ଜଣେ ଦିବ୍ୟାଙ୍ଗ ଓ ଆଉ ଜଣେ ମାନସିକ ଭାରସାମ୍ୟ ହରାଇ ଅସହାୟ। ସମାଜରେ ମଣିଷ ପରି ଜିଇଁବା ପାଇଁ ଚାହୁଁଛନ୍ତି। ହେଲେ ମିଳୁନି ସରକାରୀ ସହୟତା କି ସହଯୋଗ। ଫଳରେ ଭାଗ୍ୟକୁ ଆଦରି ଭଙ୍ଗା କୁଡିଆରେ କାଟୁଛନ୍ତି ଦିନରାତି।
ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକାକୁ ନେଇ ବିବାଦ ଥମିବାର ନାଁ ଧରୁନି । ଆଜି ପୁଣି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉଠାଇଛନ୍ତି ପ୍ରଶ୍ନ ।
କେବେ ଦୂର ହେବ ବିଛିନ୍ନାଞ୍ଚଳବାସୀଙ୍କ ଦୁଃଖ? କେବେ ହଟିବ ଗମନାଗମନ ସମସ୍ୟା? ସବୁ ବେଳେ କ’ଣ ଏମିତି ବିପଦ ସଂକୁଳ ଭାବେ ଡଙ୍ଗାରେ ପାର ହେବାକୁ ପଡିବ? ଦୀର୍ଘ ୪ ଦଶନ୍ଧି ପ୍ରତିକ୍ଷାର ଅନ୍ତ କେବେ ହେବ? ଏମିତି ଅନେକ ପ୍ରଶ୍ନ ଭିତରେ ଦିନ କାଟୁଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ଦୁଆରଶୁଣୀ ପଂଚାୟତର ଲୋକେ ।
ବସ୍ ଭଡା ବୃଦ୍ଧି ପରେ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସାଧାରଣ ଓ ଏକ୍ସପ୍ରେସ ବସ ଭଡା ୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା ୬ ପଇସା ଲେଖାଏଁ ବଢିଛି । ସାଧାରଣ ବସ ଭଡା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି ।
ପୌରାଣିକ କାହାଣୀର କଥା କହେ ଏହି ପୀଠ। ଯିଏ ଥରେ ଏଠାକୁ ଆସିଛି, ଏହାର ପ୍ରକୃତି ପ୍ରେମରେ ପଡି ଯିବାକୁ ମନ ବଳାଏ ନାହିଁ। ଆମ ଓଡ଼ିଶାରେ ରହିଛି ଏମିତି ଏକ ପର୍ଯ୍ୟଟନସ୍ଥଳୀ..
ବିଷ ସ୍ପ୍ରେ ମେସିନ ବଣ୍ଟନରେ ଅନିୟମିତତା। ଆଦିବାସୀ ଅଧ୍ୟୁଷିତ ନୀଳଗିରି ଆଇଟିଡିଏ କାର୍ଯ୍ୟାଳୟରେ ଦୁର୍ନୀତିର ଗନ୍ଧ। ବିଷ ସ୍ପ୍ରେ ମେସିନ ଯୋଗାଣ ନେଇ କାଗଜପତ୍ରରେ ହୋଇଛି ବିଲ୍। ମାତ୍ର ଚାଷୀଙ୍କୁ ଏଯାଏଁ ମେସିନ ମିଳିନଥିବା ଅଭିଯୋଗ ହୋଇଛି।
ଆପଣ ଅନେକ ପିଲା ଦେଖିଥିବେ। ହେଲେ ଏମିତିକା ବିସ୍ମୟ ବାଳକ କେବେ ହେଲେ ଦେଖି ନଥିବେ। ଫଟାଫଟ କହି ଦଉଛି ସବୁ କିଛି।
କୁନି ଝିଅଟିଏ। ସବୁବେଳେ ଗାଁ ସାରା ଏପଟ ସେପଟ ହେଉଥାଏ ଏବଂ ଭଙ୍ଗା ହାଣ୍ଡି ମାଠିଆର ଖପରାକୁ ଆଣି ନିଜ ମନ ମୁତାବକ ସଜୋଉଥାଏ। ହେଲେ ତାର ଏହି ପିଲାଦିନର ଖେଳ ଏବେ ତାକୁ ଓ ତା ଗାଁକୁ ଦେଇଛି ନୂଆ ପରିଚୟ। ଏ ଗାଁକୁ ଏବେ ଲୋକେ କହୁଛନ୍ତି ଖପରା କଳାର ଗାଁ।
କେବେ ଦୂର ହେବ ବିଛିନ୍ନାଞ୍ଚଳବାସୀଙ୍କ ଦୁଃଖ? କେବେ ହଟିବ ଗମନାଗମନ ସମସ୍ୟା? ସବୁ ବେଳେ କ’ଣ ଏମିତି ବିପଦ ସଂକୁଳ ଭାବେ ଡଙ୍ଗାରେ ପାର ହେବାକୁ ପଡିବ?
