Advertisment

ବାରମ୍ୱାର ଗୁହାରୀ ପରେ ଶୁଣିଲାନି ପ୍ରଶାସନ, ନିଜେ ରାସ୍ତା ତିଆରି କଲେ ଗାଁ ଲୋକେ

ରାସ୍ତା ତିଆରି କଲେ ଗାଁ ଲୋକେ । ବାରମ୍ୱାର ଅଭିଯୋଗ କରି ମଧ୍ୟ ଶଉଣିଲାନି ପ୍ରଶାସନ । ଫଳରେ ଗାଁ ଲୋକେ ବାଧ୍ୟ ହେଇ ନିଜେ ନିଜ ଗାଁର ରାସ୍ତାକୁ ତିଆରି କରିବାରେ ଲାଗିପଡିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Villagers in koraput gear up to construsct road to village on their own

Villagers in koraput gear up to construsct road to village on their own

କୋରାପୁଟ, ମୋହନା(ସୂର୍ଯ୍ୟନାରାୟଣ ପଣ୍ଡା, ମିହିର ଜତି) : ରାସ୍ତା ତିଆରି କଲେ ଗାଁ ଲୋକେ । ବାରମ୍ୱାର ଅଭିଯୋଗ କରି ମଧ୍ୟ ଶଉଣିଲାନି ପ୍ରଶାସନ । ଫଳରେ ଗାଁ ଲୋକେ ବାଧ୍ୟ ହେଇ ନିଜେ ନିଜ ଗାଁର ରାସ୍ତାକୁ ତିଆରି କରିବାରେ ଲାଗିପଡିଛନ୍ତି । କୋରାପୁଟ ଜିଲ୍ଲା ମାନବାର ପଞ୍ଚାୟତର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏହା ହେଉଛି ଏକମାତ୍ର ରାସ୍ତା ଯାହା କାଦୁଅରେ ଭରିପଡିଥିବାରୁ ସେଠାରେ ଗାଡିମଟର ତ ଦୂରର କଥା, ଚାଲିକିଯିବା ମଧ୍ୟ କଷ୍ଟକର ହୋଇପଡେ ।

Advertisment

କାଦୁଅ ପଚପଚ ରାସ୍ତାରେ ଯିବାଆସିବା କରିବାବେଳେ ମଣିଷ ହେଉ କିମ୍ୱା ଗାଇଗୋରୁ ସମସ୍ତେ କଚାଡି ହୋଇ ପଡିଥାନ୍ତି । ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ହୋଇଥିବାରୁ । ଏହି ରାସ୍ତାଦେଇ ଗାଁ ଲୋକେ ତଥା ଆଖପାଖ ଲୋକମାନେ ଗମନାଗମନ କରିଥାନ୍ତି । ହେଲେ ଏବେ ଏହି ରାସ୍ତାର ସ୍ଥିତି ଏତେ ସଙ୍ଗୀନ ଯେ, ଅମ୍ବୁଲାନ୍ସ କଥା ଛାଡନ୍ତୁ ଦୁଇ ଚକିଆ ଗାଡି ବି ଗଡିବା କଷ୍ଟକର ହୋଇଥାଏ । ଯାହାକୁ ନେଇ ବାରମ୍ବାର ପ୍ରଶାସନକୁ ଗୁହାରୀ କରି ନିରାଶ ହେବା ପରେ ଶେଷରେ ଗାଁର ରାସ୍ତା ନିର୍ମାଣ କରିବା ପାଇଁ ନିଜେ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ । ଫଳରେ ସେମାନେ ରାସ୍ତା ମରାମତି କରି ଏବେ ଏକ ଉଦାହରଣ ପାଲଟିଛନ୍ତି । କୋରାପୁଟ ଜିଲ୍ଲା ମାନବାର ପଞ୍ଚାୟତର ପାଙ୍ଗିପଦର ବାସିନ୍ଦା ଘରୁ ଘରୁ ଚାନ୍ଦା ଆଦାୟ କରିବାସହ ନିଜେ ଶ୍ରମଦାନ କରି ରାସ୍ତା ନିର୍ମାଣ କରିଛନ୍ତି ।

