• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କଟକ, ଭୁବନେଶ୍ୱରରେ ପୂଜା ବେଳେ ହେବ କଡ଼ାକଡ଼ି ଯାଞ୍ଚ

  • ପୋଷାଦାର ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

  • ନିୟମ ଖିଲାପ କଲେ ଅମାନିଆ ଭୋଗିବେ ଦଣ୍ଡ

  • ୧୧ ତାରିଖ ରାତି ୮ଟାରୁ ଲାଗୁ ହେଉଛି ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର : ’ଦୁର୍ଗାପୂଜାରେ ଅମାନିଆ ଲୋକଙ୍କୁ କ୍ଷମା ମିଳିବନି । ନିମୟ ଖିଲାପ କଲେ ଦଣ୍ଡ ।  ମନଇଚ୍ଛା ବୁଲିଲେ ମାମୁଁଘର ହାୱା ଖାଇବାକୁ ପଡ଼ିବ । ପାର୍ବଣ ବେଳେ ଅପରାଧୀଙ୍କ ଉପରେ ରହିବ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ୍ । ଟ୍ୱିନ୍ ସିଟିରେ ପୋଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହେବ । ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଏଭଳି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ହେଁ ପାର୍ବଣ ଋତୁରେ ସଂକ୍ରମଣ ବଢ଼ିବା ଆଶଙ୍କା ନେଇ ଟୁଇନ୍ ସିଟି ବାସିନ୍ଦାଙ୍କୁ ପୋଲିସ କମିଶନର ଅପିଲ୍ କରିଛନ୍ତି । ୧୧ ତାରିଖ ଅର୍ଥାତ ସୋମବାରଠୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଛି । ଏହି ସମୟରେ ପେଷାଦାର ଅପରାଧୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ରାତି ୮ଟା ପରେ କଟକଣାକୁ ଯେପରି କଡ଼ାକଡ଼ି ପାଳନ କରାଯିବ ତା ଉପରେ ଗୁରୁତ୍ୱ ଦିଆଯିବ । 

କୋଭିଡ୍ ମହମାରୀ ପ୍ରକୋପକୁ ହ୍ରାସ କରିବା ଏହି କଟକଣାର ଏକମାତ୍ର ଲକ୍ଷ୍ୟ । ପୂଜା ମଣ୍ଡପରେ କିଏ ଲାଇଟ୍ ଲଗାଇଲେ କୌଣସି କଟକଣା ନାହିଁ ।  ତେବେ ଅଭ୍ୟାସଗତ ଅପରାଧୀଙ୍କୁ ଧରିବା ପାଇଁ ସ୍ପେସିଆଲ ଡ୍ରାଇଭ୍ ଆରମ୍ଭ ହୋଇସାରିଛି । ଦାଦାବଟିକୁ ନା କରାଯାଇଛି । କଟକ ଭୁବନେଶ୍ୱରରେ ଅନେକ ଅପରାଧୀଙ୍କୁ ଗିରଫ କରାଯାଇଛି । ସେହିପରି ଦୁର୍ଗାପୂଜା ବେଳେ ସର୍ତକ ରହିବା ସହ ନିୟମ ପାଳନ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ସିପି । 

ଅନ୍ୟପଟେ ଡ୍ରଗ୍ସ ବିରୋଧୀ ଅଭିଯାନ ସମ୍ପର୍କରେ ମଧ୍ୟ ପ୍ରେସମିଟ୍ କରାଯାଇଛି । ଆଜି ବାଲିଅନ୍ତାରୁ ୨୬୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା କହିଛନ୍ତି ସିପି । ବ୍ରାଉନସୁଗାର ଗାର ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ। ୨୦୨୧ରେ ଟୁଇନ୍ ସିଟିରୁ ୧୦ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ ହୋଇଛି । ଭୁବନେଶ୍ୱର ଅର୍ବାନରୁ ୫ କେଜିରୁ ଊର୍ଦ୍ଧ୍ୱ ଓ କଟକରୁ ୪ କେଜିରୁ ଊର୍ଦ୍ଧ୍ୱ ଜବତ କରାଯାଇଛି । ଏହାସହ ଭୁବନେଶ୍ୱରରୁ ନଗଦ ୪୩ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ଭୁବନେଶ୍ୱରରୁ ୬୭ ଜଣ ଓ କଟକରୁ ୩୦ ଜଣଙ୍କୁ ଗିରଫ କରାଯାଇଛି । ଆଗକୁ ମଧ୍ୟ ଡ୍ରଗ୍ସ ବିରୋଧୀ ଅଭିଯାନ ଜାରି ରହିବ କହିଛନ୍ତି ସିପି ।

ସେହିପରି ରେଭ୍ ପାର୍ଟି ଉପରେ ନଜର ରହିବ ବୋଲି କହିଛନ୍ତି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ । ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରହିବ । ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।