Advertisment

ଓଡ଼ିଶା ସିଟିଜେନ୍ସ ଆୱାର୍ଡ: ରାଜନୀତିରେ ସପ୍ତଗିରି, କ୍ରୀଡ଼ାରେ ଦୀପଗ୍ରେସ ପୁରସ୍କୃତ

ସମସ୍ତ ବର୍ଗରେ ମନୋନୀତ ଅନ୍ୟ ୩ ଜଣ ବ୍ୟକ୍ତିବିଶେଷ ମଧ୍ୟ ସମ୍ମାନିତ ହୋଇଛନ୍ତି। ଏଥିପାଇଁ ଏକ୍ସପର୍ଟ ମାନଙ୍କୁ ନେଇ ବିଚାରକ ମଣ୍ଡଳୀ ଗଠନ ସହ ଅନଲାଇନରେ ଲୋକଙ୍କ ଠାରୁ ମତ ସଂଗ୍ରହ କରାଯାଇଥିଲା।

author-image
Chandan Shishu
odisha Citizens award

odisha Citizens award

କଟକ: ଓଡ଼ିଶା ଟେଲିଭିଜନ୍ ନେଟୱର୍କ ପକ୍ଷରୁ ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୧ ଅନୁଷ୍ଠିତ ହୋଇଛି। କଟକରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ୯ଟି ବର୍ଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଛି। ରାଜନୀତିରେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା, ଶିକ୍ଷାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି କିଶୋର କୁମାର ବାସା, ସମାଜ ସେବାରେ ସୁବାସ ଚନ୍ଦ୍ର ଗଜେନ୍ଦ୍ର, କ୍ରୀଡ଼ା କ୍ଷେତ୍ରରେ ହକି ଖେଳାଳି ଦୀପଗ୍ରେସ ଏକ୍କା, ମନୋରଞ୍ଜନରେ କଣ୍ଠଶିଳ୍ପୀ ସୁବାସ ଦାସ, କୃଷିରେ ଜୟନ୍ତୀ ମହାପାତ୍ର, କଳା ଓ ସଂସ୍କୃତି ବର୍ଗରେ ସୁରେନ୍ଦ୍ର ମେହେର, ବାଣିଜ୍ୟରେ ଦେବେନ୍ ରାୟ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଡିଓଲୋଜିଷ୍ଟ୍ ଡାକ୍ତର ମହେନ୍ଦ୍ର ତ୍ରିପାଠୀଙ୍କୁ ପୁରସ୍କୃତ କରାଯାଇଛି।

Advertisment

ଏଥିସହ ସମସ୍ତ ବର୍ଗରେ ମନୋନୀତ ଅନ୍ୟ ୩ ଜଣ ବ୍ୟକ୍ତିବିଶେଷ ମଧ୍ୟ ସମ୍ମାନିତ ହୋଇଛନ୍ତି। ଏଥିପାଇଁ ଏକ୍ସପର୍ଟ ମାନଙ୍କୁ ନେଇ ବିଚାରକ ମଣ୍ଡଳୀ ଗଠନ ସହ ଅନଲାଇନରେ ଲୋକଙ୍କ ଠାରୁ ମତ ସଂଗ୍ରହ କରାଯାଇଥିଲା। 

ଆଜିର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ, ପ୍ରମୁଖ ରାଜନେତାଙ୍କ ମଧ୍ୟରେ ବିଜେପି ନେତା ପ୍ରଦୀପ ପୁରୋହିତ ଏବଂ କଂଗ୍ରେସ ନେତା ପ୍ରଦୀପ ମାଝୀ, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଯୋଗଦେଇଥିଲେ।

Advertisment
Odisha Otv Odisha Citizens Award
Advertisment
Advertisment