କଟକ ସହରରେ ରାସ୍ତା ଉପରେ କେତେବେଳେ ପାଣି ପାଇପ୍ ଫାଟିବ କେହି ଜାଣିନାହାନ୍ତି। ଗାଡ଼ି ଧରି ଯାଉଥିବାବେଳେ ଅଚାନକ ପାଣି ପାଇପ୍ ଫାଟୁଛି। ଲୋକେ ଆହତ ହେଉଛନ୍ତି। ସରକାରୀ ବାବୁ କହୁଛନ୍ତି ଏଇଟା ଟେଷ୍ଟିଂ ଚାଲିଛି।
ଘରେ ଘରେ ଏବେ ପ୍ଲାଷ୍ଟିକ୍ ସାମଗ୍ରୀ। ଯାହା ଦେନି ବାଉଁଶରେ ଥିଲା ଆଜି ତାହା ପ୍ଲାଷ୍ଟିକରେ। ଏମିତିକି ଚାଉଳ ପାଛୁଡ଼ା କୁଲା ବି ପ୍ଲାଷ୍ଟିକ୍। ତେବେ ଆମ ଓଡ଼ିଆ ବାଉଁଶ କାରିଗରଙ୍କ ଚୁଲି ଜଳିବ କେମିତି ?
୨୦୦୦ ମସିହାରେ ପ୍ରଥମ ଅଧିଗ୍ରହଣ ଯାତ୍ରା ଆରମ୍ଭ ହୋଇଥିଲା। ଆଜି ପର୍ଯ୍ୟନ୍ତ ଜାରି ରହିଛି। ଗତ ୨୧ ବର୍ଷରେ ଟାଟା ଗ୍ରୁପ କିଣି ସାରିଲାଣି ୧୨ଟି କମ୍ପାନୀ। ସେ ସବୁ ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ...
ରାସ୍ତା ଉପରେ ପାଣିର ଫୁଆରା। ପିଚୁ ରାସ୍ତା ଫଟାଇ ୧୫ ଫୁଟ୍ ଉପରକୁ ଉଠିଲା ପାଣି। ଏଭଳି ସ୍ଥିତି ଦେଖି ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ୫ ଦିନ ମଧ୍ୟରେ କଟକରେ ଦୁଇ ଦୁଇ ଥର ସାମ୍ନାକୁ ଆସିଲାଣି ପାଣି ପାଇପ ଫାଟିବା ଘଟଣା।
ବାପା କାନ୍ଧରେ ଚାଲିଗଲା ଝିଅର ଜୀବନ। ଗାଁକୁ ଭଲ ରାସ୍ତା ନ ଥିବାରୁ ଝିଅର ଜୀବନ ରକ୍ଷା ପାଇଁ ୨ କି.ମି. କାନ୍ଧେଇ ଆମ୍ବୁଲାନ୍ସ ପାଖକୁ ଚାଲି ଚାଲି ଆସିଲା ବାପା। ହେଲେ ଆମ୍ବୁଲାନ୍ସରେ ଝିଅକୁ ନେଇ ମେଡିକାଲ୍ରେ ପହଞ୍ଚିଲା ବେଳକୁ ଝିଅର ପ୍ରାଣବାୟୁ ଉଡ଼ି ଯାଇଥିଲା।
ଠିକା କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଛି । ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବ ବୋଲି ନିଷ୍ପତ୍ତି ହୋଇଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ସମସ୍ତ ଠିକା କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ଅଧିକ ୫୦ ପ୍ରତିଶତ ଦରମା ପ୍ରଦାନ କରାଯିବ ।
ଢେଙ୍କାନାଳ ୧୨ ବାଟାଲିୟନ NCC କାର୍ଯ୍ୟଳୟ ପରିଦର୍ଶନ କଲେ ବୈଜୟନ୍ତ। NCCର ଜାତୀୟ ପରାମର୍ଶଦାତା କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କ୍ୟାଡେଟ୍ ମାନଙ୍କ ଦ୍ୱାରା ଫାୟାରିଂ, ଓ୍ୱିପନ ସୋ, ଅବଷ୍ଟ୍ରାକଲ୍ କୌଶଳ ପ୍ରଦର୍ଶନ ।
