ଅସୁସ୍ଥତା ପାଇଁ ଜେଲ ବଦଳରେ ମେଡିକାଲ । ଅସୁସ୍ଥତା କାରଣରୁ ବିଚାର ଜେଲ ବଦଳରେ ମେଡିକାଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତକାଲି ଜଗଦେବଙ୍କୁ ଖୋର୍ଦ୍ଧା ସବଜେଲରୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି । ତାଙ୍କର ହୃଦରୋଗ ସମସ୍ୟା ଥିବାରୁ ଏଡିଜେ-୧ କୋର୍ଟଙ୍କ ଅନୁମତି କ୍ରମେ ଜଗଦେବଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଗତ କିଛି ଦିନ ହେବ ଦେଶର ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ସଂକଟ ଦେଖାଦେଇଛି। ଏହି କାରଣରୁ, ଶକ୍ତି ଉତ୍ପାଦନ କ୍ଷମତା ଉପରେ ପ୍ରତିକୂଳ ପ୍ରଭାବ ହେବାର ସମ୍ଭାବନା ଅଛି। ଏହି କାରଣରୁ ଭବିଷ୍ୟତରେ ବିଦ୍ୟୁତ୍ ଉତ୍ପାଦନର ନୂତନ ପଦ୍ଧତି ଗ୍ରହଣ କରିବା ଉପରେ ଆଲୋଚନା ଆରମ୍ଭ ହୋଇଛି। ତେବେ ବର୍ତ୍ତମାନ ଚାଇନାରୁ ଏକ ଉତ୍ସାହଜନକ ଖବର ଆସିଛି। ପଡୋଶୀ ଚାଇନାରେ ଏକ ଥୋରିୟମ୍ ଆଧାରିତ ପରମାଣୁ ବିଜୁଳି କେନ୍ଦ୍ରର ପରୀକ୍ଷଣ କରାଯାଉଛି।
ଘଟଣାରେ DFO କିମ୍ବା ରୋଷେୟାଙ୍କର କିଛି ସଂପୃକ୍ତି ନାହିଁ। ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରେ ଜଣାପଡ଼ିଛି। ସୌମ୍ୟଙ୍କ ଦେହରେ ଲାଗିଥିବା ନିଆଁକୁ ବିଦ୍ୟାଭାରତୀ ଲିଭାଇନଥିଲେ। ଏନେଇ ବିଦ୍ୟାଭାରତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଗତ ସେପ୍ଟେମ୍ବର ୮ରେ ବିଜେପି ବାଲୁଗାଁ ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ ହେବା ସହ ତଳ କୋର୍ଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ।
ଚାଷ କଲେ କେତେବେଳେ ଲାଭ ତ ଆଉ କେତେବେଳେ କ୍ଷତି ହୋଇଥାଏ । କିନ୍ତୁ ଜିଆ ଚାଷ ଏମିତି ଏକ ଚାଷ ଯେଉଁଥିଲେ କେବଳ ଲାଭ ହିଁ ଲାଭ ରହିଛି। ଏଥିପାଇଁ ବିଶେଷ ଆବଶ୍ୟକତା ମଧ୍ୟ ନଥାଏ
ରାଜ୍ୟ ସରକାରଙ୍କ ଜଳ ସେଚନ ବିଭାଗକୁ ନେଇ ଥମିବାରେ ନା ନେଉନାହିଁ । କିଛିଦିନ ତଳେ ଜଳସେଚନ ବିଭାଗ ସମ୍ପର୍କରେ ଆମେ ଖବର ପ୍ରସାରଣ କରିଥିଲୁ। M.I କ୍ୟାଡ଼ର ଅନ୍ତର୍ଭୁକ୍ତ ସହକାରୀ ଯନ୍ତ୍ରୀମାନଙ୍କୁ ପଦୋନ୍ନତି ଦେବାରେ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ପରି ଚାଚଂଲ୍ୟ ଖବର ପ୍ରକାଶ ପାଇଥିଲା
ପୋଲିସ ଚଲାଇଛି ଦମନଲିଳା, କାନ୍ଦୁଛନ୍ତି ଲୋକେ। ନିଜର ନାର୍ଯ୍ୟ ଦାବିକୁ ନେଇ ଯୋଡା ଅଞ୍ଚଳର ଟ୍ରକ ମାଲିକ ମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇ ଥିବା ବେଳେ ଏବେ କିଛି ନପାଇ ଏହି ଟ୍ରକ ମାଲିକ ମାନଙ୍କର କଣ୍ଠରୋଧ କରିବା ପାଇଁ ପୋଲିସ ଦମନ ଲିଳା ଆରମ୍ଭ କରିଛି । ଅଭିଯୋଗ ପୂର୍ବରୁ ରାତି ଅଧରେ ବିନା ୱାରେଣ୍ଟରେ ଘରେ ପଶି ଲୋକଙ୍କୁ ଉଠାଇ ନେଇଛି ପୋଲିସ
ନା ବାଜିଲା ସାଇରନ୍, ନା ଥିଲା ପୂର୍ବ ସୂଚନା, ହଠାତ୍ ଖୋଲିଦେଲେ ଟେଟ୍। ବିନା ପୂର୍ବ ସୂଚନାରେ ଖୋଲି ଦେଲେ ବୈତରଣୀ ନଦୀ ସିଙ୍ଗିନାଳି ପାୱାର ପ୍ରୋଜେକ୍ଟ ଗେଟ୍। ଫଳରେ ଗାଧୋଉ ଥିବାବେଳେ ୨ ଜଣ ଯୁବକ ଭାସି ଯାଇଥିଲେ।
ଚଳିତ ବର୍ଷ ମାନ୍ଦା ହୋଇଛି ଜରିମେଢ କାରିଗରଙ୍କ ବେପାର । କଟକ ସହରର କେତେକ ମୁସଲମାନ ଏବଂ ଓଡ଼ିଆ କାରିଗର ଜରିମେଢକୁ ତିଆରି କରିଥାନ୍ତି ।
ସରକାରୀ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟ(GIS)ରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି। କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ସହାୟତା ରାଶି ପରିମାଣ ବୃଦ୍ଧି କରାଯାଇଛି।
ଆଜି ମଧ୍ୟ ବଢ଼ିଲା ତୈଳ ଦର। ଦେଶରେ ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ୩୭ ପଇସା ବୃଦ୍ଧି ପାଇଛି।
ସୁନ୍ଦରଗଡ ସହରରେ ଘନ କୁହୁଡି,ପ୍ରାତଃ ଭ୍ରମଣରେ ଯାଉଥିବା ଲୋକ କୁହୁଡିର ମଜା ନେଲେI ୨୦ଫୁଟ ଦୂରରେ ଥିବା ଜିନିଷ ଦେଖା ଯାଉ ନଥିଲା
ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣାରେ ପ୍ରତିବାଦରେ ଆଜି ବଲାଙ୍ଗିରରେ ସଫେଇ କର୍ମଚାରୀଙ୍କ ବନ୍ଦ ଡାକରା।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଖୋର୍ଦ୍ଧା ଏସ୍ସି/ଏସ୍ଟି ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଛନ୍ତି। ସେ ଜାମିନ ପାଇଁ ଆବେଦନ କରିବେ। ବିଧାୟକଙ୍କ ବିରୋଧରେ ବିଜେପି ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ନେଇ ଅଭିଯୋଗ ହୋଇଛି।
ଆଇପିଏଲର ଆଗାମୀ ସିଜନ ଖେଳିନପାରନ୍ତି ଧୋନୀ। ଏକ ଟ୍ବିଟକୁ ନେଇ ଲାଗି ରହିଛି ଚର୍ଚ୍ଚା । ଅଇପିଏଲ ସହ ସବୁଦିନ ପାଇଁ ପଡିଆରୁ ବିଦାୟ ନେବେ ଧୋନୀ।
କମ ପରିଶ୍ରମରେ ଲାଭଦାୟକ ଲାଖ ଚାଷ । ସ୍ୱାବଲମ୍ୱୀ କରିବାକୁ ଚାଷୀଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ଚାଷ ଓ ଲାଖର ବ୍ୟବହାର ନେଇ ଟ୍ରେନିଂ ।
ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଜି ଜଷ୍ଟିସ ଯଶୋବନ୍ତ ସିଂହ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଶପଥ ନେଇଛନ୍ତି। ହାଇକୋର୍ଟର ନୂଆ ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଦୁଇ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ।
