗାଡ଼ି । ସର୍ବସାଧାରଣ ସ୍ଥାନରେ ମଦ ପିଉଥିଲେ କି ମାତାଲ ହୋଇ ଗଡ଼ୁଥିଲେ ତୁରନ୍ତ ସେମାନଙ୍କୁ ଧରି ଥାନାକୁ ନେଉଛି, ଫାଇନ୍ ବି କାଟୁଛି । ମଦୁଆଙ୍କୁ ସାବାଡ଼ କରିବାକୁ ପାର୍ବଣ ଋତୁରେ ଏଭଳି ଅଭିଯାନ ଆରମ୍ଭ କରିଛି ପୋଲିସ । ବ୍ରହ୍ମପୁରର ୪ଟି ଥାନା ଅଞ୍ଚଳ ତଥା ଫାଷ୍ଟଗେଟ୍ ଅଞ୍ଚଳରୁ ବାହାରି ସହରର ଶେଷ ମୁଣ୍ଡ ଗୋଷାଣିନୂଆଗାଁ ଯାଏଁ ବୁଲୁଛି
କୋଟିଆରେ ଆନ୍ଧ୍ରର ଦାଦାଗିରି । କୋଟିଆ ପଞ୍ଚାୟତରେ ଆନ୍ଧ୍ର ଏକ ଗ୍ରାମ ସଭାର ଆୟୋଜନ କରିଥିଲା । କୋଟିଆ ସ୍ଥିତ ସାଲୁର ମଣ୍ଡଳ ଅଧିକାରୀଙ୍କ ଦ୍ୱାରା ଗଂଜେଇପଦରରେ ଏହି ଗାଁ ସଭା ଅନୁଷ୍ଠିତ ହୋଇଛି ।