ହିନ୍ଦୁ ପରମ୍ପରାରେ ସାଧାରଣତଃ ଆମିଷ ଭୋଜନକୁ ବାରଣ କରାଯାଏ। ଏହାକୁ ତାମସିକ ଭୋଜନର ଏକ ବଡ ଉତ୍ସ ବୋଲି ଗ୍ରହଣ କରାଯାଏ। କିନ୍ତୁ ପାଶ୍ଚାତ୍ୟଦେଶରେ ଆମିଷ ବିଶେଷ କରି ମାଂସକୁ ସୁସ୍ଥ ଶରୀରର ପାଇଁ ଉପଯୋଗୀ ବୋଲି କୁହାଯାଏ। କିନ୍ତୁ ବର୍ତ୍ତମାନ ବ୍ରିଟେନରୁ ଏକ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସୁଛି। ବ୍ରିଟେନବାସୀ ଲଗାତର ଭାବେ ମାଂସ ସେବନରେ ରୋକ ଲଗେଇବାରେ ଲାଗିଛନ୍ତି।
ବାପା ଟ୍ରକ୍ ଡ୍ରାଇଭର, ପୁଅ ପାଇଲା ଓଏଏସ୍ ଚାକିରି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଅନ୍ତର୍ଗତ ଚିତ୍ରୀ ଗ୍ରାମରେ। ଏହି ଗ୍ରାମର ସ୍ୱର୍ଗତ ରବୀନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ବିଶ୍ୱଜିତ ସାହୁ।
୨ ମାସ ପୂର୍ବରୁ ଧାନ ଓ ଚାଉଳ କିଣା ନେଇ କେନ୍ଦ୍ର ଡକାଇଥିବା ବୈଠକରେ ସବୁ ରାଜ୍ୟର ସଚିବ ଥିଲେ। ଓଡ଼ିଶାର ଖାଦ୍ୟ ଯୋଗାଣ ସଚିବ କାହିଁକି ଚୁପ ବସିଥିଲେ ବୋଲି ପ୍ରଶ୍ନ କରିଛି ବିଜେପି। କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ନାମକୁ ମାତ୍ର ଚିଠି ଲେଖୁଛନ୍ତି ବୋଲି କହିଛି।
କାଗଜ କଲମରେ ଟଙ୍କା ଉଠିଛି ପୁଳା ପୁଳା। କୋଉଠି ପାର୍କ, କୋଉଠି ପୋଖରୀ। ଦେଖିଲା ବେଳକୁ ପାର୍କରେ ଘାସ ମୁଠେ ନାହିଁ ତ ପୋଖରୀ ପାଚେରୀ ଭୁସୁଡ଼ି ପଡ଼ିଛି। ମହାତ୍ମାଙ୍କ ନାଁରେ ବି ଲୁଟିନେଲେ।
ନଦୀ ସାଜିଛି ଦୁଃଖ । ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ସ୍ଥାନୀୟ ଲୋକେ। ମୟୂରଭଞ୍ଜ ଉଦଳା ଶିମିଳିପାଳ ପାଦଦେଶରେ ଥିବା ଏ ହେଉଛି ବାଲମା ଗାଁ। ଦେଖନ୍ତୁ ଏଠି ଗାଁ ଲୋକେ କେତେ ହନ୍ତସନ୍ତ
ଗାଁଠୁ ସହର ସବୁଠି ବିକାଶ ହୋଇଛି। ଏ କଥା କହି ବୁଲୁଛନ୍ତି ସରକାର।
ଆପଣ ଅନେକ ପ୍ରେମ ଦେଖିଥିବେ, ହେଲେ ଏମିତି ପ୍ରେମ କେବେ ହେଲେ ଦେଖିନଥିବେ। ସୁଖ ପାଇଁ ବିଶ୍ୱର ଏହି ଲୋକପ୍ରିୟ ପ୍ଲେ-ବଏ ମଡେଲ ନିଜର ୧୫ କୋଟି ଟଙ୍କାର ସଂପତ୍ତିକୁ କୁକୁର ନାଁରେ କରି ଦେଇଛନ୍ତି। କାରଣ ଜାଣିଲେ ଆପଣ କହିବେ ଏମିତି...
ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଭାରତୀୟ ସେନାରେ ରହି ଦେଶ ମାତୃକାର ସେବା କଲେ। ଆଉ ଅବସର ପରେ ନିଜ ଗାଁରେ ଯୁବପିଢ଼ିଙ୍କୁ ମାଗଣାରେ ଦେଉଛନ୍ତି ଟ୍ରେନିଂ।
କାଲି ମହୁମାଛି ଆକ୍ରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି। ମହୁମାଛି ଆକ୍ରମଣରେ ବାପ, ଝିଅଙ୍କ ମୃତ୍ୟୁ ହୋଇଛି। ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି।
ଗତକାଲି କଟକଚଣ୍ଡୀ ଓ ଗଡ଼ଚଣ୍ଡୀ ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ତେବେ ପ୍ରଶାସନର କରୋନା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦଶହରା ପ୍ରସ୍ତୁତି ସମ୍ପୂର୍ଣ୍ଣ ଫିକା ହୋଇଯାଇଛି।
କେବଳ ଓଡ଼ିଶା ନୁହେଁ, କୋଇଲା ଅଭାବ ସ୍ଥିତିକୁ ନେଇ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ଉଦବେଗ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି।
ଆଜି ପାଳନ ହେଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ମାନସିକ ସ୍ୱାସ୍ଥ୍ୟ ଠିକ ରହିଲେ ଅନେକ ସମସ୍ୟାର ସମାଧାନ ଆପେ ଆପେ ହୋଇପାରିବ। ଏଥିପାଇଁ ବିଶ୍ୱର ଅନେକ ରାଷ୍ଟ୍ର ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦେବା ଆରମ୍ଭ କଲେଣି। ଲୋକମାନେ ମଧ୍ୟ ଏହା ଉପରେ ଅଧିକ ସଚେତନ ହେବାର ରହିଛି। ମାନସିକ ସ୍ୱାସ୍ଥ୍ୟ ବିଗିଡିବାର ଅନେକ କାରଣ ରହିଛି। ତେବେ ଏଥିରୁ ଦୂରେଇ ରହିବା ପାଇଁ କେତେକ ଛୋଟ ଛୋଟ କଥାକୁ ବି ଧ୍ୟାନ ଦେବାକୁ ପଡିବ ବୋଲି ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ମତ।
ଅନେକ କ୍ଷେତ୍ରରେ ନୂଆ ନୂଆ ସ୍କୁଲ କିମ୍ବା କଲେଜ ଯାଉଥିବା ପିଲାଙ୍କ ପକ୍ଷରେ ଅନ୍ୟମାନଙ୍କ ସହ ମିଶିବା କଷ୍ଟକର ହୋଇପଡେ। ଅନେକ ସମୟରେ ଏମିତି ମଧ୍ୟ ହୋଇଥାଏ ପିଲାର ଚେହେରାକୁ ଦେଖି ଥଟ୍ଟା କରାଯାଇଥାଏ। ଏମିତି କିଛି ମଧ୍ୟ ହୋଇଥିଲା ଇଂଲଣ୍ଡର ଲିଙ୍କନଶିୟରରେ ରହୁଥିବା ଡ୍ୟାନ୍ ଜେମ୍ସ କ୍ଲାର୍କଙ୍କ ସହିତ। ସ୍କୁଲ୍ ସମୟକୁ ଯେତେବେଳେ ପିଲାମାନେ ଉପଭୋଗ କରିଥିଲେ, ଡ୍ୟାନ ତାକୁ ଭୟ କରୁଥିଲେ। ତେବେ ପରେ ତାଙ୍କ ସହ ହେଉଥିବା ଏହି ବ୍ୟବହାରକୁ ସେ ନିଜର ଶକ୍ତି କରିନେଲେ ଓ ହୋଇଗଲେ ଧନୀ।