Advertisment

ଏନେଇ ଗ୍ରାମବାସୀ କହିଛନ୍ତି, ନିର୍ବାଚନ ସମୟରେ ଜନପ୍ରତିନିଧି ବିଭିନ୍ନ ପ୍ରତିଶୃତିମାନ ଦେଇଥାନ୍ତି ହେଲେ ପେର ତାହା କେବଳ କଥା ହୋଇକି ରହିଯାଏ । ପଞ୍ଚାୟତ ଠାରୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିବା ସତ୍ତ୍ୱେ କିଛି ପ୍ରଭାବ ପଡୁନାହିଁ । ମୁଖ୍ୟ ରାସ୍ତା ୧ କିଲୋମିଟରରୁ ମଧ୍ୟ ଦୂର ହୋଇଥିବାକୁ ଏଭଳି ଚାଲିକି ଯିବାକୁ ଭାରି କଷ୍ଟ ଲାଗୁଥିବାରୁ ଶେଷରେ ବାଧ୍ୟ ହେଇ ଆମେ ରାସ୍ତା ତିଆରି କରୁଛୁ ବୋଲି କହିଛନ୍ତି ଗାଁ ଲୋକ । ସେପଟେ ଏନେଇ ମୋହନା ବିଡିଓ କହିଛନ୍ତି, ଗାଁରେ ପକ୍କା ରୋଡ୍‌ ହୋଇପାରିବ କିନାହିଁ ତାର ପପୁଲେସନ୍‌ କେତେ ରହିଛି ତାର ଯାଂଚ କରାଯାଇ ପିଚୁ ରୋଡ୍‌ କରାଯିବ ହେଲେ ଖୁବ୍‌ ଶୀଘ୍ର ଗାଁର ରାସ୍ତା ନିର୍ମାଣ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ ।

ଗଜପତି ଜିଲ୍ଲା ମୋହନା ବ୍ଲକରେ ମଧ୍ୟ ଏପରି ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ରେକମେରା ଗାଁର ବମ୍ବେ ଛକଠାରୁ ରେକମେରା ଓ ଓସ୍ତପଦା ଗାଁକୁ ସଲଗ୍ନ କରୁଥିବା ପ୍ରାୟ ୨ କିଲୋମିଟର ଶୋଚନୀୟ ମାଟି ରାସ୍ତାକୁ ନିଜେ ସମତୁଲ କରିଛନ୍ତି ଗ୍ରାମବାସୀ । ପୁରୁଷ ହୁଅନ୍ତୁ ଅବା ମହିଳା ସମସ୍ତେ କୋଡି କୋଦାଳ ଧରି ମାଟି ଖୋଳି ରାସ୍ତାରେ ପକାଇ ରାସ୍ତାର ମରାମତି କରିଛନ୍ତି ।

ଯେତେବେଳେ ପୁରା ବ୍ୟବସ୍ଥା ଫେଲ୍ ମାରେ ସେତବେଳେ ନିଜେ ନିଜ ସମସ୍ୟା ଦୂର ପାଇଁ ଆଗକୁ ଆସିଥାନ୍ତି ସାଧାରଣ ଜନତା । ସରକାର ଓ ସରକାରୀ ବାବୁଙ୍କୁ ଗୁହାରୀ ଅପେକ୍ଷା ସମ୍ମିଳିତ ପ୍ରଚେଷ୍ଟା କଲେ ବି ମିଳିବ ସମାଧାନର ରାସ୍ତା ଖାଲି କଥାରେ ନୁହେଁ କାମରେ ପରିଣତ କରି ଦେଖାଇଛନ୍ତି ଉପାନ୍ତ ଅଞ୍ଚଳର ସଚେତନ ନାଗରିକ । ବ୍ୟବସ୍ଥା ଉପରେ ଭରସା ନକରି ନିଜ ଗାଁ ରାସ୍ତା ତିଆରି କରି ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କୋରାପୁଟ ଓ ଗଜପତି ଜିଲ୍ଲା ମୋହନାର ଗ୍ରାମବାସୀ ।

Koraput Mohana Road Problem
Advertisment
Advertisment