ଏହି ଗାଁରୁ ଏକାଥରେ ଦୁଇଜଣ ପାଇଛନ୍ତି ଓଏଏସ୍। ଗ୍ରାମବାସୀଙ୍କ ପାଇଁ ଏହାଠାରୁ ବଳି ବଡ଼ ଖବର ଆଉ କଣ ହୋଇପାରେ। ସେଥିପାଇଁ ଗାଁ ଲୋକ ମିଳିମିଶି ଆୟୋଜନ କରିଥିଲେ ଆଡ଼ମ୍ବରପୂର୍ଣ୍ଣ ସମ୍ବର୍ଦ୍ଧନା ସଭା। ମନ୍ତ୍ରୀ ମଧ୍ୟ ଆସିଥିଲେ ଓଏଏସ୍ ପାଇଥିବା ଗାଁରୁ ଦୁଇ ମେଧାବୀ ପିଲାଙ୍କୁ ଶୁଭେଚ୍ଛା ଜଣେଇବାକୁ।
ବିଷ ସ୍ପ୍ରେ ମେସିନ ବଣ୍ଟନରେ ଅନିୟମିତତା । ଆଦିବାସୀ ଅଧ୍ୟୁଷିତ ନୀଳଗିରି ଆଇଟିଡିଏ କାର୍ଯ୍ୟାଳୟରେ ଦୁର୍ନୀତିର ଗନ୍ଧ । ବିଷ ସ୍ପ୍ରେ ମେସିନ ଯୋଗାଣ ନେଇ କାଗଜପତ୍ରରେ ହୋଇଛି ବିଲ୍ । ମାତ୍ର ଚାଷୀଙ୍କୁ ଏଯାଏଁ ମେସିନ ମିଳିନଥିବା ଅଭିଯୋଗ ।
୧୯୮୮ ବ୍ୟାଚ୍ ଆଇଏଏସ୍ ତଥା ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ କାରଣରୁ ଛୁଟିରେ ଯାଇଥିଲେ । ତାଙ୍କ ପରିବର୍ତ୍ତେ କୃଷି ଉତ୍ପାଦନ କମିଶନର ଶ୍ରୀ ଶର୍ମା ସ୍ୱାସ୍ଥ୍ୟ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।
ଟ୍ରେନିଂ ନେଉଥିବା କିଛି ବଛା ବଛା ଯୁବକ ଯୁବତୀଙ୍କୁ ନେଇ ଗଠନ ହେବ ବସ୍ତର ଟାଇଗର ଫୋର୍ସ। ଅବିଭକ୍ତ ବସ୍ତରର ୮ଟି ଜିଲ୍ଲାରେ ମୋଟ ୨୮୦୦ ପଦବୀରେ ଏମାନଙ୍କୁ ଭର୍ତ୍ତି କରାଯିବ। ପିଲାଦିନୁ ଏମାନଙ୍କ ସମୟ ବିତିଛି ଘଞ୍ଚ ଜଙ୍ଗଲ ଓ ମାଓବାଦୀଙ୍କ ସଂସ୍ପର୍ଶରେ।
ବିବାହ, ପର୍ବପର୍ବାଣୀ କିମ୍ବା ଦୀପାବଳି ଆସିଲେ ସେମାନଙ୍କ ମୁହଁରେ ହସ ଫୁଟେ । ଲୋକେ ଖୁସିରେ ବାଣ ଫୁଟାଇଲେ ସେମାନଙ୍କ ପରିବାର ଚଳେ । ହେଲେ କରୋନା ଆସିବା ପରଠୁ ଉତ୍ସବ ଉପରେ ରୋକ୍ ।
ବିବାହ, ପର୍ବପର୍ବାଣୀ କିମ୍ବା ଦୀପାବଳି ଆସିଲେ ସେମାନଙ୍କ ମୁହଁରେ ହସ ଫୁଟେ । ଲୋକେ ଖୁସିରେ ବାଣ ଫୁଟାଇଲେ ସେମାନଙ୍କ ପରିବାର ଚଳେ । ହେଲେ କରୋନା ଆସିବା ପରଠୁ ଉତ୍ସବ ଉପରେ ରୋକ୍ । ଆଉ ପର୍ବ-ପର୍ବାଣୀରେ କଟକଣା ପରେ ସେମାନଙ୍କ ବ୍ୟବସାୟ ବି ଠପ୍ ।
ମାଓ ଦମନ ନେଇ ଛତିଶଗଡ଼ ପୋଲିସର ନୂଆ ଷ୍ଟ୍ରାଟେଜି । ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ସହ ଲଢିବେ ବସ୍ତର ଟାଇଗର ଫୋର୍ସ। ୟେ ଯେଉଁ ଦୃଶ୍ୟ ଦେଖୁଛନ୍ତି ଏ ହେଉଛି ଛତିଶଗଡ ଦନ୍ତେଓ୍ବାଡା ଜିଲ୍ଲା ପୁଲିସ କ୍ୟାମ୍ପର। ଦେଖନ୍ତୁ ଝଲକ୍
ବରଗଡ଼ରୁ ନବରଙ୍ଗପୁର, ଝାରସୁଗୁଡ଼ାରୁ କୋରାପୁଟ । ପଂଚାୟତ ନିର୍ବାଚନ ପାଇଁ ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାକୁ ନେଇ ଜୋରଦାର ପ୍ରତିବାଦ । ସବୁ ଜିଲ୍ଲାରେ ଦାଖଲ ହୋଇଛି ପୁଳାପୁଳା ଅଭିଯୋଗ ।