ଆପଣମାଣେ କ’ଣ କେବେ ଦୁଇ ଚକରେ ଅଟୋ-ରିକ୍ସା ଚାଲିବା ଦେଖିଛନ୍ତି କି? ଏହି ପ୍ରଶ୍ନ ଶୁଣି ଆପଣମାନେ ନିଶ୍ଚିତ କହିବେ ଯେ ଏହା କିପରି ସମ୍ଭବ? କିନ୍ତୁ ଏହି କଥା ସତ। ଚେନ୍ନାଇର ଜଣେ ବ୍ୟକ୍ତି ଏଭଳି ଚମତ୍କାର କରି ଗିନିଜ୍ ବୁକ୍ରେ ନିଜ ନାମକୁ ସାମିଲ୍ କରିଛନ୍ତି।
ଦେଶରେ ପ୍ରତିଭାର କୌଣସି ଅଭାବ ନାହିଁ। ଭାରତୀୟମାନଙ୍କର ବୈଷୟିକ ଜ୍ଞାନ ସାରା ଦୁନିଆ ଜାଣିଛି। ଭାରତୀୟଙ୍କ ଏହି କୌଶଳ ସାମ୍ନାରେ ଅନେକ ମଧ୍ୟ ହାର ମାନନ୍ତି। ଏହି ପ୍ରତିଭା ପାଇଁ କୌଣସି ଡିଗ୍ରୀ କିମ୍ବା ଡିପ୍ଲୋମାର ଆବଶ୍ୟକତା ନାହିଁ। କିଛି ଲୋକଙ୍କ ପାଖରେ ଏହି କୌଶଳ ଏତେମାତ୍ରାରେ ଥାଏ ଯେ ବଡ ବଡ ମେକାନିକାଲ୍ ଇଂଜିନିୟରମାନେ ବି ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି।
ସୋସିଆଲ ମିଡିଆ ଏପରି ଏକ ପ୍ଲାଟ୍ଫର୍ମ ହୋଇଯାଇଛି ଯେଉଁଠି କିଛିଦିନ ହେବ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ବିହାହର ଅନେକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ଦେଖାଯାଇଛି। ନାଚ-ଗୀତ ଠାରୁ ଆରମ୍ଭ କରି ବରଯାତ୍ରୀ ଓ ବିବାହ ମଣ୍ଡପ ପର୍ଯ୍ୟନ୍ତ। ହିନ୍ଦୁ ବିବାହରେ କନ୍ୟାର ପ୍ରବେଶକୁ ନେଇ ମଧ୍ୟ ଅନେକ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଛି। ଏଗୁଡିକ ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଛି।
’ଖାଇବାକୁ ଦେଲେନି । ପିଠିରେ ପିଟିଲେ ସିନା ସହିହେବ, ପେଟରେ ପିଟିଲେ ସହିହେବ କି ବାବୁ । ଘରୁ ପଳେଇ ଆସିଛି, ମନକୁ ବାଧୁଛି । ପୁଅ ଥରେ ପିଟିଥିଲା ଯେ ଆଙ୍ଗୁଠି ଭାଙ୍ଗି ଦେଇଥିଲା । କେବଳ ପୁଅ ନୁହେଁ ବୋହୂ ବି ପ୍ରବଳ ପିଟେ । ବୁଢ଼ୀ ମଣିଷ ଟାକୁ ଘୋଷାଡ଼ି ଘୋଷାଡ଼ି କେବେ ଦାଣ୍ଡ ଆଡ଼େ ତ ଆଉ କେତେବେଳେ ବାଡ଼ିଆଡ଼େ ନେଇଯାଏ ବୋହୂ ।’
ଟିଟିଲାଗଡ ସହରର ଲିଙ୍ଗରାଜ ନାୟକ ୨୫ ବର୍ଷ ଓ କେସିଙ୍ଗା ସହରର ସତ୍ୟବାନ ଭୋଇ ୨୩ ବର୍ଷ ଭାରତୀୟ ସେନା ବାହିନୀରେ କାମ କରି ବର୍ତ୍ତମାନ ଅବସର ନେଇଛନ୍ତି । ପିଲାଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଲିଙ୍ଗରାଜ ନାୟକ ଟିଟିଲାଗଡରେ ସୂର୍ଯ ସୈନିକ ଟ୍ରେନିଂ ସେଣ୍ଟରର ସ୍ଥାପନା କରିଛନ୍ତି ଓ ଏହି ଟ୍ରେନିଂ ସେଣ୍ଟର ରେ ଆର୍ମୀ, ITBP, CRPF, RPF, BSF ଭଳି ସଂସ୍ଥାରେ ନିଯୁକ୍ତି ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି