Advertisment

ବନ୍ଦ ହୋଇଯିବ ମିଲ୍ ! ସୁରତରେ କାମ କରୁଥିବା ପ୍ରବାସୀ ଓଡ଼ିଆ ଛାନିଆଁ

କେମିକାଲ ଅଭାବରୁ ସୁରତର ଅଧିକାଂଶ ଲୁଗା କଳ ଏବେ ବନ୍ଦ ହେବାକୁ ବସିଲାଣି। କେବଳ କେମିକାଲ୍ ନୁହେଁ କୋଇଲା ସଂକଟ ମଧ୍ୟ ଏହି ଶିଳ୍ପ ପାଇଁ ଚିନ୍ତା ବଢାଇଛି। ଏମିତିକି ଚୀନରୁ କେମିକାଲ ଆସୁନଥିବାରୁ ଯାହା କେମିକାଲ ଭାରତୀୟ ବଜାରରେ ଅଛି ତାହାର ଦର ଏବେ ଆକାଶ ଛୁଆଁ।

author-image
Chandan Shishu
Industries in india

Industries in india

ଭୁବନେଶ୍ୱର: ଚୀନରେ ବିଜୁଳି ସଙ୍କଟ, ଅନିଶ୍ଚିତତାରେ ଭାରତୀୟ ଶିଳ୍ପ। କେମିକାଲ ଓ ଯନ୍ତ୍ରାଂଶ ଅଭାବରୁ ବନ୍ଦ ମୁହାଁ କଳକାରଖାନା। ବିଜୁଳି ସଂକଟ ଯୋଗୁ ଚୀନରେ କଳକାରଖାନା ଠପ୍ ହୋଇଯିବାରୁ ଏହାର ସିଧା ପ୍ରଭାବ ପଡ଼ିଛି ଭାରତୀୟ ଅର୍ଥନୀତି ଉପରେ। ବିଭିନ୍ନ କେମିକାଲ ଓ ଯନ୍ତ୍ରାଂଶ ଆସିପାରୁନଥିବାରୁ ପ୍ରଭାବିତ ହେଲାଣି ଭାରତୀୟ ଶିଳ୍ପ। କରୋନା ମହାମାରୀ ଓ ଲକଡାଉନ୍ ଯୋଗୁ ଦୁର୍ବଳ ହୋଇଥିବା ଭାରତୀୟ ଅର୍ଥନୀତି ଅଣ୍ଟା ସଳଖୁ ଥିବା ବେଳେ ଏବେ ପଡ଼ିଛି ଚୀନର ବିଜୁଳି ମାଡ଼। 

Advertisment

କେମିକାଲ ଅଭାବରୁ ସୁରତର ଅଧିକାଂଶ ଲୁଗା କଳ ଏବେ ବନ୍ଦ ହେବାକୁ ବସିଲାଣି। କେବଳ କେମିକାଲ୍ ନୁହେଁ କୋଇଲା ସଂକଟ ମଧ୍ୟ ଏହି ଶିଳ୍ପ ପାଇଁ ଚିନ୍ତା ବଢାଇଛି। ଏମିତିକି ଚୀନରୁ କେମିକାଲ ଆସୁନଥିବାରୁ ଯାହା କେମିକାଲ ଭାରତୀୟ ବଜାରରେ ଅଛି ତାହାର ଦର ଏବେ ଆକାଶ ଛୁଆଁ। ଏଭଳି ସ୍ଥଳେ ଆଉ ଶିଳ୍ପ ଚଳାଇବା ସମ୍ଭବ ହେଉନଥିବା କହିଛି ସୁରତ ଟେକ୍ସଟାଇଲ ଆସୋସିଏସନ୍। ଆସନ୍ତା ନଭେମ୍ବରରେ ମାସେ ଧରି ସୁରତରେ ଟେକ୍ସଟାଇଲ ମିଲ ବନ୍ଦ ରଖିବାକୁ ଆସୋସିଏସନ୍ ଘୋଷଣା କରିଛି। ମିଲ୍ ବନ୍ଦ ହେବା ଶୁଣି ଏବେ ଛାନିଆଁ ହେଲେଣି ସୁରତରେ କାମ କରୁଥିବା ପ୍ରବାସୀ ଓଡ଼ିଆ 

ଅର୍ଥନୀତି ବିଷାରଦଙ୍କ ମତରେ ବିଭିନ୍ନ କେମିକାଲ, ଯନ୍ତ୍ରାଂଶ ପାଇଁ ଭାରତୀୟ ଶିଳ୍ପ ଚୀନ ଉପରେ ନିର୍ଭର କରେ। ଯଦି ଏଗୁଡ଼ିକର ଆମଦାନୀ ବନ୍ଦ ହୋଇଯାଏ ତେବେ ଏହାର ନକାରାତ୍ମକ ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିବ। ଯଦି ଭାରତୀୟ କଂପାନୀ ଏହାକୁ ସୁଯୋଗ ଭାବି ଅଧିକ ଉତ୍ପାଦନ କରିବା ସହ ଚୀନ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସଫଳ ହୁଅନ୍ତି ତେବେ ଏହା ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହେବ। 

Advertisment

ରିପୋର୍ଟ: ଶୈଳେଶ ଚମ୍ପାନାରିଆ ଓ ସୌମ୍ୟରଂଜନ ସାହୁ

Surat China Mill
Advertisment
Advertisment