ଘର ଭିତରେ ବିସ୍ପୋରଣ। ବିସ୍ଫୋରଣରେ ଜଣେ ୮ ବର୍ଷର ନାବାଳକ ଗୁରୁତର। ନାବାଳକ ଜଣଙ୍କୁ ବ୍ରହ୍ମପୁର MKCG ସ୍ଥାନାନ୍ତର ।
ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପୂଜା ଭେଟି। ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା। ଜୁଲାଇ ୨୧ରୁ ମହଙ୍ଗା ଭତ୍ତାରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି।
ଘର ଭିତରେ ବିସ୍ଫୋରଣ। ବିସ୍ଫୋରଣରେ ଘରର ଆସବାବପତ୍ର ଛିନ୍ଛତ୍ର ହୋଇ ପଡ଼ିଥିବା ବେଳେ ଘରର କାନ୍ଥ ଫାଟି ଯାଇଥିବା ଦେଖିବାକୁ ମିଳିଛି।
ଲାଖ ଚାଷ କରି ଲାଭଦାୟକ ଚାଷୀ। କମ୍ ପରିଶ୍ରମରେ ଅଧିକ ଲାଭଦାୟକ ଚାଷ ମାନଙ୍କ ମଧ୍ୟରୁ ଅନ୍ୟ ତମ ହେଉଛି ଏହି ଲାଖ ଚାଷ । ମୟୂରଭଞ୍ଜ କରଞ୍ଜିଆରେ ଲାଖ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି ଚାଷୀ ।
ପୁରୀ ସମୁଦ୍ରରେ ଗାଧୋଉ ଥିବାବେଳେ ଭାସି ଯାଇ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର। ଗତକାଲି ଅପରାହ୍ଣରେ ବଡ଼ ଢେଉରେ ୩ ଜଣ ଯୁବକ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସ୍ଥାନୀୟ ଲାଇଫଗାର୍ଡ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଥିଲେ।
ବ୍ଲ-ୁଫ୍ଲାଗ ବିଚ୍ ମାନ୍ୟତାପ୍ରାପ୍ତ ପୁରୀ ସମୁଦ୍ରବେଳାକୁ ବିଶ୍ୱସ୍ତରୀୟ କରାଯାଇ ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରାଯାଉଛି । ଏହା ଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି । ଆଜିର ସେବା ଓ ସମର୍ପଣର ଅଭିଯାନର ଅନ୍ତିମ ଦିନରେ ଦେଶବ୍ୟାପୀ ୧୦ ପ୍ରମୁଖ ସମୁଦ୍ର ବେଳାଭୁମିକୁ ସଫେଇ ଅଭିଯାନ ଅନୁଯାୟୀ ଓଡିଶାର ପୁରୀ ବେଳଭୁମିର ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲି ।
ପେଟ୍ରୋଲ ମହଙ୍ଗା, ପିଆଜ ମହଙ୍ଗା, ଗ୍ୟାସ ବି ମହଙ୍ଗା । ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଦର ମାସେ ତଳେ ଯାହା ଥିଲେ ଏବେ ଡବଲ ହେଲାଣି। କିଛି ସ୍ଥାନରେ କିଲୋ ୫୫ ରେ ବିକା ହେଲାଣି।
ଭଦ୍ରକ ଜିଲ୍ଲାର ରାହେଶ କୁମାର ସିଂ, ଅନୁଗୋଳର ଓମ୍ ପ୍ରକାଶ ଯାଦବ ଓ ସହିଦ ଅନୱର ଶ୍ରୀକ୍ଷେତ୍ର ଯାଇଥିଲେ। ସେମାନେ ଲାଇଟ୍ ହାଉସ୍ ବେଳାଭୂମିରେ ଗାଧୋଉଥିଲେ। ଏହି ସମୟରେ ଆସିଥିବା ବଡ଼ ଲହଡିରେ ସେମାନେ ଭାସିଯାଇଥିଲେ। ଚିତ୍କାର ଶୁଣି ଉଦ୍ଧାର ପାଇଁ ଯାଇଥିଲେ ଲାଇଫଗାର୍ଡ।