ଶ୍ୱେତା ନାଁରେ ଓଡ଼ିଶା ଓ ଆନ୍ଧ୍ରର ବିଭିନ୍ନ ଥାନାରେ ୪୬ରୁ ଅଧିକ ମାମଲା ରହିଛି। ତା' ନାଁରେ ୬ଟି ହତ୍ୟା, ୫ଟି ଗୁଳିକାଣ୍ଡ, ୨ଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ସରକାରୀ ଗାଡ଼ି ପୋଡ଼ି ଭଳି ସଂଗୀନ ମାମଲା ରହିଛି। ଶ୍ୱେତା ମୁଣ୍ଡରେ ୪ ଲକ୍ଷରୁ ପୁରସ୍କାର ଥିଲା।
ଗାଈଟିଏ ବେଶୀ ଦିନର ହୋଇଗଲେ ଆମେ ତାକୁ ଅନ୍ୟ ହାତରେ ଟେକି ଦେଇଥାଉ। ଯେଉଁ ଗାଈର କ୍ଷୀର ଖାଇ ଆମେ ଶକ୍ତିଶାଳୀ ହୋଇଛୁ, ତାକୁ ମରଣ ମୁହଁକୁ ଠେଲି ଦେଲେ ଶାନ୍ତି ମିଳିନଥାଏ । ଏ କଥାକୁ ହୃଦୟଙ୍ଗମ କରି ଘଞ୍ଚ ଜଙ୍ଗଲ ମଧ୍ୟରେ ଗୋ-ଆଶ୍ରମଟିଏ ତିଆରି କରିଛନ୍ତି ବରଗଡ ଜିଲ୍ଲା ପହ୍ମପୁର ଅଂଚଳର ଅଶୋକ ସାହୁ।
ତୈଳ ଦର ବଢିବା ପରେ ବସ୍ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି..
ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ଉଡ଼ିବ ବିମାନ। ଆସନ୍ତା ନଭେମ୍ବର ୨ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯିବ।
ମାସେ କି ବର୍ଷେ ନୁହେଁ, ଦୀର୍ଘ ୧୫ ବର୍ଷ ହେଲା ଖବରକାଗଜ ବିକ୍ରି କରି ଆସୁଛନ୍ତି ନିରୁପମା। ବାପାମା’ ଆରପାରିକୁ ଚାଲିଗଲା ପରେ ସେ ଏକା ହୋଇ ଯାଇଛନ୍ତି। ହେଲେ ତାଙ୍କର ମନୋବଳ ଭାଙ୍ଗିନି। ବରଂ ଚଳିବା ପାଇଁ କାହା ପାଖରେ ହାତ ନପତାଇ ପରିବାରର ବୃତ୍ତିକୁ ଆପଣାଇଛନ୍ତି।
କାଳିଆ ପାଇଁ ଧନୀ, ଗରିବ ସବୁ ସମାନ.. ହେଲେ ଆଜି ଜଗା ଦର୍ଶନକୁ ନେଇ ଧନୀ, ଗରିବ ଭେଦଭାବ କରାଯାଉଥିବା ଅଭିଯୋଗ କରିଛନ୍ତି ଭକ୍ତ..
ବୋଝ ଉପରେ ନଳିତା ବିଡ଼ା । ପୁଣି ମହଙ୍ଗାମାଡ଼ରେ କଲବଲ ଜନତା । ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢ଼ିଲା ଯାତ୍ରୀବାହୀ ବସ୍ ଭଡ଼ା । ସାଧାରଣ ବସ୍ ଭଡ଼ା ଏକ କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୯୩ରୁ ୯୬ ପଇସା ବୃଦ୍ଧି ପାଇଛି ।
ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଏଠାକାର ବାସିନ୍ଦା । କିଛି ବର୍ଷ ପୂର୍ବରୁ ଛାତି ଥରା, ହୃଦୟରେ ଆଲୋଡନ ସୃଷ୍ଟି କରୁଥିବା ଅଞ୍ଚଳ ଥିଲା କଇଁଆସାହି ଓ ବାଲିସାହି । ମାଓବାଦୀଙ୍କ ଗୁଳିର ଶବ୍ଦରେ ଥର ହର ହେଉଥିଲା ରଞ୍ଜାଗଡ଼ର ଘଞ୍ଚ କିଟି କିଟି ଜଙ୍ଗଲ । କେତେ ଯେ ଘଟଣା ଓ ଅଘଟଣ ଦେଖିଛି ଏହି ଅଂଚଳ । ସରକାରଙ୍କ କଥାରେ ରାଜି ହୋଇ ମାଓ ସଂଗଠନ ଛାଡିଥିଲେ ଅନେକ ନିରୀହ ଆଦିବାସୀ