ହିନ୍ଦିରେ ଫିଲ୍ମଟିଏ ଅଛି। ଯାହାର ନାଁ- ପତି ପତ୍ନୀ ଔର୍ ୱ। ଏବେ ଓଡ଼ିଶାର ଦୁଇଜଣ ଚର୍ଚ୍ଚିତ ଅଭିନେତା ଅଭିନେତ୍ରୀଙ୍କ ବାସ୍ତବ ଜୀବନରେ ମଧ୍ୟ ଏହା ଦେଖିବାକୁ ମିଳିଛି। ବିଜେଡିର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ କଳିରେ ଜଣେ ତୃତୀୟ ବ୍ଯକ୍ତି ସାମ୍ନାକୁ ଆସିଛନ୍ତି। ସେ ହେଲେ ଦିଲ୍ଲୀର ଜଣେ ଯୁବତୀ। ଯାହାଙ୍କ ନାଁରେ ବର୍ଷା ଗତକାଲି ମାମହାନି ଅଭିଯୋଗ ଆଣି ଥାନାରେ ପହଞ୍ଚିଛନ୍ତି।
ବର୍ଷାଙ୍କୁ ଇଙ୍ଗିତ କରି ଜାଗ୍ରତି ଫେସବୁକରେ ଏକ ଲେଖା ପୋଷ୍ଟ କରିଛନ୍ତି । ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନନେଇ ଏମିତି କିଛି ଲେଖିଛନ୍ତି ଯାହାକି ପରୋକ୍ଷ ନୁହେଁ ବରଂ ପ୍ରତ୍ୟେକ୍ଷ ଭାବରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି ।
ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ବିଜେଡ଼ି ସାଂସଦ ଅନୁଭବ ମହାନ୍ତି। ନିଜର ଇନଷ୍ଟାଗ୍ରାମ୍ ପେଜ୍ରେ ସେ ଯେଉଁ ଫଟୋ ସେୟାର କରିଛନ୍ତି ତାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି। ପୋଷ୍ଟ ହୋଇଥିବା ଫଟୋରେ ଦେଖାଯାଉଛି ଯେ, ଅନୁଭବ ନିଜର ଜଣେ ବାନ୍ଧବୀଙ୍କ ସହ କୌଣସି ଏକ ରେସ୍ତୋରାଁରେ ଖାଉଛନ୍ତି।